Advertisment

ସ୍ତ୍ରୀ କହିବେ ସ୍ୱାମୀଙ୍କ ଡେଥ୍‌ ମିଷ୍ଟ୍ରୀ! ଚାଲିଛି ଘନଘନ ଜେରା

ଉଦଳା(ମାନସ ପାଣି): ପାରଳଖେମୁଣ୍ଡି ବନ ସଂରକ୍ଷିକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦେହରେ କେମିତି ଲାଗିଲା ନିଆଁ? ସେ କେମିତି ପୋଡ଼ି ହେଲେ? ଏପରି ଅନେକ ପ୍ରଶ୍ନ ଭିତରେ ଛନ୍ଦି ହୋଇ ପଡ଼ିଛି ସୌମ୍ୟରଞ୍ଜନ ମୃତ୍ୟୁ ମାମଲା। ଆଜି ଏହି ମାମଲାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଜେରା କରୁଛି ପାରଳାଖେମୁଣ୍ଡି ପୁଲିସ୍‌। ବିଦ୍ୟାଭାରତୀଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରା ଉଚରା କରୁଥିବା ଜଣାପଡ଼ିଛି। ଦୀର୍ଘ ୭ ଦିନ ପରେ ବିଦ୍ୟାଭାରତୀଙ୍କୁ ପୁଲିସ ଜେରା କରୁଥିବାରୁ କିଛି ସୁରାକ ପାଇବ […]

ଅଦ୍ୟତନ ହୋଇଛି
ଜେରା ହେବେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା

BidyaBharati

Advertisment

ଉଦଳା(ମାନସ ପାଣି): ପାରଳଖେମୁଣ୍ଡି ବନ ସଂରକ୍ଷିକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦେହରେ କେମିତି ଲାଗିଲା ନିଆଁ? ସେ କେମିତି ପୋଡ଼ି ହେଲେ? ଏପରି ଅନେକ ପ୍ରଶ୍ନ ଭିତରେ ଛନ୍ଦି ହୋଇ ପଡ଼ିଛି ସୌମ୍ୟରଞ୍ଜନ ମୃତ୍ୟୁ ମାମଲା। ଆଜି ଏହି ମାମଲାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଜେରା କରୁଛି ପାରଳାଖେମୁଣ୍ଡି ପୁଲିସ୍‌। ବିଦ୍ୟାଭାରତୀଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରା ଉଚରା କରୁଥିବା ଜଣାପଡ଼ିଛି। ଦୀର୍ଘ ୭ ଦିନ ପରେ ବିଦ୍ୟାଭାରତୀଙ୍କୁ ପୁଲିସ ଜେରା କରୁଥିବାରୁ କିଛି ସୁରାକ ପାଇବ ବୋଲି ଆଶା କରାଯାଉଛି।

Advertisment

ଗତ ୧୨ ତାରିଖ ରାତିରେ ସୌମ୍ୟ ଓ ତାଙ୍କ ପତ୍ନୀ ସରକାରୀ କ୍ୱାର୍ଟରରେ ଥିଲେ। ରାତି ପ୍ରାୟ ୯ଟା ବେଳେ ସୌମ୍ୟଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଏନେଇ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ପଡ଼ୋଶୀଙ୍କୁ ସୂଚନା ଦେଇଥିଲେ। ତା’ରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ସ୍ଥାନାନ୍ତର ବେଳା ପାରଳାଖେମୁଣ୍ଡି ଫରେଷ୍ଟ୍‌ ଛକରେ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ସୌମ୍ୟଙ୍କୁ ନେଇ ଯାଉଥିବା ଅଭିଯୋଗ ହୋଇଥିଲା। ସୌମ୍ୟଙ୍କୁ ଆମ୍ୱୁଲାନ୍ସକୁ ଜଣେ ମହିଳା ପୁଲିସ ଅଟକାଇ ରଖିଥିବା ଅଭିଯୋଗ ହେଉଛି। ତେବେ ସେ କାହିଁକି ଅଟକାଇ ରଖିଥିଲା, ତାହା ଜଣାପଡ଼ି ନାହିଁ।

ସୌମ୍ୟଙ୍କୁ ବିଳମ୍ୱରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଭିର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ୧୩ ତାରିଖ ସକାଳେ ତାଙ୍କୁ କଟକରେ ଏକ ଘରୋଇ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟଙ୍କର ମୃତ୍ୟୁ ଘଟିଥିଲା। ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ସ୍ତ୍ରୀ ବିଦ୍ୟାଭାରତୀ ମୁହଁ ଖୋଲୁନଥିଲା। ଏପରିକି ପୁଲିସ ତାଙ୍କୁ ଜେରା କରିନଥିଲା। ବିଦ୍ୟାଙ୍କ ମୌନକୁ ନେଇ ବର୍ଷିଥିଲେ ସୌମ୍ୟଙ୍କ ପରିବାର ଲୋକ। ସୌମ୍ୟଙ୍କ ଦେହରେ ନିଆଁ କେମିତି ଲାଗିଲା, ସେ ସମ୍ପର୍କରେ ବିଦ୍ୟାଭାରତୀ କୁହନ୍ତୁ ବୋଲି ଦାବି କରିଥିଲେ। ଏପରିକି ବିଦ୍ୟାଭାରତୀ ଓ ପାରଳାଖେମୁଣ୍ଡି ଡିଏଫ୍‌ଓଙ୍କ ଭିତରେ ପାପ ସମ୍ପର୍କ ରହିଥିବା ଅଭିଯୋଗ ହୋଇଥିଲା। ଶେଷରେ ବିଦ୍ୟାଭାରତୀ ମୁହଁ ଖୋଲିଥିଲେ। ସଫେଇ ଦେବାକୁ ଯାଇ ବିଦ୍ୟାଭାରତୀ କହିଥିଲେ ଆମ( ସ୍ୱାମୀ-ସ୍ତ୍ରୀ) ଭିତରେ ସମ୍ପର୍କ ଭଲ ଥିଲା।

Advertisment
ACFO Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe