ଡିଲ୍‌ ପାଇଁ ଡାକି ଜଙ୍ଗଲରେ ମାଡ଼ିବସିଲେ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ବହୁ ମୂଲଚାଲ ପରେ ବଜ୍ରକାପ୍ତା ବିକିବା ପାଇଁ ହେଲା ଡିଲ୍‌। ଆଉ ତା’ପରେ ନୀଳ ରଙ୍ଗର ବୁଲେଟ୍‌ରେ ବଜ୍ରକାପ୍ତା ଧରି ଆସିଲେ ଅଭିଯୁକ୍ତ। ଜଙ୍ଗଲ ଭିତରେ ଛପି ରହିଥିବା ପୁଲିସ୍‌ ତାକୁ ମାଡ଼ି ବସିଲା। ଏପରି ଘଟଣା ଦେବଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି। ପୂରା ଘଟଣା ଏମିତି। ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ବଡସୋଲ ଗାଁର ଦିଲ୍ଲୀପ ନାୟକ ଜଣେ ପେଶାଦାର ବଜ୍ରକାପ୍ତା ବେପାରୀ। ସେ ଜଙ୍ଗଲରୁ ବଜ୍ରକାପ୍ତା ଧରି ଚାଲାଣ କରୁଥିବା […]

Pangolin

Manoranjan Sial
  • Published: Saturday, 05 March 2022
  • , Updated: 05 March 2022, 08:20 PM IST

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ବହୁ ମୂଲଚାଲ ପରେ ବଜ୍ରକାପ୍ତା ବିକିବା ପାଇଁ ହେଲା ଡିଲ୍‌। ଆଉ ତା’ପରେ ନୀଳ ରଙ୍ଗର ବୁଲେଟ୍‌ରେ ବଜ୍ରକାପ୍ତା ଧରି ଆସିଲେ ଅଭିଯୁକ୍ତ। ଜଙ୍ଗଲ ଭିତରେ ଛପି ରହିଥିବା ପୁଲିସ୍‌ ତାକୁ ମାଡ଼ି ବସିଲା। ଏପରି ଘଟଣା ଦେବଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି।

ପୂରା ଘଟଣା ଏମିତି। ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ବଡସୋଲ ଗାଁର ଦିଲ୍ଲୀପ ନାୟକ ଜଣେ ପେଶାଦାର ବଜ୍ରକାପ୍ତା ବେପାରୀ। ସେ ଜଙ୍ଗଲରୁ ବଜ୍ରକାପ୍ତା ଧରି ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା। ଦିଲ୍ଲୀପ ଦେବଗଡ଼ ଜିଲ୍ଲାରେ ବଜ୍ରକାପ୍ତା ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ୍‌ର ସ୍ୱତନ୍ତ୍ର ଟିମ୍‌ ଦିଲ୍ଲୀପକୁ ଧରିବା ପାଇଁ ଜାଲ ବିଛାଇଥିଲା।

ପୁଲିସ୍‌ ଗ୍ରାହକ ସାଜି ଦିଲ୍ଲୀପଙ୍କ ପାଖକୁ ଫୋନ୍‌ କରିଥିଲା। ଆଉ ଦିଲ୍ଲୀପ ଫୋନ୍‌ ରିସିଭ୍‌ କରି ଡିଲ୍‌ ପାଇଁ ରାଜି ହୋଇଥିଲା। ହେଲେ ଠିକଣା ସ୍ଥିର କରିପାରୁନଥିଲା। କେତେବେଳେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ତ ଆଉ କେତେବେଳେ କେନ୍ଦୁଝରରକୁ ଡାକିଥିଲା। ଶେଷରେ ଡିଲ୍‌ ହୋଇଥିଲା। ୧୫ ହଜାର ଟଙ୍କାରେ ବଜ୍ରକାପ୍ତା ବିକିବା ପାଇଁ ସ୍ଥିର ହୋଇଥିଲା। ଆଉ ତା’ପରେ ସ୍ଥିର ହୋଇଥିଲା ନୂଆ ଠିକଣା। ଦେବଗଡ଼ ଜିଲ୍ଲା ବାରକୋଟ ବନାଞ୍ଚଳ ଠିଆନାଳ ଜଙ୍ଗଲରେ ଡିଲ୍‌ କରିବା ପାଇଁ ସ୍ଥିର କରିଥିଲା ଦିଲ୍ଲୀପ।

ଶୁକ୍ରବାର ଦିଲ୍ଲୀପ ନୀଳ ରଙ୍ଗର ବୁଲେଟ୍‌ରେ ବଜ୍ରକାପ୍ତାକୁ ବ୍ୟାଗରେ ପୂରାଇ ଆସିଥିଲା। ଠିକ୍‌ ସେତିକି ବେଳେ ଛପି ବସିଥିବା ପୁଲିସ ତାଙ୍କୁ ଧରି ପକାଇଥିଲା। ଏଥିସହ ତାଙ୍କଠାରୁ ଜୀବିତ ବଜ୍ରକାପ୍ତାକୁ ଜବତ କରିଥିଲା। ପୁଲିସ ଦିଲ୍ଲୀପକୁ ଗିରଫ କରି ବନ ବିଭାଗକୁ ହସ୍ତାନ୍ତର କରିଛି। ଏହି ମାମଲାରେ ଆଉ ଯେଉଁମାନଙ୍କ ସମ୍ପୃକ୍ତି ରହିଛି, ସେମାନଙ୍କୁ ଗିରଫ କରାଯିବ ବୋଲି ଦେବଗଡ଼ ଏସ୍‌ପି ରାଜକିଶୋର ପାଇକରାୟ କହିଛନ୍ତି।

Related story