ଛତିଶଗଡ଼: ପୋଲିସ ଏନ୍‌କାଉଣ୍ଟରରେ ୩ ମାଓବାଦୀ ମୃତ

ମାଲକାନଗିରି: ଛତିଶଗଡ଼ରେ ପୋଲିସ ଏନ୍‌କାଉଣ୍ଟରରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ଅଛନ୍ତି। ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ବହୁ ପରିମାଣର ମାଓ ସାମଗ୍ରୀ ଉଦ୍ଧାର ଜବତ କରାଯାଇଛି।

ଆଜି ସକାଳେ ଦାନ୍ତେୱାଡା ଜିଲ୍ଲା କାଲାଘାଟ୍‌ ଜଙ୍ଗଲରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ଛତିଶଗଡ଼ ପୋଲିସ ଓ ସିଆରପିଏଫ୍‌ ମିଳିତ ଅପରେସନ ବେଳେ ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।