ନବୀନ ବାଣ୍ଟିଲେ ଦାୟିତ୍ୱ: ନବଙ୍କୁ ସ୍ୱାସ୍ଥ୍ୟ, ସମୀର ଦାଶ ଗଣଶିକ୍ଷା ମନ୍ତ୍ରୀ, ଜାଣନ୍ତୁ ଆଉ କାହାକୁ କେଉଁ ବିଭାଗ ମିଳିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପଞ୍ଚମଥର ପାଇଁ ବିଜେଡି ସରକାର ଗଠନ କରିବା ସହ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନବୀନଙ୍କ ନୂଆ ଟିମ୍‌ରେ ୨୦ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ କ୍ୟାବିନେଟ ଓ ୯ ଜଣଙ୍କୁ ସ୍ୱାଧୀନ ଭାବେ ମନନ୍ତ୍ରୀପଦ ମିଳିଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପାଖରେ ଗୃହ ଓ ସାଧାରଣ ପ୍ରଶାସନ ରଖିଛନ୍ତି। ସେହିପରି କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରଫୁଲ୍ଲ ମଲ୍ଲିକଙ୍କୁ  ଖଣି, ଇସ୍ପାତ […]

Untitled-1

Tapas Behera
  • Published: Wednesday, 29 May 2019
  • , Updated: 29 May 2019, 04:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପଞ୍ଚମଥର ପାଇଁ ବିଜେଡି ସରକାର ଗଠନ କରିବା ସହ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନବୀନଙ୍କ ନୂଆ ଟିମ୍‌ରେ ୨୦ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ କ୍ୟାବିନେଟ ଓ ୯ ଜଣଙ୍କୁ ସ୍ୱାଧୀନ ଭାବେ ମନନ୍ତ୍ରୀପଦ ମିଳିଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପାଖରେ ଗୃହ ଓ ସାଧାରଣ ପ୍ରଶାସନ ରଖିଛନ୍ତି।

ସେହିପରି କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରଫୁଲ୍ଲ ମଲ୍ଲିକଙ୍କୁ  ଖଣି, ଇସ୍ପାତ ଓ ଶିଳ୍ପ, ବିକ୍ରମ ଆରୁଖଙ୍କୁ ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ବିଭାଗ,ନିରଞ୍ଜନ ପୂଜାରୀଙ୍କୁ ଅର୍ଥ ଓ ଅବକାରୀ ବିଭାଗ, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଖାଦ୍ୟ ଓ ଯୋଗାଣ, ସମବାୟ ବିଭାଗ, ଅରୁଣ କୁମାର ସାହୁଙ୍କୁ କୃଷି, ମତ୍ସ୍ୟ, ପଶୁସଂପଦ ଏବଂ ଉଚ୍ଚଶିକ୍ଷା ବିଭାଗ, ଟୁକୁନି ସାହୁଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ପ୍ରତାପ ଜେନାଙ୍କୁ ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ବିଭାଗ, ସୁଦାମ ମାରାଣ୍ଡିଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ପଦ୍ମନାଭ ବେହେରାଙ୍କୁ ବାଣିଜ୍ୟ ଓ ପରିବହନ, ଯୋଜନା ଓ ସମନ୍ନୟ, ସୁଶାନ୍ତ ସିଂଙ୍କୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ଏବଂ ନବକିଶୋର ଦାସଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀପଦ ମିଳିଛି।

ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ ପଦ୍ମିନୀ ଦିଆନ୍‌ଙ୍କୁ  ହସ୍ତ ଓ ବୟନ ଶିଳ୍ପ, ଅଶୋକ ପଣ୍ଡାଙ୍କୁ ବିଜ୍ଞାନ ଓ କାରିଗରୀ, ପବ୍ଲିକ୍ ଏଣ୍ଟର ପ୍ରାଇଜର୍ସ, ସମୀର ରଞ୍ଜନ ଦାଶଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଦିବ୍ୟଶଙ୍କର ମିଶ୍ରଙ୍କୁ  ଶକ୍ତି, ଶିଳ୍ପ, ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ  ପର୍ଯ୍ୟଟନ, ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ, ପ୍ରେମାନନ୍ଦ ନାୟକଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ରଘୁନନ୍ଦନ ଦାସଙ୍କୁ  ଜଳ ସଂପଦ ଏବଂ ସୂଚନା ଓ ଲୋକସଂପର୍କ, ତୁଷାରକାନ୍ତି ବେହେରାଙ୍କୁ  କ୍ରୀଡ଼ା ଓ ଯୁବସେବା ଏବଂ ଜଗନ୍ନାଥ ସାରକାଙ୍କୁ  ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ମନ୍ତ୍ରୀ ଦାୟିତ୍ୱ ମିଳିଛି।

Related story