‘ସଂକ୍ରମଣ ସ୍ପିଡରେ ସାମାନ୍ୟ ବ୍ରେକ୍‌, ରାଜ୍ୟରେ ଏବେ ଫ୍ଲାଟ ସ୍ଥିତିରେ କରୋନା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନ ପୂର୍ବେ ରାଜ୍ୟରେ ଦୈନିକ କୋରନା ସଂକ୍ରମଣ ଗ୍ରାଫ ଯେଉଁ ସ୍ପିଡରେ ଉପରମୁହାଁ ହେଉଥିଲା, ଏବେ ସେଥିରେ ଲାଗିଛି ସାମାନ୍ୟ ବ୍ରେକ୍‌।  ପୂର୍ବ ଅପେକ୍ଷା ସଂକ୍ରମଣ ସ୍ପିଡ ସାମନ୍ୟ ହ୍ରାସ ପାଇ ଏବେ ଫ୍ଲାଟ ସ୍ଥିତିରେ ରହିଛି । ପୂର୍ବରୁ ଦୈନିକ ସଂକ୍ରମଣ ୧୨ ହଜାର ଥିବାବେଳେ ଏବେ ୧୦ହଜାର ଟ୍ରେଣ୍ଡ ଚାଲିଛି ବୋଲି କହିଛନ୍ତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ । ତେବେ ସମସ୍ତେ କୋଭିଡ ଗାଇଡ଼ଲାଇନକୁ […]

corona

Niharika Rout
  • Published: Thursday, 13 May 2021
  • , Updated: 13 May 2021, 04:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନ ପୂର୍ବେ ରାଜ୍ୟରେ ଦୈନିକ କୋରନା ସଂକ୍ରମଣ ଗ୍ରାଫ ଯେଉଁ ସ୍ପିଡରେ ଉପରମୁହାଁ ହେଉଥିଲା, ଏବେ ସେଥିରେ ଲାଗିଛି ସାମାନ୍ୟ ବ୍ରେକ୍‌।  ପୂର୍ବ ଅପେକ୍ଷା ସଂକ୍ରମଣ ସ୍ପିଡ ସାମନ୍ୟ ହ୍ରାସ ପାଇ ଏବେ ଫ୍ଲାଟ ସ୍ଥିତିରେ ରହିଛି ।

ପୂର୍ବରୁ ଦୈନିକ ସଂକ୍ରମଣ ୧୨ ହଜାର ଥିବାବେଳେ ଏବେ ୧୦ହଜାର ଟ୍ରେଣ୍ଡ ଚାଲିଛି ବୋଲି କହିଛନ୍ତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ । ତେବେ ସମସ୍ତେ କୋଭିଡ ଗାଇଡ଼ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ସେହିପରି ଗାଁରେ ସଂକ୍ରମଣ ବଢୁଥିବା ନେଇ ସେ କହିଛନ୍ତି, ଗାଁ ଲୋକମାନେ ସହରକୁ ଯିବା ଆସିବା କରୁଛନ୍ତି । କୋଭିଡ ଗାଇଡ଼ଲାଇନ ନମାନି ଛୋଟ ଛୋଟ ମେଳା ମହୋତ୍ସବ କରୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି।  ଯଦି ୧୯ ତାରିଖ ଭିତରେ ସ୍ଥିତି ନିୟନ୍ତ୍ରଣକୁ ନ ଆସିଲା,    ତେବେ ସରକାର ଲକଡାଉନ ପାଇଁ  ପୁଣି ବାଧ୍ୟ ହେବେ ବୋଲି କହିଛନ୍ତି  ।

ସୂଚନାଯୋଗ୍ୟ,  ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୬୪୯  ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭ ରେ ପହଞ୍ଚି ଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୫୧କୁ ବୃଦ୍ଧି ପାଇଛି।

Related story