ଆମ୍ବୁଲାନ୍ସ ଆସି ପାରିଲା ନାହିଁ, ଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତି

ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସି ପାରିଲାନାହିଁ। ଫଳରେ ଜଣେ ପ୍ରସୂତିଙ୍କୁ କିଛି ବାଟ ଷ୍ଟ୍ରେଚରରେ ଅଣାଯାଇଥିଲା। ପରେ ବାଇକ୍‌ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ପାବିଲିଗୁଡ଼ା ଗାଁରେ। ପାର୍ବତୀ ଖରାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସି ପାରି ନ ଥିଲା। ଶେଷରେ ପରିବାର ଲୋକେ ଗ୍ରାମବାସୀ ଓ ଏଏନ୍ଏମ୍ ଦିଦି ସହିତ ମିଶି […]

fgrrhg

Tapaswini Nayak
  • Published: Monday, 08 October 2018
  • , Updated: 08 October 2018, 01:03 PM IST

ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସି ପାରିଲାନାହିଁ। ଫଳରେ ଜଣେ ପ୍ରସୂତିଙ୍କୁ କିଛି ବାଟ ଷ୍ଟ୍ରେଚରରେ ଅଣାଯାଇଥିଲା। ପରେ ବାଇକ୍‌ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ପାବିଲିଗୁଡ଼ା ଗାଁରେ।

ପାର୍ବତୀ ଖରାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସି ପାରି ନ ଥିଲା। ଶେଷରେ ପରିବାର ଲୋକେ ଗ୍ରାମବାସୀ ଓ ଏଏନ୍ଏମ୍ ଦିଦି ସହିତ ମିଶି ତାଙ୍କୁ ଷ୍ଟ୍ରେଚରରେ ବୋହି ମୁଖ୍ୟରାସ୍ତା ପର୍ଯ୍ୟନ୍ତ ଆଣିଥିଲେ। ପରେ ସେଠାରୁ ବାଇକ୍ ଯୋଗେ ଡାକ୍ତରଖାନା ନେଇଥିଲେ।

Related story