କଟକରେ ମାତିଛି 'ସାଇକୋ କିଲର'! ୨୪ ଘଣ୍ଟାରେ ୩ ମର୍ଡର

କଟକ (ଓଡ଼ିଶା ରିପୋର୍ଟର): କଟକରେ ମାତିଛନ୍ତି କି ସାଇକୋ କିଲର? ଏହା କହିବାର ତାତ୍ପର୍ଯ୍ୟ ହେଉଛି, ଗତ ୨୪ ଘଣ୍ଟା ମଧ୍ୟରେ ୫୨ ବଜାର ୫୩ ଗଳି କଟକ ସହରରେ ତିନି ତିନି ଜଣଙ୍କୁ ହତ୍ୟା କରାଯାଇଛି। ଏହି ସବୁ ହତ୍ୟାକାଣ୍ଡ ସମାନ ଢ଼ଙ୍ଗରେ କରାଯାଇଛି। ମୃତକ ତିନି ଜଣ ଦିନ ମଜୁରିଆ ବୋଲି ଜଣାପଡ଼ିଛି। କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି। କଟକର OMP […]

cuttack-crime

Manoranjan Sial
  • Published: Wednesday, 24 July 2019
  • , Updated: 24 July 2019, 07:27 PM IST

କଟକ (ଓଡ଼ିଶା ରିପୋର୍ଟର): କଟକରେ ମାତିଛନ୍ତି କି ସାଇକୋ କିଲର? ଏହା କହିବାର ତାତ୍ପର୍ଯ୍ୟ ହେଉଛି, ଗତ ୨୪ ଘଣ୍ଟା ମଧ୍ୟରେ ୫୨ ବଜାର ୫୩ ଗଳି କଟକ ସହରରେ ତିନି ତିନି ଜଣଙ୍କୁ ହତ୍ୟା କରାଯାଇଛି। ଏହି ସବୁ ହତ୍ୟାକାଣ୍ଡ ସମାନ ଢ଼ଙ୍ଗରେ କରାଯାଇଛି। ମୃତକ ତିନି ଜଣ ଦିନ ମଜୁରିଆ ବୋଲି ଜଣାପଡ଼ିଛି। କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି।

କଟକର OMP ପାର୍କ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ଦିନ ମଜୁରିଆ ବୋଲି ଜଣାପଡିଛି। ସେହିପରି ମଙ୍ଗଳବାର ରାତିରେ ଏସ୍‌ସିବି କାର୍ଡ଼ିଓଲୋଜି ବିଭାଗ ସମ୍ମୁଖରେ ଜଣ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ମଙ୍ଗଳବାର ତାଳଦଣ୍ଡା କେନାଲ ରାସ୍ତା ପାର୍ଶ୍ୱରୁ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ମୃତକ ଜଣକ କଟକରେ ଦୀର୍ଘ ୨୦ ବର୍ଷ ଧରି ଦିନ ମଜୁରିଆ ଭାବରେ କାମ କରୁଥିଲେ।

ଏ ସମସ୍ତେ ନିରାଶ୍ରୟ ଦିନ ମଜୁରିଆ ହୋଇଥିବାରୁ ଏମାନଙ୍କୁ କାହିଁକି ଓ କିଏ କେଉଁ ଉଦ୍ଦେଶ୍ୟରେ ମାରିଛି ତା'ର ପର୍ଦ୍ଦାଫାସ କରିବା କମିଶନରେଟ୍‌ ପୁଲିସ ପାଇଁ ମୁଣ୍ଡବ୍ୟାଥାର କାରଣ ହୋଇଛି। ସାଇଣ୍ଟିଫିକ୍ ଟିମ ସହାୟତାରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସମାନ ଶୈଳୀରେ ତିନି ଜଣଙ୍କୁ ହତ୍ୟା କରାଯାଇଥିବାରୁ ଏହା କୌଣସି ସାଇକୋ କିଲରର କାମ ବୋଲି ସନ୍ଦେହ କରାଯାଉଛି। ତେବେ ଖୋଦ ପୁଲିସ କମିଶନର ଓ କଟକ ଡିସିପି ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଏହାପରେ ନିରାଶ୍ରୟଙ୍କ ସୁରକ୍ଷାକୁ ନେଇ ତତ୍ପର ହୋଇଛି କମିଶନରେଟ୍ ପୁଲିସ। ସମସ୍ତ ପୂଜା କମିଟି ଗୃହକୁ ନିରାଶ୍ରୟଙ୍କ ଆଶ୍ରୟ ନିମନ୍ତେ ବ୍ୟବହାର କରିବାକୁ ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି। ତା’ସହ ସହରରେ ରାତି ବେଳେ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିଶନର।

Related story