ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲା ଆତ୍ମଘୋଷିତ ବାବା

ବାରିପଦା(ମାଣିକଲାଲ ପାଣି): ଶେଷରେ ଗିରଫ ହେଲା ଆତ୍ମଘୋଷିତ ବାବା ଜେଠାରାମ ମୁର୍ମୁ। ମୟୂରଭଞ୍ଜ ପୁଲିସ୍‌ ତାକୁ ଗିରଫ କରି ବଡ଼ସାହି ଥାନାରେ ଘାଣ୍ଟୁଛି। ବାବାଙ୍କ ନାଁରେ ରହିଛି ସଙ୍ଗୀନ ଅଭିଯୋଗ। ସେ ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।  ଗତ ୨୩ ତାରିଖ ରବିବାର ଭିନ୍ନକ୍ଷମ ନାବାଳିକା ଜଣକ ଘରେ ଏକୁଟିଆ ଥିଲା। ପରିବାର ଲୋକେ ଗାଁରେ ଚାଲିଥିବା ମାଘେ ପୂଜାକୁ ଯାଇଥିଲେ। ଠିକ୍‌ ଏହି ସମୟରେ ଆତ୍ମଘୋଷିତ ବାବା ଜେଠାରାମ ମୁର୍ମୁ ନାବାଳିକାକୁ […]

Rapest

Rapest

Manoranjan Sial
  • Published: Tuesday, 25 January 2022
  • Updated: 25 January 2022, 08:48 PM IST

Sports

Latest News

ବାରିପଦା(ମାଣିକଲାଲ ପାଣି): ଶେଷରେ ଗିରଫ ହେଲା ଆତ୍ମଘୋଷିତ ବାବା ଜେଠାରାମ ମୁର୍ମୁ। ମୟୂରଭଞ୍ଜ ପୁଲିସ୍‌ ତାକୁ ଗିରଫ କରି ବଡ଼ସାହି ଥାନାରେ ଘାଣ୍ଟୁଛି। ବାବାଙ୍କ ନାଁରେ ରହିଛି ସଙ୍ଗୀନ ଅଭିଯୋଗ। ସେ ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

 ଗତ ୨୩ ତାରିଖ ରବିବାର ଭିନ୍ନକ୍ଷମ ନାବାଳିକା ଜଣକ ଘରେ ଏକୁଟିଆ ଥିଲା। ପରିବାର ଲୋକେ ଗାଁରେ ଚାଲିଥିବା ମାଘେ ପୂଜାକୁ ଯାଇଥିଲେ। ଠିକ୍‌ ଏହି ସମୟରେ ଆତ୍ମଘୋଷିତ ବାବା ଜେଠାରାମ ମୁର୍ମୁ ନାବାଳିକାକୁ ଘରୁ ଟାଣିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପରିବାର ଲୋକେ ଗାଁର ମୁରବୀଙ୍କୁ ଜଣାଇଥିଲେ। ଏହା ପରେ ଗାଁରେ ସଭା ବସିଥିଲା। ବିଚାର ମଧ୍ୟ ଚାଲିଲା।

 ବୈଠକରେ ନିଷ୍ପତ୍ତି ଅନୁସାରେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ୯୦,୦୦୦ ଟଙ୍କା ଦେବା ପାଇଁ ବାବାକୁ ଜରିମାନା କରାଯାଇଥିଲା। ହେଲେ ନାଳୁଆ ବାବା ୫୦୦୦ ଟଙ୍କା ଦେଇ ଖସି ଯାଇଥିଲା। ବାକି ଟଙ୍କା ଦେଉନଥିଲା। ସେପଟେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା। ଝିଅ ଦେହ ଖରାପ ହେଉଥିବା ଦେଖି ପରିବାର ଲୋକେ ଆଜି ତାକୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ।

 ମେଡିକାଲ୍‌ରେ ଚିକିତ୍ସା ଚାଲିଥିବା ଘଟଣା ପ୍ରଘଟ ହୋଇଥିଲା। ଏହା ପରେ ପୁଲିସ୍‌ ମେଡିକାଲ୍‌ରେ ପହଞ୍ଚି ପୀଡ଼ିତା ଓ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବାରୁ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା। ଏନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ଏସ୍‌ପି ଋଷିକେଶ ଖିଲାରୀଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ବଡ଼ସାହି ଥାନା ଅଞ୍ଚଳକୁ ଯାଇ ଅଭିଯୁକ୍ତ ଆତ୍ମଘୋଷିତ ବାବାକୁ ଗିରଫ କରିଛି। ଏବେ ତାକୁ ବଡ଼ସାହି ଥାନାରେ ଜେରା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos