ଲମ୍ବା ଛୁଟିରୁ ଫେରିଲେ ପ୍ରଦୀପ୍ତ, ହେଲେ ଓଏଫଡିସି ଅଧ୍ୟକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ମୁକାବିଲା ମଧ୍ୟରେ ଅଚାନକ ଲମ୍ବା ଛୁଟିରେ ପଳାଇଥିବା ବରିଷ୍ଠ ଆଇଏଏସ୍ ପ୍ରଦୀପ୍ତ କୁମାର ମହାପାତ୍ର ଆଜି  କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଜି ପୂର୍ବାହ୍ନରେ ସେ କାର୍ଯ୍ୟରେ ଯୋଗ ଦେବା ପରେ ସନ୍ଧ୍ୟାରେ ତାଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫଡିସି)ର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି। କରୋନା ମହାମାରୀର ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବାବେଳେ ଶ୍ରୀ ମହାପାତ୍ର ଗତ ସେପ୍ଟେମ୍ବର ୧୪ତାରିଖରେ ଅଚାନକ ଲମ୍ବା […]

pradeepta-mahapatra

pradeepta-mahapatra

Ordigital Desk
  • Published: Saturday, 16 October 2021
  • Updated: 16 October 2021, 09:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ମୁକାବିଲା ମଧ୍ୟରେ ଅଚାନକ ଲମ୍ବା ଛୁଟିରେ ପଳାଇଥିବା ବରିଷ୍ଠ ଆଇଏଏସ୍ ପ୍ରଦୀପ୍ତ କୁମାର ମହାପାତ୍ର ଆଜି  କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଜି ପୂର୍ବାହ୍ନରେ ସେ କାର୍ଯ୍ୟରେ ଯୋଗ ଦେବା ପରେ ସନ୍ଧ୍ୟାରେ ତାଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫଡିସି)ର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି। କରୋନା ମହାମାରୀର ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବାବେଳେ ଶ୍ରୀ ମହାପାତ୍ର ଗତ ସେପ୍ଟେମ୍ବର ୧୪ତାରିଖରେ ଅଚାନକ ଲମ୍ବା ଛୁଟିରେ ପଳାଇଥିଲେ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଶ୍ରୀ ମହାପାତ୍ର ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ କାରଣ ଦର୍ଶାଇ ଛୁଟିରେ ଯାଇଥିଲେ। ଆଜି ସେ କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କୁ ଓଏଫଡିସି ଅଧ୍ୟକ୍ଷ ଭାବେ ବଦଳି କରାଯାଇଛି। ସେହିପରି ସେଠାରେ ଥିବା ୧୯୮୮ ବ୍ୟାଚ୍ ଆଇଏଏସ୍ ପରାଗ ଗୁପ୍ତାଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି। ସାଧାରଣ ଉଦ୍ୟୋଗ ସଚିବ ଥିବା ୧୯୯୧ ବ୍ୟାଚର ଆଇଏଏସ୍ ବିଜୟ ଅରୋରାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରାଯାଇଛି। ଶ୍ରୀ ଅରୋରା ଖୁବଶୀଘ୍ର କେନ୍ଦ୍ରୀୟ ଡେପୁଟେସନରେ ଯିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ୧୯୮୮ ବ୍ୟାଚ୍ ଆଇଏଏସ୍ ତଥା ସ୍ୱାସ୍ଥ୍ୟ ସଚିବ ଶ୍ରୀ ମହାପାତ୍ର ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ କାରଣରୁ ଛୁଟିରେ ଯାଇଥିଲେ । ତାଙ୍କ ପରିବର୍ତ୍ତେ କୃଷି ଉତ୍ପାଦନ କମିଶନର ଶ୍ରୀ ଶର୍ମା ସ୍ୱାସ୍ଥ୍ୟ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ତେବେ କୋଭିଡ୍ ମହାମାରୀ ରାଜ୍ୟରେ ଥମି ନଥିବାବେଳେ ସ୍ୱାସ୍ଥ୍ୟ ସଚିବ ଶ୍ରୀ ମହାପାତ୍ର ଅଚାନକ ବ୍ୟକ୍ତିଗତ କାରଣ ଦର୍ଶାଇ ଲମ୍ବା ଛୁଟିରେ ଚାଲିଯିବା ପରେ ତୃତୀୟ ମହଲା ସହ ତାଙ୍କର ବିବାଦ ଓ ତାଙ୍କ କାର୍ଯ୍ୟରେ ତୃତୀୟ ମହଲାର ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ସେ ଛୁଟିରେ ଯାଇଥିବା ଚର୍ଚ୍ଚା ହୋଇଥିଲା । ସେ ଫେରିବା ପରେ ତାଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ କରାଯାଇପାରେ ବୋଲି ହେଉଥିବା ଚର୍ଚ୍ଚା ମଧ୍ୟ ଆଜି ସତ ପ୍ରମାଣିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos