ସଚିନ୍‌ ଓ ଦିଲୀପ ତିର୍କୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା: କହିଲେ ଗୃହରେ ଅନୁପସ୍ଥିତି ଅନୁଭୂତ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହୋଇଥିବା ୪୦ ସାଂସଦଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରି କହିଛନ୍ତି ସେମାନଙ୍କର ଉପସ୍ଥିତି ସଂସଦର ଗାରିମା ବଢାଇଛି। ଏହି ଅବସରରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର, ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀଙ୍କ ଅନୁପସ୍ଥିତି ଗୃହରେ ଅନୁଭୂତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଦୁଇ ସାଂସଦ ଭାରତ ପାଇଁ ଗର୍ବ ବୋଲି ପ୍ରଧାନମମନ୍ତ୍ରୀ କହିବା ସହ  ଟ୍ରିପଲ ତଲାକ ଭଳି […]

sss

sss

Ordigital Desk
  • Published: Wednesday, 28 March 2018
  • Updated: 28 March 2018, 05:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହୋଇଥିବା ୪୦ ସାଂସଦଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରି କହିଛନ୍ତି ସେମାନଙ୍କର ଉପସ୍ଥିତି ସଂସଦର ଗାରିମା ବଢାଇଛି। ଏହି ଅବସରରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର, ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀଙ୍କ ଅନୁପସ୍ଥିତି ଗୃହରେ ଅନୁଭୂତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଦୁଇ ସାଂସଦ ଭାରତ ପାଇଁ ଗର୍ବ ବୋଲି ପ୍ରଧାନମମନ୍ତ୍ରୀ କହିବା ସହ  ଟ୍ରିପଲ ତଲାକ ଭଳି ଗୁରୁତ୍ୱପୂର୍ଣ୍ଣ ବିଲକୁ ଏହି ସାଂସଦମାନଙ୍କ ସମର୍ଥନ ଥିଲା ବୋଲି ମୋଦି କହିଥିଲେ। ରାଜ୍ୟସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଗୁଲାମ ନବୀ ଆଜାଦ ମଧ୍ୟ ସାଂସଦ ମାନଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ। ସାଂସଦମାନେ ଦରମା ପାଇଁ ନୁହେଁ, ଲୋକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସ୍ୱର ଉଠାଇଥାନ୍ତି ବୋଲି ସେ କହିଥିଲେ। ଓଡ଼ିଶାରୁ ରାଜ୍ୟସଭା ସାଂସଦ ଏ.ଭି.ସ୍ୱାମୀ, ଅନଙ୍ଗ ଉଦୟ ସିଂଦେଓ ଏବଂ ଦିଲ୍ଲିପ ତିର୍କୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos