୯ମ ଶ୍ରେଣୀ ଛାତ୍ରୀଙ୍କ ସହ ପ୍ରିନ୍ସପାଲ୍‌ଙ୍କ ଡାର୍ଟି ଟକ୍‌: କହିଲେ-ସ୍ତ୍ରୀଙ୍କଠୁ ତମେ ଅଧିକା ମନେ ପଡ଼ୁଛ

ଚାନ୍ଦବାଲି(ବାସୁଦେବ ଦାସ): “….. ତୁମକୁ ମୁଁ ବହୁତ ମିସ୍‌ କରୁଛି। ଯାହା ଭାଷାରେ କହିପାରିବି ନାହିଁ। ଆଜି କେହି ନାହାନ୍ତି, ତୁମେ ଚାଲି ଆସ। ମୋ’ ସ୍ତ୍ରୀ ଯେତିକି ମନେ ନପକାଉଛି, ତାହାଠାରୁ ଅଧିକ ତୁମେ ମନେ ପଡ଼ୁଛି…।” ଏପରିକି ଛାତ୍ରୀଙ୍କୁ ଫୋନ୍‌ କରି ଆହୁରି ଖରାପ ଗନ୍ଦୀ କଥା ହେଉଥିଲେ ସ୍କୁଲ ଅଧ୍ୟକ୍ଷ। ଯାହା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏନେଇ ଅଭିଯୋଗ ହେବା ପରେ ଧାମରା ମେରାଇନ୍‌ ଥାନା ପୁଲିସ ମାମଲା ରୁଜୁ […]

bhadrak

Manoranjan Sial
  • Published: Tuesday, 03 March 2020
  • , Updated: 03 March 2020, 10:31 PM IST

ଚାନ୍ଦବାଲି(ବାସୁଦେବ ଦାସ): “..... ତୁମକୁ ମୁଁ ବହୁତ ମିସ୍‌ କରୁଛି। ଯାହା ଭାଷାରେ କହିପାରିବି ନାହିଁ। ଆଜି କେହି ନାହାନ୍ତି, ତୁମେ ଚାଲି ଆସ। ମୋ’ ସ୍ତ୍ରୀ ଯେତିକି ମନେ ନପକାଉଛି, ତାହାଠାରୁ ଅଧିକ ତୁମେ ମନେ ପଡ଼ୁଛି...।” ଏପରିକି ଛାତ୍ରୀଙ୍କୁ ଫୋନ୍‌ କରି ଆହୁରି ଖରାପ ଗନ୍ଦୀ କଥା ହେଉଥିଲେ ସ୍କୁଲ ଅଧ୍ୟକ୍ଷ। ଯାହା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏନେଇ ଅଭିଯୋଗ ହେବା ପରେ ଧାମରା ମେରାଇନ୍‌ ଥାନା ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ପମି (ଛଦ୍ମନାମ) ପ୍ରତିଦିନ ସ୍କୁଲ ଯାଆନ୍ତି। ହେଲେ ସ୍କୁଲର ଅଧ୍ୟକ୍ଷ ତାଙ୍କୁ ବିଭିନ୍ନ ସମୟରେ ଅସଦାଚରଣ କରୁଥିଲେ। ଛାତ୍ରୀଙ୍କୁ ଏକୁଟିଆ ପାଇ ଛାତ୍ରୀଙ୍କୁ କିସ୍‌ କରୁଥିଲେ। ଏପରିକି ଫୋନରେ ଅଶୋଭନୀୟକ କଥା ଛାତ୍ରୀଙ୍କୁ କହୁଥିଲେ। ତେବେ ଉଭୟଙ୍କ କଥାବାର୍ତ୍ତାର ଅଡିଓ ଟ୍ୟାପ୍‌ ଏବେ ଭାଇରାଲ୍‌ ହୋଇଯାଇଥିଲା। ଏ ସମ୍ପର୍କରେ ଅଧ୍ୟକ୍ଷ ମହାଶୟ ଜାଣିପାରି‍ ଗତକାଲି ଧାମରା ଅଞ୍ଚଳରୁ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। କିନ୍ତୁ ସେ ଅଭିଭାବକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ପରେ ଅଭିଭାବକମାନେ ତାଙ୍କୁ ନିର୍ଧୁମ ଛେଚି ପୁଲିସ ଜିମାରେ ଦେଇଥିଲେ।

ପରେ ଏନେଇ ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସାରଙ୍କୁ ଆଜି କୋର୍ଟ ଚାଲାଣ କରିଛି। ପୁଲିସ ସ୍କୁଲର ଅଧ୍ୟକ୍ଷଙ୍କ ବିରୋଧରେ ୩୭୬(ସି) (୩)/୩୭୬(ଏନ)/ ପୋକ୍ସୋ ଆକ୍ଟରେ ଦଫା ଲଗାଇଛି। ଗିରଫ ଅଧ୍ୟକ୍ଷଙ୍କ ଘର ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡିଛି। କିଛି ବର୍ଷ ହେବ ସେ ଧାମରାରେ ରହି ସ୍କୁଲରେ ଅଧ୍ୟକ୍ଷତା କରୁଥିଲେ।

Related story