ମୃତା କଳ୍ପନାଙ୍କ ଭାଇ ଭଉଣୀଙ୍କୁ ପଚରାଉଚରା

ଭୁବନେଶ୍ୱର(ଓଡିଶା ରିପୋର୍ଟର):ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ହତ୍ୟା ମାମଲାରେ ଗତକାଲି କଳ୍ପନାଙ୍କ ପରିବାର ସଦସ୍ୟଙ୍କୁ ଜେରା କରିଛି ରାୟଗଡ ପୁଲିସ‌୍‍। ପୁଲିସ‌୍‍ ମୃତ କଳ୍ପନାଙ୍କ ଭାଇ ବରୁଣ ଦାସ ଓ ଭଉଣୀ ରୀନା ଦାସଙ୍କୁ ଡାକି ପଚାରଉଚରା ଚଳାଇଛି। ପ୍ରାୟ ଏକ ଘଣ୍ଟା ଧରି ଉଭୟଙ୍କୁ ପଚରାଉଚରା କରିଥିଲା ପୁଲିସ‌୍‍। ବିଶେଷ କରି ଅନୁପ ଓ କଳ୍ପନା କେବେଠାରୁ ଏକାଠି ରହୁଥିଲେ। କଳ୍ପନାଙ୍କ ନିଖୋଜ ପରେ ବି କାହିଁକି ପରିବାର ଲୋକେ ଥାନାରେ […]

ମେମୂମ-୧

Niharika Rout
  • Published: Monday, 24 February 2020
  • , Updated: 24 February 2020, 01:57 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର):ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ହତ୍ୟା ମାମଲାରେ ଗତକାଲି କଳ୍ପନାଙ୍କ ପରିବାର ସଦସ୍ୟଙ୍କୁ ଜେରା କରିଛି ରାୟଗଡ ପୁଲିସ‌୍‍। ପୁଲିସ‌୍‍ ମୃତ କଳ୍ପନାଙ୍କ ଭାଇ ବରୁଣ ଦାସ ଓ ଭଉଣୀ ରୀନା ଦାସଙ୍କୁ ଡାକି ପଚାରଉଚରା ଚଳାଇଛି।

ପ୍ରାୟ ଏକ ଘଣ୍ଟା ଧରି ଉଭୟଙ୍କୁ ପଚରାଉଚରା କରିଥିଲା ପୁଲିସ‌୍‍। ବିଶେଷ କରି ଅନୁପ ଓ କଳ୍ପନା କେବେଠାରୁ ଏକାଠି ରହୁଥିଲେ। କଳ୍ପନାଙ୍କ ନିଖୋଜ ପରେ ବି କାହିଁକି ପରିବାର ଲୋକେ ଥାନାରେ ଅଭିଯୋଗ କରିନଥିଲେ ସେ ନେଇ ପୁଲିସ ଉଭୟଙ୍କୁ ପଚାରିଥିବା କହିଛନ୍ତି କଳ୍ପନାଙ୍କ ଭାଇ।

ଏହି ଘଟଣାରେ ପୂର୍ବରୁ ଅନୁପ ସାଏ ଓ ତାଙ୍କ ଡ୍ରାଇଭରଙ୍କୁ ଗିରଫ କରିସାରିଛି ପୁଲିସ‌୍‍। ଅନୁପ ସାଏଙ୍କ ରିମାଣ୍ଡ ଅବଧି ସରିଯାଇଥିବା ବେଳେ ପୁଣି ୩ଦିନ ରିମାଣ୍ଡରେ ନେବାକୁ ପୁଲିସ ରାୟଗଡ କୋର୍ଟରେ ଆବେଦନ କରିଛି। ଏଥିସହ ଅନୁପଙ୍କ ନାର୍କୋ ଟେଷ୍ଟ ପାଇଁ ମଧ୍ୟ କୋର୍ଟରେ ଆବେଦନ କରାଯାଇଛି। ତଦନ୍ତରେ ଅନୁପ ସାଏ ସହଯୋଗ କରୁନଥିବା କହିଛନ୍ତି ରାୟଗଡ ଏସ‌୍‍ପି ସନ୍ତୋଷ ସିଂହ। ଅନୁପ ସାଏ ଜେରା ବେଳେ ସେହି ପୁରୁଣା କାହାଣୀ ଶୁଣାଇଛନ୍ତି। ତେବେ ତାଙ୍କ ଡ୍ରାଇଭରଠାରୁ କିଛି ସୁରାକ ମିଳିଛି।

Related story