ଜେଜେ ମା’ ମୋ ରୋଲ୍ ମଡେଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରି ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ହେଲେ ତା’ ପୂର୍ବରୁ ଆଜି ନିଜ ସ୍କୁଲ(ୟୁନିଟ୍-୨ କ୍ୟାପିଟାଲ ଗ୍ୟାଲ୍ସ ହାଇସ୍କୁଲ) ଓ ହଷ୍ଟେଲ୍ ବୁଲି ପୁରୁଣା ସ୍ମୃତି ସାଉଁଟିଛନ୍ତି। ସ୍କୁଲ ବେଳର ସାଙ୍ଗମାନଙ୍କୁ ଭେଟି ସୁଖଦୁଃଖ ହୋଇଛନ୍ତି। ଏଥିସହ ତପୋବନ ହାଇସ୍କୁଲ ଯାଇ ଛାତ୍ରଛାତ୍ରୀଙ୍କ ଭାବ ବିନିମୟ ବେଳେ ଜେଜେ ମାଙ୍କୁ ନିଜ ରୋଲ୍ ମଡେଲ୍ କହିଛନ୍ତି। ସେପଟେ ରାଷ୍ଟ୍ରପତିଙ୍କୁ ନିକଟରେ ପାଇ କେଉଁଠି ଛାତ୍ରଛାତ୍ରୀ ଖୁସିରେ […]

president

president

Niranjan Mishra
  • Published: Friday, 11 November 2022
  • Updated: 11 November 2022, 10:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରି ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ହେଲେ ତା’ ପୂର୍ବରୁ ଆଜି ନିଜ ସ୍କୁଲ(ୟୁନିଟ୍-୨ କ୍ୟାପିଟାଲ ଗ୍ୟାଲ୍ସ ହାଇସ୍କୁଲ) ଓ ହଷ୍ଟେଲ୍ ବୁଲି ପୁରୁଣା ସ୍ମୃତି ସାଉଁଟିଛନ୍ତି। ସ୍କୁଲ ବେଳର ସାଙ୍ଗମାନଙ୍କୁ ଭେଟି ସୁଖଦୁଃଖ ହୋଇଛନ୍ତି। ଏଥିସହ ତପୋବନ ହାଇସ୍କୁଲ ଯାଇ ଛାତ୍ରଛାତ୍ରୀଙ୍କ ଭାବ ବିନିମୟ ବେଳେ ଜେଜେ ମାଙ୍କୁ ନିଜ ରୋଲ୍ ମଡେଲ୍ କହିଛନ୍ତି।

ସେପଟେ ରାଷ୍ଟ୍ରପତିଙ୍କୁ ନିକଟରେ ପାଇ କେଉଁଠି ଛାତ୍ରଛାତ୍ରୀ ଖୁସିରେ ବିଭୋର ତ, ଆଉ କେଉଁଠି ନିଜ ରାଷ୍ଟ୍ରପତି ବାନ୍ଧବୀଙ୍କୁ ଭେଟିବା ଖୁସିରେ ମହିଳାମାନେ ଗଦ୍‌ଗଦ୍। ଦିନେ ଯେଉଁ ସ୍କୁଲରେ ପଢ଼ିଥିଲେ, ବଢ଼ିଥିଲେ, ଖେଳ କୁଦରେ ବହୁ ଘଣ୍ଟାର ସମୟ ବିତେଇଥିଲେ, ସେ ଆଜି ରାଷ୍ଟ୍ରପତି ହୋଇ ସେହି ସ୍କୁଲକୁ, ସେଇ ହଷ୍ଟେକୁ ଆଜି ଆସିଥିଲେ। ଆଜି ଏହି ସ୍କୁଲ ସାଜସଜ୍ଜାରେ ହସୁଥିଲା।

ସକାଳ ପ୍ରାୟ ୯ଟା ୩୦ରେ ନିଜ ବିଦ୍ୟାଳୟ ଭିତରକୁ ରାଷ୍ଟ୍ରପତିଙ୍କ କାରକେଡ୍ ପଶିଥିଲା। ଗାଡ଼ିରୁ ଓହ୍ଲାଇବା ପରେ ରାଷ୍ଟ୍ରପତି ସ୍କୁଲ ଛାତ୍ରୀଙ୍କ ହାତରେ ବାଲୁକା କଳାରେ ନିର୍ମିତ ନିଜ ପ୍ରତିକୃତିକୁ ଦେଖି ବିଭୋର ହୋଇଯାଇଥିଲେ। ରାଷ୍ଟ୍ରପତି ଖୁସିରେ ସେଇଠି ଆଗ ପିଲାଙ୍କ ସହ ଫଟୋ ପୋଜ୍ ଦେଇଥିଲେ। ଆଗକୁ ବଢୁ ବଢୁ ଆଖି ସାମ୍ନାକୁ ଆସି ଯାଇଥିଲେ ରାଷ୍ଟ୍ରପତିଙ୍କ ୧୨ ସହପାଠିନୀ ବନ୍ଧୁ। ଖୁସି କହିଲେ ନସରେ। ରାଷ୍ଟ୍ରପତି କିଛି ସମୟର ଭାବ ବିନିମୟରେ କୁଣ୍ଢେମୋଟ ସାଙ୍ଗଙ୍କ ଛାତି।

ଏହା ପରେ ସମୟ ଥିଲା ସ୍କୁଲର ଗର୍ବ ଗୌରବ ରାଷ୍ଟ୍ରପତିଙ୍କ ସମ୍ବର୍ଦ୍ଧନା ସଭାର। ମଂଚରେ ଛାତ୍ରୀଙ୍କ ସାନ୍ତାଳୀ ନାଚ ଦେଖିଲେ। ପାଖକୁ ଡାକି ସେମାନଙ୍କ ସହ କଥା ହେଲେ। ଫଟୋ ଉଠେଇଲେ। ସ୍ୱପ୍ନ ବଡ଼ କରିବାକୁ ମନ୍ତ୍ର ଦେଲେ । ଦେଶର ସର୍ବୋଚ୍ଚ ପଦଧାରୀଙ୍କ ଏଭଳି ଅମାୟିକ ସାନିଧ୍ୟରେ କୃତ୍ୟ କୃତ୍ୟ କୁନି ଛାତ୍ରଛାତ୍ରୀ।

ପରେ ରାଷ୍ଟ୍ରପତି ଯାଇଥିଲେ ୭୦ ଦଶକରେ କୁନ୍ତଳା କୁମାରୀ ସାବତ ହଷ୍ଟେଲ୍‌। ଯେଉଁ ଖଟରେ ଦିନେ ସେ ଛାତ୍ରୀ ଜୀବନ କଟିଥିଲେ। ସେଇ ଖଟରେ କିଛିକ୍ଷଣ ବସିଲେ। କାନ୍ଥରେ ଲାଗିଥିବା ଘନିଷ୍ଠ ଦୁଇ ସାଙ୍ଗଙ୍କ ସହ ନିଜ ଫଟୋକୁ ଦେଖି ପିଲାଦିନ ଖୋଜିଲେ। କ୍ଷଣିକ ପାଇଁ ଭାବ ବିହ୍ୱଳ ହୋଇପଡ଼ିଥିଲେ।

ଶେଷରେ ହଷ୍ଟେଲ୍ ପରିସରରେ ସ୍ମୃତିର ଗଛ ଲଗାଇ ଫେରିଲା ବେଳକୁ ଭିଜିଟର ବୁକ୍‌ରେ ନିଜର ଅନୁଭୂତି ଲେଖିଥିଲେ ରାଷ୍ଟ୍ରପତି।

ନିଜ ସ୍କୁଲକୁ ଯିବା ପୂର୍ବରୁ ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ ଯାଇ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ ରାଷ୍ଟ୍ରପତି। ଛାତ୍ରଛାତ୍ରୀଙ୍କ ସହ ନିଜ ଛାତ୍ରୀ ଜୀବନର ଅନୁଭୂତି ବାଣ୍ଟିବା ସହ ସଫଳତା ପାଇଁ ଲକ୍ଷ୍ୟ ମୁତାବକ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ଜଣେ ଛାତ୍ରୀଙ୍କ ପ୍ରଶ୍ନର ଉତ୍ତରରେ, ତାଙ୍କ ପାଇଁ ତାଙ୍କ ଜେଜେ ମା ରୋଲ୍ ମଡେଲ୍ ବୋଲି କହିଥିଲେ।

ପରେ ବିଜୁ ପଟ୍ଟନାୟକ ବିମାନବନ୍ଦର ଅଭିମୁଖେ ବାହାରି ଯାଇଥିଲେ। ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବା ବେଳେ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଡିଜିପି ସୁନୀଲ ବଂଶଲ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ଦିନ ପ୍ରାୟ ୧ଟାରେ ରାଷ୍ଟ୍ରପତିଙ୍କୁ ନେଇ ବାୟୁସେନାର ସ୍ୱତନ୍ତ୍ର ରାଜହଂସ ବିମାନ ଦିଲ୍ଲୀ ଅଭିମୁଖେ ଚାଲି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos