ଚୋରା ବନ୍ଧୁକ କାରବାର ଅଭିଯୋଗରେ ବିଜେଡି ଛାତ୍ର ନେତା ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚୋରା ବନ୍ଧୁକ କାରବାର ଅଭିଯୋଗରେ ବିଜେଡିର ଜଣେ ଛାତ୍ର ନେତା ଗିରଫ ହୋଇଛନ୍ତି। ତାଙ୍କ ନାଁ ଚିନ୍ମୟ ନନ୍ଦ ବଡ଼ଜେନା। ମିଳିଥିବା ସୂଚନା ଅନୁଯାୟୀ, ସେ ଭୁବନେଶ୍ୱରର ଏକ ସ୍ଥାନରେ ଚୋରା ବନ୍ଧୁକକୁ ୪୫ ହଜାର ଟଙ୍କାରେ ବିକ୍ରି ପାଇଁ ଡିଲ୍ କରିଥିଲେ। ଏମିତିକି ବନ୍ଧୁକ ଠିକ୍ ଅଛି କି ନାହିଁ ଦେଖାଇବା ପାଇଁ ବ୍ଲାଙ୍କ ଫାୟାରିଂ ମଧ୍ୟ କରିଥିଲେ। ପରେ ପୁଲିସ୍ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ଚିନ୍ମୟଙ୍କ ସହ […]

chinmaya

Jitendra Garnayak
  • Published: Friday, 22 March 2019
  • , Updated: 22 March 2019, 02:38 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚୋରା ବନ୍ଧୁକ କାରବାର ଅଭିଯୋଗରେ ବିଜେଡିର ଜଣେ ଛାତ୍ର ନେତା ଗିରଫ ହୋଇଛନ୍ତି। ତାଙ୍କ ନାଁ ଚିନ୍ମୟ ନନ୍ଦ ବଡ଼ଜେନା।

ମିଳିଥିବା ସୂଚନା ଅନୁଯାୟୀ, ସେ ଭୁବନେଶ୍ୱରର ଏକ ସ୍ଥାନରେ ଚୋରା ବନ୍ଧୁକକୁ ୪୫ ହଜାର ଟଙ୍କାରେ ବିକ୍ରି ପାଇଁ ଡିଲ୍ କରିଥିଲେ। ଏମିତିକି ବନ୍ଧୁକ ଠିକ୍ ଅଛି କି ନାହିଁ ଦେଖାଇବା ପାଇଁ ବ୍ଲାଙ୍କ ଫାୟାରିଂ ମଧ୍ୟ କରିଥିଲେ। ପରେ ପୁଲିସ୍ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା।

ଚିନ୍ମୟଙ୍କ ସହ ତାଙ୍କର ୭ ଜଣ ସହଯୋଗୀଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି।

ଚିନ୍ମୟଙ୍କ ନାଁରେ ୧୪ରୁ ଅଧିକ ମାମଲା ରହିଛି। ପୂର୍ବରୁ ମଧ୍ୟ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।

ଯେଉଁ ସ୍ଥାନରେ ବ୍ଲାଙ୍କ ଫାୟାରିଂ ହୋଇଥିଲା ପୁଲିସ୍ ସେଠାରୁ ଖୋକା ଜବତ କରିଛି। ତେବେ ପୁଲିସ୍ ବନ୍ଧୁକକୁ ଜବତ କରିପାରିନି।

ଚିନ୍ନୟଙ୍କୁ ପ୍ରଥମେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍ ଧରିଥିଲା। ତା’ପରେ ତାଙ୍କୁ ଧଉଳି ଥାନା ପୁଲିସ୍‌କୁ ହସ୍ତାନ୍ତର କରାଯାଇଥିଲା।

Related story