Advertisment

କଟକରେ 'ଅଗ୍ନିପଥ' ନିଆଁ, ଲାଠି ଚାର୍ଜ କଲା ପୁଲିସ

କଟକ (ଓଡ଼ିଶା ରିପୋର୍ଟର): ବ୍ୟାପିବାରେ ଲାଗିଛି ‘ଅଗ୍ନିପଥ’ ନିଆଁ। କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧରେ ତୀବ୍ର ହେଉଛି ଆନ୍ଦୋଳନ। ଏବେ ଏହି ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଓଡ଼ିଶାରେ ବି ବିରୋଧ କରାଯାଇଛି।  ଏହାକୁ ବିରୋଧ କରି କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବହୁ ଆଶାୟୀ। ଆର୍ମି ଅଫିସ୍ ଆଗରେ ହାତରେ ଠେଙ୍ଗା ବାଡି ଧରି ବିରୋଧ ପ୍ରଦର୍ଶନ ସହ ରାସ୍ତାରୋକ କରିଛନ୍ତି ଅନେକ ଯୁବପିଢ଼ି। ରିଙ୍ଗ୍ ରୋଡ୍‌ରେ ରାସ୍ତା ଅବରୋଧ ବେଳେ ପୁଲିସ […]

author-image
Madhupriya Mistry
ଅଦ୍ୟତନ ହୋଇଛି
କଟକରେ 'ଅଗ୍ନିପଥ' ନିଆଁ, ଲାଠି ଚାର୍ଜ କଲା ପୁଲିସ

Agnipath protrst

କଟକ (ଓଡ଼ିଶା ରିପୋର୍ଟର): ବ୍ୟାପିବାରେ ଲାଗିଛି 'ଅଗ୍ନିପଥ' ନିଆଁ। କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧରେ ତୀବ୍ର ହେଉଛି ଆନ୍ଦୋଳନ। ଏବେ ଏହି ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଓଡ଼ିଶାରେ ବି ବିରୋଧ କରାଯାଇଛି।  ଏହାକୁ ବିରୋଧ କରି କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବହୁ ଆଶାୟୀ।

Advertisment

ଆର୍ମି ଅଫିସ୍ ଆଗରେ ହାତରେ ଠେଙ୍ଗା ବାଡି ଧରି ବିରୋଧ ପ୍ରଦର୍ଶନ ସହ ରାସ୍ତାରୋକ କରିଛନ୍ତି ଅନେକ ଯୁବପିଢ଼ି। ରିଙ୍ଗ୍ ରୋଡ୍‌ରେ ରାସ୍ତା ଅବରୋଧ ବେଳେ ପୁଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। ପୁଲିସ ପକ୍ଷରୁ ଲାଠିମାଡ଼ ହୋଇଥିବା ସୂଚନା ମିଳିଛି। ଏଥିସହ କିଛି ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକ ମଧ୍ୟ ରଖିଛି। ସେପଟେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ସହ ଆଗକୁ ନିଷ୍ପତ୍ତି ପ୍ରତ୍ୟାହାର କରା ନ ଗଲେ ଆନ୍ଦୋଳନ ଭୟାବହ ହେବ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଏହି ଅଗ୍ନିପଥ ଯୋଜନାକୁ ବିରୋଧ କରି ଦିନକୁ ଦିନ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଏହି ନିଆଁ ଡେଇଁବାରେ ଲାଗିଛି। ଏହି ଯୋଜନାକୁ ବିରୋଧ କରି ବିହାର ଏବଂ ଉତ୍ତର ପ୍ରଦେଶରେ ଟ୍ରେନ୍ ଜାଳି ଦେଇଛନ୍ତି ଆନ୍ଦୋଳନକାରୀ। ବିହାରର ବିଭିନ୍ନ ଷ୍ଟେସନରେ ଜୋରଦାର ପ୍ରତିବାଦ କରିବା ସହ ଆନ୍ଦୋଳନକାରୀମାନେ ରେଲୱେ ଷ୍ଟେସନରେ ମଧ୍ୟ ବ୍ୟାପକ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି।

Advertisment

ବିହାର ବେଗୁସରାଇର ଲକ୍ଷୀମସରାଇ ଷ୍ଟେସନରେ ଆନ୍ଦୋଳନକାରୀମାନେ ଟ୍ରେନ୍ ଜାଳି ଦେଇଛନ୍ତି। ସେହିପରି ଆରା, ବକ୍ସର ଓ ବେତିହାରେ  ମଧ୍ୟ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି।  ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରିବା ସହ ବିକ୍ଷୋଭ କରୁଛନ୍ତି। ଉତ୍ତର ପ୍ରଦେଶର ବଲିଆରେ ମଧ୍ୟ ଆନ୍ଦୋଳନକାରୀମାନେ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି। ତେଲେଙ୍ଗାନାର ସିକନ୍ଦରାବାଦରେ ମଧ୍ୟ ଟ୍ରେନ୍ ଜାଳି ଦେଇଛନ୍ତି ବିକ୍ଷୋଭକାରୀ। ଗତକାଲି ମଧ୍ୟ ଦେଶରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।

Agneepath Scheme