ଟ୍ରେନ୍‌ ଲାଇନ୍‌ରେ ଫାଟ: ଦୁର୍ଘଟଣାରୁ ବର୍ତ୍ତିଗଲା ଫାଷ୍ଟ ପାସେଞ୍ଜର

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ୍‌ କେଶପୁର ଗ୍ରାମ ନିକଟରେ ଯାଇଥିବା ଟ୍ରେନ୍‌ ଲାଇନ୍‌ରେ ଫାଟ ଦେଖାଯାଇଛି। ଫଳରେ ଅପ୍‌ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ବାଧାସୃଷ୍ଟି ହୋଇଛି। ଆଜି ଖଡ଼ଗପୁର ପୁରୀ ଅଭିମୁଖେ ଫାଷ୍ଟ ପାସେଞ୍ଜର ଯିବା ବେଳେ ଏହି ଫାଟ ଦେଖାଯାଇଥିଲା। କେଶପୁର ଗ୍ରାମ ନିକଟରେ ପ୍ରାୟ ଅଧଘଣ୍ଟା ଟ୍ରେନ୍‌ଟି ଅଟକି ରହିଥିଲା। ରେଳକର୍ମଚାରୀମାନେ ଫାଟି ଯାଇଥିବା ଅଂଶକୁ  ଯୋଡୁଛନ୍ତି। ଫଳରେ ଏକ ଅନିଶ୍ଚିତ ଦୁର୍ଘଟଣାରୁ ଟ୍ରେନ୍‌ଟି ବର୍ତ୍ତି ଯାଇଥିଲା।

ସୂଚନାଯୋଗ୍ୟ, ଗତ ୪ ଦିନ ପୂର୍ବେ ବାଲେଶ୍ୱର ବାହାନଗା ଷ୍ଟେସନ ନିକଟରେ ହଠାତ୍‌ ୫ଟି ୱାଗନ ଅଚାନକ ଖସି ଯାଇଥିଲା। ଫଳରେ ଇଞ୍ଜିନ ସହ ବାକି ୫୫ଟି ୱାଗନ୍‌ ୨ କିଲୋମିଟର ପର୍ଯ୍ୟନ୍ତ ଯାଇ ଖନ୍ତାପଡା ଷ୍ଟେସନ ନିକଟରେ ଅଟକି ରହିଥିଲା। ବାହାନଗାରୁ ଆଉ ଏକ ରେଳ ଇଞ୍ଜିନ ଯାଇ ଟ୍ରେନ୍‌ ଲାଇନ୍‌ରେ ଅଟକି ରହିଥିବା ବାକି ୱାଗନକୁ ନେଇ ସମ୍ପୃକ୍ତ ମାଲବାହୀ ଟ୍ରେନରେ ଯୋଡାଯାଇଥିଲା।