ଗ୍ରୀଲ୍‌ କାଟି ଜେଲ୍‌ରୁ ଛୁ ହୋଇଗଲା କଏଦୀ

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର): ପୁଲିସ୍‌ ଆଖିରେ ଚକମା ଦେଇ ଜେଲ୍‌ ଭିତରୁ ଛୁ ହୋଇଗଲା କଏଦୀ।  ଗ୍ରିଲ କାଟି ଜେଲ୍‌ରୁ ଫେରାର ହୋଇଗଲା କଏଦି । କନ୍ଧମାଳ ଜିଲ୍ଲା ବାଲିଗୁଡା ସବଜେଲ୍‌ରୁ ଜଣେ କଏଦୀ ପୁଲିସ୍‌ର କଡ଼ା ପହରାକୁ ଚ୍ୟାଲେଞ୍ଜ ଦେଇ ଫେରାର ହୋଇଯାଇଛି । ଫେରାର କଏଦୀ ଜଣକ ଟୁକୁନା ମାଳି ବୋଲି ଜଣାପଡିଛି । ତାଙ୍କ ଘର ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କୁମ୍ଭାରୀଗାଁରେ । ଟୁକୁନା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍‌ରେ ସଜା କାଟୁଥିଲେ […]

jAIL

Niharika Rout
  • Published: Tuesday, 14 December 2021
  • , Updated: 14 December 2021, 07:47 AM IST

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର): ପୁଲିସ୍‌ ଆଖିରେ ଚକମା ଦେଇ ଜେଲ୍‌ ଭିତରୁ ଛୁ ହୋଇଗଲା କଏଦୀ।  ଗ୍ରିଲ କାଟି ଜେଲ୍‌ରୁ ଫେରାର ହୋଇଗଲା କଏଦି । କନ୍ଧମାଳ ଜିଲ୍ଲା ବାଲିଗୁଡା ସବଜେଲ୍‌ରୁ ଜଣେ କଏଦୀ ପୁଲିସ୍‌ର କଡ଼ା ପହରାକୁ ଚ୍ୟାଲେଞ୍ଜ ଦେଇ ଫେରାର ହୋଇଯାଇଛି । ଫେରାର କଏଦୀ ଜଣକ ଟୁକୁନା ମାଳି ବୋଲି ଜଣାପଡିଛି । ତାଙ୍କ ଘର ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କୁମ୍ଭାରୀଗାଁରେ ।

ଟୁକୁନା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍‌ରେ ସଜା କାଟୁଥିଲେ ।  ହେଲେ ଗତକାଲି ସେ ଜେଲ୍‌ ପରିସରରେ ଥିବା ଏକ ଝରକାର ଲୁହା ଗ୍ରୀଲ କାଟି ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଏ ନେଇ ଜେଲ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ବାଲିଗୁଡା ଥାନାରେ ଅଭିଯୋଗ କରାଯାଇଛି ।

ଅଭିଯୋଗ ପାଇବା ପରେ ବାଲିଗୁଡା ଥାନା ଅଧିକାରୀ ଜେଲରେ ପହଁଚି ଖୋଲତାଡ଼ ଆରମ୍ଭ କରିଛନ୍ତି । ପୁଲିସ୍‌ କଡ଼ ପହରା ସତ୍ତ୍ୱେ କଏଦୀଜଣକ କିଭଳି ଗ୍ରୀଲ୍‌ କାଟି ଖସି ଯିବାରେ ସଫଳ ହେଲା ସେ ନେଇ   ତଦନ୍ତ  ଆରମ୍ଭ ହୋଇଛି । ଏହା ସହ ଏକ ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ କଏଦୀକୁ ଧରିବା ଲାଗି ଚଢ଼ାଉ ଜାରି ରହିଛି ପୁଲିସ୍‌ ।

Related story