ରଘୁନନ୍ଦନଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନାଁରେ ଆସିଛି ସ୍ୱାଧିକାର ଭଙ୍ଗ ନୋଟିସ୍‌। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ନୋଟିସ୍‌ ଆଣିଥିବା ବେଳେ ଏହା ଉପରେ ତର୍ଜମା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ତୁରେଇକେଲା ବ୍ଲକ୍‌ରେ ଜଳ ଯୋଗାଣ ନେଇ ଜଳ ସଂପଦ ମନ୍ତ୍ରୀ ଭିନ୍ନ ଭିନ୍ନ ତଥ୍ୟ ଦେଇଥିବାରୁ ସାଲୁଜା ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି। ସେ କହିଛନ୍ତି, ମନ୍ତ୍ରୀ ତିନି ଥର ତିନି […]

saluja

Jitendra Garnayak
  • Published: Wednesday, 26 February 2020
  • , Updated: 26 February 2020, 02:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନାଁରେ ଆସିଛି ସ୍ୱାଧିକାର ଭଙ୍ଗ ନୋଟିସ୍‌। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ନୋଟିସ୍‌ ଆଣିଥିବା ବେଳେ ଏହା ଉପରେ ତର୍ଜମା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।

ତୁରେଇକେଲା ବ୍ଲକ୍‌ରେ ଜଳ ଯୋଗାଣ ନେଇ ଜଳ ସଂପଦ ମନ୍ତ୍ରୀ ଭିନ୍ନ ଭିନ୍ନ ତଥ୍ୟ ଦେଇଥିବାରୁ ସାଲୁଜା ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି।

ସେ କହିଛନ୍ତି, ମନ୍ତ୍ରୀ ତିନି ଥର ତିନି ପ୍ରକାର ଉତ୍ତର ଦେଇଛନ୍ତି। ନଭେମ୍ବରରେ କହିଥିଲେ ୨୭% ଜଳ ଯୋଗାଣ ହେଉଥିବା କଥା କହିଥିଲେ। ଏହା ପରେ କହିଲେ ୨୬.୯୩%। ଆଉ ଏବେ ୨୪% କହୁଛନ୍ତି।

ତୁରେଇକେଲା ବ୍ଲକ୍‌ରେ ଆଦୌ ଜଳସେଚନ ସୁବିଧା ନକରି ମନ୍ତ୍ରୀ ଭ୍ରମାତ୍ମକ ତଥ୍ୟ ଦେଉଛନ୍ତି ବୋଲି ସାଲୁଜା ଅଭିଯୋଗ କରିଛନ୍ତି।

Related story