ନରବଳି ଦେବାକୁ ନେଉଥିଲେ, ଚିତ୍କାର କଲା କୁନି ପୁଅ! ତା’ପରେ...

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ମହାଦେବଙ୍କ ଦର୍ଶନ ପାଇଁ ନରବଳି ଦେବାକୁ ଉଦ୍ୟମ କରାଯାଉଥିଲା! ସେଥିପାଇଁ କୁନି ପୁଅକୁ କରାଯାଇଥିଲା ଅପହରଣ! ହେଲେ ଚିତ୍କାର କରିବାରୁ ଛାଡ଼ିଦେଲେ ଅଭିଯୁକ୍ତ। ଅଳ୍ପକେ ବର୍ତ୍ତିଗଲା କୁନି ପୁଅର ଜୀବନ। ସଭ୍ୟ ସମାଜରେ ଏପରି ଜଙ୍ଘନ୍ୟ ଓ ନୃଶଂସ ଘଟଣା ଦେବଗଡ଼ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗାଁ ଲୋକଙ୍କ କହିବା ଅନୁସାରେ ଖଣ୍ଡାଧୁଆଁ […]

Child

  • Published: Monday, 21 November 2022
  • , Updated: 21 November 2022, 06:30 PM IST

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ମହାଦେବଙ୍କ ଦର୍ଶନ ପାଇଁ ନରବଳି ଦେବାକୁ ଉଦ୍ୟମ କରାଯାଉଥିଲା! ସେଥିପାଇଁ କୁନି ପୁଅକୁ କରାଯାଇଥିଲା ଅପହରଣ! ହେଲେ ଚିତ୍କାର କରିବାରୁ ଛାଡ଼ିଦେଲେ ଅଭିଯୁକ୍ତ। ଅଳ୍ପକେ ବର୍ତ୍ତିଗଲା କୁନି ପୁଅର ଜୀବନ। ସଭ୍ୟ ସମାଜରେ ଏପରି ଜଙ୍ଘନ୍ୟ ଓ ନୃଶଂସ ଘଟଣା ଦେବଗଡ଼ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗାଁ ଲୋକଙ୍କ କହିବା ଅନୁସାରେ ଖଣ୍ଡାଧୁଆଁ ଗାଁର ବନୀତା ବେହେରାଙ୍କୁ କିଛି ମାସ ତଳେ ସ୍ୱପ୍ନାଦେଶ ହୋଇଥିଲା। ଗଳାଖାଇ ନିକଟରେ ମହାଦେବ ଦର୍ଶନ ଦେବେ। ଏହା ପରେ ସେହି ଦିନଠାରୁ ବନୀତା ଓ ତାଙ୍କ ପରିବାର ଲୋକ ମହୁଲ ଗଛ ମୂଳରେ ପୂଜା କରିଆସୁଥିଲେ। ଧୂପ, ଦୀପ ଓ ସିନ୍ଦୂର ଦେଇ ପୂଜା କରୁଥିଲେ। ହେଲେ ମହାଦେବଙ୍କ ଦର୍ଶନ ପାଇନଥିଲେ। ତେଣୁ ଗୁଣିଗାରେଡିର ଆଶ୍ରାୟ ନେଲେ ବନୀତା ଓ ତାଙ୍କ ସ୍ୱାମୀ ନିରଞ୍ଜନ।

ମହାଦେବଙ୍କୁ ପାଇବା ପାଇଁ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ରାଇପାଲ ଗାଁର ତ୍ରିନାଥ ବେହେରାଙ୍କ ଶରଣ ପଶିଥିଲେ। ତାଙ୍କ ପରାମର୍ଶରେ ବନୀତା ଓ ନିରଞ୍ଜନ ନର ବଳି ଦେବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଥିଲା। ସେଥିପାଇଁ ମହୁଲ ଗଛ ମୂଳରେ ୪ ଫୁଲ୍‌ ଗଭୀର ଓ ୩ ଫୁଟ ଲମ୍ୱର ଗୋଟିଏ ଗାତ ଖୋଳି ଥିଲେ। ଧୂପ, ଦୀପ ଓ ସୁନ୍ଦୂର ଦେଇ ପୂଜା କରିଥିଲେ।

[caption id="attachment_783226" align="aligncenter" width="650"] ଗୁଣି କରୁଥିବା ଅଭିଯୁକ୍ତ...[/caption]

ନରବଳି ପାଇଁ ଖଣ୍ଡାଧୂଆଁ ଗାଁର ରାଜୁ ନାୟକଙ୍କ ୬ ବର୍ଷର ପୁଅକୁ ନିରଞ୍ଜନ ଅପହରଣ କରିଥିବା ଅଭିଯୋଗ ହୋଇଛି। ମାଆ ସହିତ ଶୌଚ ପାଇଁ ଯାଇଥିବା ଛୁଆର ମୁହଁରେ ହାତ ଦେଇ ନିରଞ୍ଜନ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଛୁଆଟି ଚିତ୍କାର କରିବାରୁ ନିରଞ୍ଜନ ଛାଡ଼ି ପଳାଇ ଯାଇଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରୁ ପୁଅକୁ ନପାଇ ରାଜୁ ନାୟକଙ୍କ ପତ୍ନୀ ଚିତ୍କାର କରିଥିଲେ। ଏହା ପରେ ଗାଁ ଲୋକେ ଏକତ୍ର ହୋଇ ଛୁଆକୁ ଖୋଜିଥିଲେ। କିଛି ସମୟ ପରେ ନାବାଳକ ଜଣକ କାନ୍ଦି କାନ୍ଦି ଆସୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଏହା ପରେ ନାବାଳକ ଜଣକ ସବୁ ସତ କହିପକାଥିଲା। ନାବାଳକଙ୍କ କହିବା ଅନୁସାରେ ଗାଁ ଲୋକେ ଖଣ୍ଡାଧୂଆଁ ନିକଟସ୍ଥ ଗଳଖାଇ ନିକଟରେ ପହଞ୍ଚିଥିଲେ। ସେଠାରେ ମହୁଲ ଗଛ ମୂଳରେ ଏକ ଗାତ ଖୋଳାଇ ଯାଇଥିବା ବେଳେ ପୂଜା ଅର୍ଚ୍ଚନା ହେଉଥିବା ଦେଖିବାକୁ ମିଳିଲା।

ଗାଁ ଲୋକେ ପୂଜକ ତ୍ରିନାଥ ଓ ନିରଞ୍ଜନଙ୍କୁ ଅଟକ ରଖି ଦେବଗଡ ଥାନାକୁ ଖବର ଦେଇଥିଲେ। ପୁଲିସ ଗାଁ ଲୋକଙ୍କ କବଳରୁ ଉଭୟଙ୍କୁ ଉଦ୍ଧାର କରି କୋର୍ଟଚାଲାଣ କଥିବା ଆଇଆଇସି ସୁରେନ୍ଦ୍ର ନାୟକ କହିଛନ୍ତି।

Related story