ସନାତନଙ୍କ ବୋହୂ ବିବାଦ: ପଙ୍କଜକୁ ନୋଟିସ୍ ଜାରି କଲା ପୋଲିସ୍

ଭୁବନେଶ୍ୱର: କବିତା ମହାକୁଡ଼ ନାମକ ଜଣେ ମହିଳା ନିଜକୁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ବୋହୂ ବୋଲି ଦାବି କରୁଥିବା ବେଳେ ଆଜି ଏ ମାମଲାରେ କମିଶନରେଟ୍ ପୋଲିସ୍ ସନାତନଙ୍କ ପୁଅ ପଙ୍କଜଙ୍କୁ ନୋଟିସ୍ ଜାରି କରିଛି। ଧାରା ୧୬୦ ଅନୁସାରେ ଥାନାରେ ହାଜର ହୋଇ ବୟାନ ରେକର୍ଡ କରାଇବାକୁ ତାଙ୍କୁ ନୋଟିସ୍ ଜାରି କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି। ସେ କହିଛନ୍ତି,“ବୟାନ ରେକର୍ଡ କରିବା ପାଇଁ ପଙ୍କଜଙ୍କୁ ନୋଟିସ୍ ଜାରି କରାଯାଇଛି। […]

kabita

Rakesh Mallick
  • Published: Friday, 18 March 2016
  • , Updated: 18 March 2016, 10:55 AM IST

[caption id="attachment_71632" align="alignleft" width="150"] କବିତା ମହାକୁଡ଼[/caption]

ଭୁବନେଶ୍ୱର: କବିତା ମହାକୁଡ଼ ନାମକ ଜଣେ ମହିଳା ନିଜକୁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ବୋହୂ ବୋଲି ଦାବି କରୁଥିବା ବେଳେ ଆଜି ଏ ମାମଲାରେ କମିଶନରେଟ୍ ପୋଲିସ୍ ସନାତନଙ୍କ ପୁଅ ପଙ୍କଜଙ୍କୁ ନୋଟିସ୍ ଜାରି କରିଛି। ଧାରା ୧୬୦ ଅନୁସାରେ ଥାନାରେ ହାଜର ହୋଇ ବୟାନ ରେକର୍ଡ କରାଇବାକୁ ତାଙ୍କୁ ନୋଟିସ୍ ଜାରି କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।

ସେ କହିଛନ୍ତି,“ବୟାନ ରେକର୍ଡ କରିବା ପାଇଁ ପଙ୍କଜଙ୍କୁ ନୋଟିସ୍ ଜାରି କରାଯାଇଛି। କୌଣସି କାଗଜପତ୍ର ବା ତଥ୍ୟପ୍ରମାଣ ନେଇ ଆସିବାକୁ ନୋଟିସ୍‌ରେ କୁହାଯାଇନାହିଁ। ବୟାନ ରେକର୍ଡ କରାଗଲା ପରେ ଯଦି ଆବଶ୍ୟକ ହେବ ତା’ହେଲେ ତାଙ୍କୁ ତଥ୍ୟ ଦେବାକୁ କୁହାଯିବ।”

ପଙ୍କଜଙ୍କ ବୟାନ ରେକର୍ଡ କରାଗଲେ ସବୁ ସତ କଥା ପଦାକୁ ଆସି ଯିବ ବୋଲି କବିତା ଦାବି କରି ଆସୁଥିଲେ। ଏହା ପୂର୍ବରୁ ଭୁବନେଶ୍ୱରର ମହିଳା ଥାନାରେ ଧାରା ୧୬୦ ଅନୁଯାୟୀ କବିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଏହା ସହିତ ପଙ୍କଜଙ୍କ ସହିତ ତାଙ୍କର ବିବାହ ହୋଇଛି ଓ ତାଙ୍କ ଝିଅର ବାପା ପଙ୍କଜ ବୋଲି ଦାବି କରି ସେ ପୋଲିସ୍ ପାଖରେ ଏନେଇ ତଥ୍ୟ ମଧ୍ୟ ଦାଖଲ କରିଛନ୍ତି।

ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ କବିତା ମାର୍ଚ୍ଚ ୧ ତାରିଖରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ ଆଇପିସି ଧାରା ୪୯୮ ଏ, ୩୪୧,୨୯୪ ଓ ୩୪ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। କବିତା ଅଭିଯୋଗ କରିଛନ୍ତି ଯେ ସନାତନଙ୍କ ବଡ଼ ପୁଅ ପଙ୍କଜଙ୍କ ସହିତ ୨୦୧୨ରେ ତାଙ୍କର ବିବାହ ହୋଇଥିଲା। ପ୍ରଥମ ସ୍ୱାମୀ ଦେବାଶିଷ ମହାକୁଡ଼ଙ୍କଠାରୁ ଅଲଗା ହେବା ପରେ ସେ ପଙ୍କଜଙ୍କୁ ବିବାହ କରିଥିଲେ। ବିବାହ ପରେ ସେମାନେ ମାଲକାନଗିରି ଜିଲ୍ଲା ମୋଟୁରେ ରହୁଥିଲେ। ତେବେ ସନାତନ ଏ ବିବାହ ସପକ୍ଷରେ ନ ଥିଲେ। ତେଣୁ ୨୦୧୫ ଅଗଷ୍ଟ ମାସରେ ସେ ଜୋରଜବରଦସ୍ତ ପଙ୍କଜଙ୍କୁ ଚମ୍ପୁଆ ନେଇ ଯାଇଛନ୍ତି। ସେହିଦିନଠାରୁ ତାଙ୍କ ସ୍ୱାମୀଙ୍କୁ ସନାତନ ଲୁଚାଇ ରଖିଛନ୍ତି ବୋଲି ଅଭିଯୋଗ କରିଥିଲେ କବିତା।

Related story