ଏସସିବି ଜୁନିଅର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

Ordigital Desk
  • Published: Tuesday, 20 February 2018
  • , Updated: 20 February 2018, 09:44 AM IST
<p>କଟକ (ଓଡ଼ିଶା ରିପୋର୍ଟର): କଟକ ଏସସିବିର ଜୁନିଅର ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ୟୁରୋଲୋଜି ବିଭାଗ ମୁଖ୍ୟଙ୍କ ନିଲମ୍ବନ ଦାବିରେ ଜୁନିଅର ଡାକ୍ତରଙ୍କ ପକ୍ଷରୁ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ବିଭାଗ ମୁଖ୍ୟ ନିଜ କ୍ଲିନିକରେ ଛାତ୍ରଙ୍କୁ ନିୟୋଜିତ କରୁଥିବା ଜୁନିଅର ଡାକ୍ତରମାନେ ଅଭିଯୋଗ କରିଛନ୍ତି।</p> <p>ଗତକାଲିଠାରୁ ଜୁନିଅର ଡାକ୍ତରୀ ଛାତ୍ରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ବେଳେ, ଆଜି ଧାରଣାରେ ବସିବେ। ଏଥିରେ ପ୍ରାୟ ୪୫୦ଜଣ ଡାକ୍ତରୀ ଛାତ୍ର ସାମିଲ ହେବେ। ଏହାଦ୍ୱାରା ଏସସିବିରେ ରୋଗୀସେବା ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଛି।</p>

Related story