Advertisment

ବୁଲି ବୁଲି ବାହା ହେଉଥିଲା ଭାଇ, ଯାହା ମିଳୁଥିଲା ଭାଗ ନେଉଥିଲା ଭଉଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏମିତି ଭାଇ ଜଗତେ ନାହିଁ! ନିଜର ଯୌନ ଲାଳସା ପୂରଣ କରିବା ପାଇଁ ବୁଲି ବୁଲି ବାହା ହେଉଥିଲା। ତାହା ପୁଣି ହାଇପ୍ରୋଫାଇଲ୍‌ ମହିଳାଙ୍କୁ। ଆଉ ଏଥିରେ ତାକୁ ସହଯୋଗ କରୁଥିଲା ତା’ ପରିବାର ଓ ଭଉଣୀ! ବାହାଘରରେ ମିଳୁଥିବା ଜାନି ଯୌତୁକକୁ ଭାଗବଣ୍ଟା କରି ନେଇଯାଉଥିଲେ। ଆଜି ଏହି ଭାଇ (ନକଲି ରସକିଆ ଡାକ୍ତର ରମେଶ ସ୍ୱାଇଁ) ବିରୋଧରେ ଏହି ଖିଅ ପାଇଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ସେଥିପାଇଁ ତା’ ଭଉଣୀକୁ ଉଠାଇ […]

ବୁଲି ବୁଲି ବାହା ହେଉଥିଲା ଭାଇ, ଯାହା ମିଳୁଥିଲା ଭାଗ ନେଉଥିଲା ଭଉଣୀ

Fail Fake Doctor

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏମିତି ଭାଇ ଜଗତେ ନାହିଁ! ନିଜର ଯୌନ ଲାଳସା ପୂରଣ କରିବା ପାଇଁ ବୁଲି ବୁଲି ବାହା ହେଉଥିଲା। ତାହା ପୁଣି ହାଇପ୍ରୋଫାଇଲ୍‌ ମହିଳାଙ୍କୁ। ଆଉ ଏଥିରେ ତାକୁ ସହଯୋଗ କରୁଥିଲା ତା’ ପରିବାର ଓ ଭଉଣୀ! ବାହାଘରରେ ମିଳୁଥିବା ଜାନି ଯୌତୁକକୁ ଭାଗବଣ୍ଟା କରି ନେଇଯାଉଥିଲେ। ଆଜି ଏହି ଭାଇ (ନକଲି ରସକିଆ ଡାକ୍ତର ରମେଶ ସ୍ୱାଇଁ) ବିରୋଧରେ ଏହି ଖିଅ ପାଇଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ସେଥିପାଇଁ ତା’ ଭଉଣୀକୁ ଉଠାଇ ଆଣି ଖୋଳତାଡ଼ କରୁଛି।

Advertisment

ପୁଲିସ୍‌ ହାତରେ ଗିରଫ ହୋଇଥିବା ନକଲି ଡାକ୍ତର ରମେଶ ସ୍ୱାଇଁ ବର୍ତ୍ତମାନ ଜେଲ୍‌ରେ ଅଛି। ହେଲେ ତା’ର ପ୍ରତିଦିନ ଖୋଲୁଛି ନୂଆ ନୂଆ ଗୁମର। ୧୮ ହାଇପ୍ରୋଫାଇଲ୍‌ ମହିଳାଙ୍କୁ ବିବାହ କରିଥିବା ରମେଶକୁ ସହଯୋଗ କରୁଥିଲା ତା’ ପରିବାର ଓ ଭଉଣୀ। ରମେଶ ସ୍ୱାଇଁ ମାଟ୍ରିମୋନିଆଲ୍‌ ସାଇଟ୍‌ରେ ଭିନ୍ନ ଭିନ୍ନ ନାଁରେ ଆଇଡି ଖୋଲୁଥିଲା। ସେଠାରେ ସେ ଧନୀ ବିଧବା ଓ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଟାର୍ଗେଟ କରୁଥିଲା। ତା’ପରେ ବିଭିନ୍ନ ସୋଶାଲ ମିଡ଼ିଆରେ ସେ ସେମାନଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଥିଲା। ତା’ ପରେ ସେମାନଙ୍କ ସହିତ ଯୋଗାଯୋଗ କରୁଥିଲା। ମିଠା ମିଠା ଚାର୍ଟିଂ କରି ମହିଳାଙ୍କ ମନ ଜିଣୁଥିଲା।

ଅଭିଯୋଗ ଅନୁସାରେ ମହିଳାଙ୍କ ମନ ଜିଣିବା ପରେ ରମେଶ ପରିବାର ଲୋକଙ୍କୁ ଜଣାଉଥିଲା। ତା’ପରେ ବିବାହ କେମିତି ଓ କେଉଁଠି ହେବ? ତା’ର ସ୍କ୍ରିପ୍ଟ୍‌ ଲେଖାଯାଉଥିଲା। ଏହା ପରେ ରମେଶ ପୂରା କାହାଣୀକୁ କାର୍ଯ୍ୟକାରୀ କରୁଥିଲା। ସ୍କ୍ରିପ୍ଟିଂ ଅନୁସାରେ ସେ ବିବାହ କରୁଥିଲା। କିଛି ଦିନ ରହିବା ପରେ ମୌକା ଦେଖି ରମେଶ ସେଠାରୁ ଚମ୍ପଟ ମାରୁଥିଲା। ଆଉ ଚମ୍ପଟ ସମୟରେ ରମେଶ ବିବାହ ବେଳେ ମିଳିଥିବା ଜାନି ଯୌତୁକ ଓ ମହିଳାଙ୍କ ଧନ ସମ୍ପତ୍ତି ନେଇଯାଉଥିଲା। ପରେ ସବୁ ଟଙ୍କା ଓ ସୁନାକୁ ପରିବାର ସଦସ୍ୟ ଓ ଭଉଣୀ ସହ ବାଣ୍ଟି ନେଉଥିଲେ।

Advertisment

ଠକ ରମେଶକୁ ବିବାହ କରିଥିବା ଜଣେ ପୀଡିତା ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ତତ୍ପର ହୋଇଛି। ମହିଳାଙ୍କ ଅଭିଯୋଗ ଆଧାରରେ କମିଶନରେଟ୍‌ ପୁଲିସ ସୋମବାର କେନ୍ଦ୍ରାପଡ଼ାରେ ଚଢ଼ଉ କରିଥିଲା। ଏଥିସହ ରମେଶର ଭଉଣୀ ରଶ୍ମିତା ବେଉରାକୁ ଉଠାଇ ଆଣିଥିଲା। ତାଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରା ଉଚରା କରୁଛି ପୁଲିସ୍‌। ଏହି ଘଟଣା ପରେ ରମେଶର ପରିବାରର ଅନ୍ୟ ସଦସ୍ୟମାନେ ଫେରାର ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe