ବାଡ଼ି ଧରି ବାଇକ୍‌ ଅଟକାଉଥିଲା ପୁଲିସ୍‌, ଛିଟିକି ପଡ଼ିଲେ ୩ ଯୁବକ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):  ଟ୍ରାଫିକ ନିୟମ ଉଲ୍ଲଘଂନ କରି ବାଇକ୍‌ରେ ଯାଉଥିବା ୩ ଜଣଙ୍କୁ ଅଟକାଇବାକୁ ଚେଷ୍ଟା କରି ପୁଲିସ୍‌ ଏବେ ହରଡଘଣାରେ। କ୍ଷିପ୍ର ବେଗରେ ଯାଉଥିବା ବାଇକ୍‌କୁ ଅଟକାଇବାକୁ ପୁଲିସ୍‌ ଚାଳକଙ୍କୁ ବାଡ଼ିରେ ପିଟି ଦେବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି ଗାଡ଼ିଟି । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ ଏହି ଲୋମଟାଙ୍କୁରା ଘଟଣା ସିସିଟିଭିରେ କଏଦ ହୋଇଛି। ଫଳରେ ପୁଲିସ୍‌ ଏବେ ଆଲୋଚନାର ଶିକାର ହେଉଥିବା ବେଳେ ଚଳନ୍ତା ବାଇକ୍‌କୁ ଅଟକାଇବାକୁ ଏ ପ୍ରକାର […]

bike

Niharika Rout
  • Published: Monday, 22 November 2021
  • , Updated: 22 November 2021, 02:38 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):  ଟ୍ରାଫିକ ନିୟମ ଉଲ୍ଲଘଂନ କରି ବାଇକ୍‌ରେ ଯାଉଥିବା ୩ ଜଣଙ୍କୁ ଅଟକାଇବାକୁ ଚେଷ୍ଟା କରି ପୁଲିସ୍‌ ଏବେ ହରଡଘଣାରେ। କ୍ଷିପ୍ର ବେଗରେ ଯାଉଥିବା ବାଇକ୍‌କୁ ଅଟକାଇବାକୁ ପୁଲିସ୍‌ ଚାଳକଙ୍କୁ ବାଡ଼ିରେ ପିଟି ଦେବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି ଗାଡ଼ିଟି । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ ଏହି ଲୋମଟାଙ୍କୁରା ଘଟଣା ସିସିଟିଭିରେ କଏଦ ହୋଇଛି। ଫଳରେ ପୁଲିସ୍‌ ଏବେ ଆଲୋଚନାର ଶିକାର ହେଉଥିବା ବେଳେ ଚଳନ୍ତା ବାଇକ୍‌କୁ ଅଟକାଇବାକୁ ଏ ପ୍ରକାର ଉଦ୍ୟମ କେତେ ଦୂର ସମୀଚିନ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବ୍ରହ୍ମପୁର ଗୋଷାଣୀନୂଆଗାଁ ଓଭରବ୍ରିଜ୍‌ରେ ଗତକାଲି ସଂଧ୍ୟାରେ ଘଟିଛି ଏଭଳି ଘଟଣା ।

ଗତକାଲି ସଂଧ୍ୟାରେ ଗୋଷାଣୀନୂଆଗାଁ ଓଭରବ୍ରିଜ୍‌ରେ ପୋଲିସ୍ ଯାଞ୍ଚ କରୁଥିଲା । ଉକ୍ତ ସମୟରେ ବାଇକ୍‌ରେ ୩ ଜଣ ଯୁବକ କ୍ଷୀପ୍ର ବେଗ୍‌ରେ ଯାଉଥିଲେ।  ପୁଲିସ୍ ଅଟକାଇବାକୁ ଚେଷ୍ଟା କରିବାରୁ ସେମାନେ ପୁଲିସ୍‌ ଯାଞ୍ଚକୁ ଭେଦି ଯିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଜଣେ ପୋଲିସ୍ କର୍ମଚାରୀ ତାଙ୍କୁ ଅଟକାଇବାକୁ ବାଡ଼ିରେ ଏକ ପ୍ରହାର ମାରିଥିଲେ । ପରେ ସାମ୍ନାରୁ ଆଉ ଦୁଇ ଜଣ ପୋଲିସ୍ ଅଧିକାରୀ ସେମାନଙ୍କୁ ଅଟାଇବାକୁ ଚେଷ୍ଟା କରିବାରୁ ଘଟିଛି ଦୁର୍ଘଟଣା ।

ପୋଲିସ୍ ଅଧିକାରୀ ହାତରେ ଧରିଥିବା ବାଡ଼ିରେ ଉକ୍ତ ଯୁବକମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ତିନି ଜଣ  ଯୁବକ   ଯୁବକ ରାସ୍ତାରେ ଖସି ପଡ଼ିଥିଲେ । ଗୁରୁତର ଅବସ୍ଥାରେ  ସମସ୍ତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

ହେଲେ ଏବେ ପୁଲିସ୍‌ ବ୍ୟବହାରକୁ ନେଇ ଏଠି ପ୍ରଶ୍ନ ଉଠୁଛି । ନିୟମ ଖିଲାପକାରୀଙ୍କୁ ଅଟକାଇବା ପାଇଁ ପୋଲିସ୍‌ର ଆଚରଣ କ’ଣ ଗ୍ରହଣୀୟ।  ହାତରେ ବାଡ଼ି ଧରି ହିଁ ଅଟକାଇବା ଏକମାତ୍ର ରାସ୍ତା କି ? ଯଦି, ଗତକାଲି ପୋଲିସ୍ ନିୟମ ଉଲ୍ଲଘଂନକାରୀଙ୍କୁ ଏପରି ଅଟକାଇବାକୁ ଚେଷ୍ଟା କରିନଥାନ୍ତେ, ବୋଧେ ହୁଏ ଦୁର୍ଘଟଣାକୁ ଏଡା ଯାଇପାରିଥାନ୍ତା ବୋଲି ଆଲୋଚନା  ହେଉଛି।

Related story