- Videos
- Odisha
- ପୁଲିସ୍ ପରିଚୟ ଦେଇ ଝାମ୍ପି ନେଲେ ୧୫ ଭରି ସୁନା ଅଳଙ୍କାର
ପୁଲିସ୍ ପରିଚୟ ଦେଇ ଝାମ୍ପି ନେଲେ ୧୫ ଭରି ସୁନା ଅଳଙ୍କାର
- Published: Sunday, 12 August 2018
- , Updated: 12 August 2018, 12:46 PM IST
<p>ବ୍ରହ୍ମପୁର(ଜଗନ୍ନାଥ ସାହୁ): ପୁଲିସ୍‌ ନାଁରେ ମହିଳାଙ୍କଠାରୁ ସୁନା ଲୁଟି ନେଲେ ଦୁର୍ବୃତ୍ତ। ଏହି ଘଟଣା ଘଟିଛି ବ୍ରହ୍ମପୁର ସୀତାଦେବୀ ଖଡାଙ୍ଗା ଛାତ୍ରୀନିବାସ ସାମ୍ନାରେ।</p>
<p>ଗୋଷାଣୀ ନୂଆଗାଁ ଅଞ୍ଚଳର ସଞ୍ଜୁକ୍ତା ପାଢ଼ୀ ନାମକ ଜଣେ ମହିଳା ସବୁଦିନ ଭଳି ଆଜି ମଧ୍ୟ ମର୍ଣ୍ଣିଂ ଓ୍ୱାକରେ ଯାଇଥିଲେ। ତେବେ ଫେରିବା ବେଳେ ୪ ଜଣ ବ୍ୟକ୍ତି ତାଙ୍କୁ ଅଟକାଇ ନିଜକୁ ପୁଲିସ୍‌ ବୋଲି ପରିଚୟ ଦେଇଥିଲେ। ପରେ ସେ ପିନ୍ଧିଥିବା ସୁନା ଗହଣା ଖୋଲି ଦାୟିତ୍ୱରେ ରଖିବାକୁ ପରାମର୍ଶ ଦେଇଥିଲେ। ସଞ୍ଜୁକ୍ତା ସେମାନଙ୍କ କଥାରେ ବିଶ୍ୱାସ କରି ପିନ୍ଧିଥିବା ହାର, ମୁଦି ଓ ଚୁଡ଼ି ଓହ୍ଲାଇ ଦେଇଥିଲେ। ହେଲେ ସେ ଏହାକୁ ଯତ୍ନର ସହ ରଖିବା ପୂର୍ବରୁ ଦୁର୍ବୃତ୍ତମାନେ ମାଉଜର ଦେଖାଇ ଲୁଟ୍‌ କରି ଫେରାର ହୋଇଯାଇଥିଲେ।</p>
<p>ଏନେଇ ଅଭିଯୋଗ ହେବା ପରେ ବ୍ରହ୍ମପୁର ଟାଉନ ଥାନା ପୁଲିସ୍‌ ଘଟଣାର ତଦନ୍ତ କରୁଛି।</p>
<p>ଲୁଟ୍‌ ସୁନା ପ୍ରାୟ ୧୫ ଭରି ହେବ ବୋଲି ମହିଳା ଜଣଙ୍କ କହିଛନ୍ତି।</p>