ଭାଇରାଲ ଅଡ଼ିଓ ଘଟଣାରେ ଗିରଫ ୨ ଜଣଙ୍କୁ ରିମାଣ୍ଡରେ ନେବ ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭାଇରାଲ ଅଡିଓ ଘଟଣାରେ ଗିରଫ ୨ ଜଣ ରିମାଣ୍ଡରେ ଯିବେ। ଗିରଫ ହୋଇଥିବା ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ରିମାଣ୍ଡରେ ନେବ ପୁଲିସ। ଉଭୟଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ SDJM କୋର୍ଟ ଅନୁମତି ଦେଇଛନ୍ତି। ବୁଧବାର ଠାରୁ ୩ ଦିନିଆ ରିମାଣ୍ଡରେ ଉଭୟଙ୍କୁ ନେବ ପୁଲିସ। ମଙ୍ଗଳବାର ପର୍ଯ୍ୟନ୍ତ ଉଭୟ ବିଚାର ବିଭାଗୀୟ ହାଜତରେ ରହିବେ। ସୂଚନା ଅନୁଯାୟୀ, କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ଭାଇରାଲ ଅଡିଓ ଘଟଣାରେ ବାର୍ତ୍ତାଳାପ କରିଥିବା ସମ୍ପୃକ୍ତ […]

6bnv

Tapas Behera
  • Published: Monday, 10 August 2020
  • , Updated: 10 August 2020, 05:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭାଇରାଲ ଅଡିଓ ଘଟଣାରେ ଗିରଫ ୨ ଜଣ ରିମାଣ୍ଡରେ ଯିବେ। ଗିରଫ ହୋଇଥିବା ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ରିମାଣ୍ଡରେ ନେବ ପୁଲିସ। ଉଭୟଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ SDJM କୋର୍ଟ ଅନୁମତି ଦେଇଛନ୍ତି। ବୁଧବାର ଠାରୁ ୩ ଦିନିଆ ରିମାଣ୍ଡରେ ଉଭୟଙ୍କୁ ନେବ ପୁଲିସ। ମଙ୍ଗଳବାର ପର୍ଯ୍ୟନ୍ତ ଉଭୟ ବିଚାର ବିଭାଗୀୟ ହାଜତରେ ରହିବେ।

ସୂଚନା ଅନୁଯାୟୀ, କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ଭାଇରାଲ ଅଡିଓ ଘଟଣାରେ ବାର୍ତ୍ତାଳାପ କରିଥିବା ସମ୍ପୃକ୍ତ ୨ ଜଣଙ୍କୁ ପୁଲିସ ଗିରଫ କରିଥିଲା। ଲକ୍ଷ୍ମୀକାନ୍ତ ବେହେରା ଅରଟେଲ୍ କମ୍ୟୁନିକେସନ  କର୍ମଚାରୀ  ହୋଇଥିବା ବେଳେ ବିଶ୍ୱଜିତ ହେଉଛନ୍ତି ତାଙ୍କ ବନ୍ଧୁ । କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସା ସଂପର୍କରେ ଉଭୟଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହୋଇଥିଲା । ଗତକାଲି ଅପରାହ୍ନରେ ଦୁଇ ଜଣଙ୍କୁ କମିଶନରେଟ୍ ପୁଲିସ୍‌ ଉଠାଇ ନେଇ ୧୨ ଘଣ୍ଟା ଧରି ଜେରା କରିଥିବା ଜଣାଯାଇଛି। ଲକ୍ଷ୍ମୀକାନ୍ତ କରୋନାରେ ଆକ୍ରାନ୍ତ ହେବାରୁ ଗତ ଜୁଲାଇ ୧୭ ତାରିଖରୁ ଅଫିସ ଯାଇନଥିବା ଜଣାପଡ଼ିଛି ।

ଭାଇରାଲ୍ ହୋଇଥିବା ଅଡିଓ ସମ୍ପର୍କରେ ମାନିଛନ୍ତି ଲକ୍ଷ୍ମୀକାନ୍ତଙ୍କ ବନ୍ଧୁ ବିଶ୍ୱଜିତ । ସେ ନିଜେ ଭାଇରାଲ୍ କରିଥିବା କଥାକୁ ସ୍ୱୀକାର କରିଛନ୍ତି । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବା ସହ ବିଶ୍ୱଜିତ କହିଛନ୍ତି ଯେ, ମୋବାଇଲ୍‌ରେ ୨୦ରୁ ୨୫ ଜଣ ସାଙ୍ଗଙ୍କୁ ସେ ଏହି ଅଡିଓଟିକୁ ପଠାଇଥିଲେ । ସେପଟେ ଅରଟେଲ୍ କର୍ମଚାରୀ ଲକ୍ଷ୍ମୀକାନ୍ତ ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ କରୋନା ସଂକ୍ରମିତ  ହୋଇଥିଲେ ଏବଂ ନିଜର ଅନୁଭୂତି ସାଙ୍ଗଙ୍କ ସହ କଥା ହେଉଥିଲେ । ତେବେ ତାଙ୍କ କଥାକୁ ବିଶ୍ୱଜିତ ରେକର୍ଡିଂ କରୁଥିବେ ବୋଲି ତାଙ୍କ ଧାରଣା ନ ଥିଲା ବୋଲି କହିଛନ୍ତି ଲକ୍ଷ୍ମୀକାନ୍ତ ।

ତେବେ ଏହା ପୂର୍ବରୁ ଓଟିଭି ସୋଶାଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଦୁଇ ବନ୍ଧୁ କଥା ହେଉଥିବାର ଏକ ଅଡିଓ ପ୍ରକାଶ ପାଇଥିଲା। ସେମାନଙ୍କ ଭିତରୁ ଜଣେ କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା କୁହାଯାଉଥିଲା। କୋଭିଡ୍‌ ହସ୍ପିଟାଲ୍‌ରୁ ଫେରିବା ପରେ ସମ୍ପୃକ୍ତ ବ୍ୟକ୍ତି ତାଙ୍କ ସାଙ୍ଗ ସହିତ କଥା ହୋଇଥିଲେ। ଯାହା ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏହାପରେ ଗତକାଲି ସେମାନଙ୍କୁ ପୁଲିସ୍‌ ଉଠାଇ ନେଇଥିଲା। ଓଟିଭି ସୋଶାଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ପ୍ରସାରିତ ଉକ୍ତ ଭିଡିଓକୁ ମିଛ ବୋଲି ଦର୍ଶାଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିଥିଲା।

Related story