ଘଣ୍ଟାଏ ପାଇଁ ଭଦ୍ରକବାସୀଙ୍କୁ ମିଛ ସ୍ୱପ୍ନ ଦେଖାଇ ଖୁସି କରାଇ ଦେଲେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସନ୍ଧ୍ୟାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍ ରିଲିଜ୍‌ ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଭଦ୍ରକରେ ମେଡିକାଲ୍ କଲେଜ ପ୍ରତିଷ୍ଠା ହେବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଘୋଷଣା କରିଛନ୍ତି। ତେବେ ପ୍ରାୟ ଘଣ୍ଟେ ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆଉ ଏକ ପ୍ରେସ୍ ରିଲିଜ୍ ଜାରି କରି କୁହାଯାଇଥିଲା ଯେ ଭଦ୍ରକରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ନେଇ କୌଣସି ନିଷ୍ପତ୍ତି […]

hospital

Jitendra Garnayak
  • Published: Friday, 29 November 2019
  • , Updated: 29 November 2019, 08:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସନ୍ଧ୍ୟାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍ ରିଲିଜ୍‌ ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଭଦ୍ରକରେ ମେଡିକାଲ୍ କଲେଜ ପ୍ରତିଷ୍ଠା ହେବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଘୋଷଣା କରିଛନ୍ତି। ତେବେ ପ୍ରାୟ ଘଣ୍ଟେ ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆଉ ଏକ ପ୍ରେସ୍ ରିଲିଜ୍ ଜାରି କରି କୁହାଯାଇଥିଲା ଯେ ଭଦ୍ରକରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ନେଇ କୌଣସି ନିଷ୍ପତ୍ତି ହୋଇନି। ଏହି ସଂଶୋଧିତ ପ୍ରେସ୍ ରିଲିଜ୍‌ରେ କୁହାଯାଇଥିଲା ଯେ ଭଦ୍ରକରେ ମେଡିକାଲ୍ କଲେଜ ପ୍ରତିଷ୍ଠା ପାଇଁ ଜିଲ୍ଲାର ବିଧାୟକମାନେ ଅନୁରୋଧ କରିଛନ୍ତି। ସେମାନଙ୍କ ଦାବିକୁ ବିଚାର କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ପ୍ରଥମ ପ୍ରେସ୍ ରିଲିଜ୍‌ରେ କୁହାଯାଇଥିଲା ଯେ ଭଦ୍ରକରେ ପ୍ରସ୍ତାବିତ ମେଡିକାଲ କଲେଜ ପାଇଁ ଗ୍ରାଉଣ୍ଡ ଫ୍ଲୋର ସହ ମୋଟ ୬ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯିବ। ଏଥିପାଇଁ ୨୫ଏକର ସ୍ଥାନ ଚିହ୍ନଟ ହୋଇଥିବାବେଳେ ଆସନ୍ତା ୨୦୨୦ ଫେବୃୟାରୀ ମାସ ସୁଦ୍ଧା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହାଦ୍ୱାରା ଭଦ୍ରକ ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ରୋଗୀ ଉପକୃତ ହୋଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ସଂଶୋଧିତ ପ୍ରେସ୍ ରିଲିଜ୍‌ରେ କୁହାଯାଇଛି ଯେ ଭଦ୍ରକରେ ଏକ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଭଦ୍ରକ ଜିଲ୍ଲାର ବିଧାୟକମାନେ ଅନୁରୋଧ କରିଛନ୍ତି। ଏହାକୁ ସହୃଦୟତାର ସହ ବିଚାର ଓ ଅନୁଧ୍ୟାନ କରିବେ ବୋଲି ମନ୍ତ୍ରୀ ମତ ଦେଇଛନ୍ତି।
ଏଥିରେ ଆହୁରି ଲେଖାଯାଇଛି ଯେ ଭଦ୍ରକଠାରେ ମଦରଚାଇଲ୍ଡ ହସ୍‌ପିଟାଲ୍‌କୁ ସଂପ୍ରସାରଣ କରାଯାଇ ୧୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ୍‌ରେ ପରିଣତ କରାଯିବ। ହସ୍‌ପିଟାଲ୍ ଚାରିପାଖେ ପାଚେରି ଓ ରାସ୍ତା ନିର୍ମାଣ ପାଇଁ ୬ କୋଟି ଟଙ୍କା ଖର୍ଚ୍ଚ ହେବ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ହୋଇଥିବା ବୈଠକରେ ବିଧାୟକ ପ୍ରଫୁଲ ସାମଲ, ବିଷ୍ଣୁଚରଣ ସେଠୀ, ବ୍ୟୋମକେଶ ରାୟ, ସଂଜୀବ କୁମାର ମଲ୍ଲିକ ଓ ବିଷ୍ଣୁବ୍ରତ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ।

Related story