ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ଲାଗୁ ହେବାକୁ ଥିବା ‘ମୋ ସରକାର’ ଯୋଜନା ପୂର୍ବରୁ ମେଡିକାଲ ଓ ଆରଟିଓ ଅଫିସକୁ ଦଲାଲମୁକ୍ତ କରିବା ଅଭିଯାନ ଜୋରସୋରରେ ଚାଲିଛି। ମାତ୍ର ୨ ଦିନ ଭିତରେ ରାଜ୍ୟର ବିଭିନ୍ନ ହସ୍ପିଟାଲ ଓ ଆରଟିଓ କାର୍ଯ୍ୟାଳୟରୁ ଧରାପଡିଲେଣି ୪୭ ଜଣ ଦଲାଲ୍ ।
ଏତେ ସଂଖ୍ୟାରେ ଦଲାଲ୍ ଧରାପଡିବା ପରେ ସ୍ପଷ୍ଟ ହେଉଛି ଯେ ବର୍ଷ ବର୍ଷ ଧରି ସାଧାରଣ ଲୋକେ କିପରି ସେବା ପାଉଥିଲେ। ତେବେ ଆସନ୍ତା ୧୫ ଦିନ ମଧ୍ୟରେ ଦଲାଲରାଜ୍ ସଫା ପାଇଁ ସବୁ ଏସ୍ପି ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଖୋଦ ରାଜଧାନୀ ସମେତ କେନ୍ଦୁଝର, ବାଲେଶ୍ୱର ଓ ନବରଙ୍ଗପୁରରେ ବେଶ୍ ସକ୍ରିୟ ରହିଛନ୍ତି ଏହି ଦଲାଲମାନେ।