Advertisment

ଡିଏଫ୍‌ଓଙ୍କୁ ମାରାଥନ ଜେରା; ବିଦ୍ୟାଭାରତୀଙ୍କ ସହ ସମ୍ପର୍କକୁ ଅସ୍ୱୀକାର!

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଜି ଜେରାର ସମ୍ମୁଖୀନ ହୋଇଛନ୍ତି ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା। ପାଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଏସ୍‌ଡିପିଓ ରାମକୃଷ୍ଣ ପତି ଓ କ୍ରାଇମବ୍ରାଞ୍ଚ ମିଳିତ ଭାବେ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ନିଜ କାର୍ଯ୍ୟାଳୟରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଘନ ଘନ ଜେରା କରାଯାଇଛି। ମିଳିଥିବା ତଥ୍ୟ ଅନୁସାରେ ତାଙ୍କୁ ୫୦ରୁ ଅଧିକ ପ୍ରଶ୍ନ ପଚରା […]

ଅଦ୍ୟତନ ହୋଇଛି
ଡିଏଫ୍‌ଓଙ୍କୁ ମାରାଥନ ଜେରା; ବିଦ୍ୟାଭାରତୀଙ୍କ ସହ ସମ୍ପର୍କକୁ ଅସ୍ୱୀକାର!

paralakhemundi

Advertisment

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଜି ଜେରାର ସମ୍ମୁଖୀନ ହୋଇଛନ୍ତି ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା। ପାଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଏସ୍‌ଡିପିଓ ରାମକୃଷ୍ଣ ପତି ଓ କ୍ରାଇମବ୍ରାଞ୍ଚ ମିଳିତ ଭାବେ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ନିଜ କାର୍ଯ୍ୟାଳୟରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଘନ ଘନ ଜେରା କରାଯାଇଛି। ମିଳିଥିବା ତଥ୍ୟ ଅନୁସାରେ ତାଙ୍କୁ ୫୦ରୁ ଅଧିକ ପ୍ରଶ୍ନ ପଚରା ଯାଇଛି। ପଚରାଉଚରା ସମୟରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ସହ ତାଙ୍କର ସମ୍ପର୍କ କଥାକୁ ଡିଏଫ୍‌ଓ ଅସ୍ୱୀକାର କରିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।

Advertisment

ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁସାରେ ସୌମ୍ୟଙ୍କ ଦେହରେ ତାଙ୍କ ଘରେ ନିଆଁ ଲାଗିଥିବା ବେଳେ ବିଦ୍ୟାଭାରତୀଙ୍କୁ ଡିଏଫ୍‌ଓ ପ୍ରଥମେ ଦେଖିଥିଲେ। ଦ୍ୱିତୀୟରେ ମେଡ଼ିକାଲରେ ସେ ବିଦ୍ୟାଭାରତୀଙ୍କୁ ନିକଟରେ ଦେଖିଥିବା ଡିଏଫ୍‌ଓ କହିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି। ଏହାଛଡ଼ା ସେ ବିଦ୍ୟାଭାରତୀଙ୍କୁ ଅନ୍ୟ କେଉଁଠି ଦେଖିନଥିବା କହିଛନ୍ତି।

ସେପଟେ ବିଦ୍ୟାଭାରତୀଙ୍କୁ ବ୍ୟାଚଲର ଭୋଜିକୁ ନେଇଥିବା କାର ଚାଳକକୁ ଜେରା କରାଯାଉଛି। ବିଦ୍ୟାଭାରତୀ ଓ ତାଙ୍କ ସ୍ୱାମୀ ସୌମ୍ୟ ଯେଉଁ କରରେ ବଲାଙ୍ଗିର ଯାଇଥିଲେ, ସେହି କାର୍‌ ଚାଳକକୁ ପଚରାଉଚରା କରୁଛି ତଦନ୍ତକାରୀ ଟିମ୍‌।

Advertisment

ପୂର୍ବରୁ ଡିଏଫ୍‌ଓଙ୍କ ସହିତ ଅନୈତିକ ସମ୍ପର୍କକୁ ଖଣ୍ଡନ କରିଥିଲେ ବିଦ୍ୟାଭାରତୀ। ପରେ ଡିଏଫ୍‌ଓ ମଧ୍ୟ ଖଣ୍ଡନ କରିଥିଲେ।

ବାହାଘରର ମାସକ ପରେ ସୌମ୍ୟ ପତ୍ନୀ ବିଦ୍ୟାଭାରତୀଙ୍କୁ ଧରି ଚାଲି ଯାଇଥିଲେ କର୍ମକ୍ଷେତ୍ରକୁ। ପାରଳାଖେମୁଣ୍ଡିରେ ସରକାରୀ କ୍ୱାର୍ଟର୍ସରେ ସ୍ୱାମୀ-ସ୍ତ୍ରୀ ରହୁଥିଲେ। ୧୨ ତାରିଖ ରାତି ପ୍ରାୟ ୯ଟା ହେବ। ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଗଲା। ବିଦ୍ୟାଭାରତୀ ଏନେଇ ପଡ଼ୋଶୀଙ୍କ ସୂଚନା ଦେଇଥିଲେ। ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖ ସକାଳେ ତାଙ୍କୁ କଟକରେ ଏକ ଘରୋଇ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ACFO Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe