ପୁଣି ରାଜନେତା-ଅପରାଧୀ ଲିଙ୍କକୁ ନେଇ ଚର୍ଚ୍ଚା: ବାଲେଶ୍ୱରର ଦୁଇ ବିଧାୟକଙ୍କ ସହ ଖାସୁଆର ଫଟୋ

ବାଲେଶ୍ୱର: ଅପରାଧୀ-ରାଜନେତା ଲିଙ୍କ୍‌ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଡି-ବ୍ରଦର୍ସଙ୍କ ସହ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ଫଟୋକୁ ନେଇ ରାଜନୈତିକ ମହଲରେ ସୃଷ୍ଟି ହୋଇଥିବା ଝଡ଼ ଥମି ନାହିଁ। ଏହି ସମୟରେ ବାଲେଶ୍ୱରର କୁଖ୍ୟାତ ଅପରାଧୀ ସୁଶାନ୍ତ ଦାସ ଓରଫ ଖାସୁଆ ସହ ଜିଲ୍ଲାର ଦୁଇଜଣ ବିଧାୟକଙ୍କ ସମ୍ପର୍କ ଥିବା ଅଭିଯୋଗ ଆସିଛି। ଖାସୁଆ ଗ୍ୟାଙ୍ଗ୍ ବାଲେଶ୍ୱରରେ ଆତଙ୍କ ମଚାଇଛନ୍ତି।  ଖାସୁଆ ନାଁରେ ଜାତୀୟ ରାଜପଥ ଡକାୟତି, ରାହାଜାନୀ ଓ ଦାଦାବଟି ଆଦାୟ ଭଳି […]

khasua2

Rakesh Mallick
  • Published: Sunday, 13 March 2016
  • , Updated: 13 March 2016, 05:18 PM IST

ବାଲେଶ୍ୱର: ଅପରାଧୀ-ରାଜନେତା ଲିଙ୍କ୍‌ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଡି-ବ୍ରଦର୍ସଙ୍କ ସହ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ଫଟୋକୁ ନେଇ ରାଜନୈତିକ ମହଲରେ ସୃଷ୍ଟି ହୋଇଥିବା ଝଡ଼ ଥମି ନାହିଁ। ଏହି ସମୟରେ ବାଲେଶ୍ୱରର କୁଖ୍ୟାତ ଅପରାଧୀ ସୁଶାନ୍ତ ଦାସ ଓରଫ ଖାସୁଆ ସହ ଜିଲ୍ଲାର ଦୁଇଜଣ ବିଧାୟକଙ୍କ ସମ୍ପର୍କ ଥିବା ଅଭିଯୋଗ ଆସିଛି।

ଖାସୁଆ ଗ୍ୟାଙ୍ଗ୍ ବାଲେଶ୍ୱରରେ ଆତଙ୍କ ମଚାଇଛନ୍ତି।  ଖାସୁଆ ନାଁରେ ଜାତୀୟ ରାଜପଥ ଡକାୟତି, ରାହାଜାନୀ ଓ ଦାଦାବଟି ଆଦାୟ ଭଳି ବହୁ ଅଭିଯୋଗ ରହିଛି। ତେବେ ଖାସୁଆ ସହ ବିଜେଡିର ବାଲେଶ୍ୱର ସଦର ବିଧାୟକ ଜୀବନ ପ୍ରତାପ ଦାସ ଓ ରେମୁଣାର ବିଜେପି ବିଧାୟକ ଗୋବିନ୍ଦ ଦାସଙ୍କ ଫଟୋକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଦୁଇ ବିଧାୟକ ଖାସୁଆ ସହ ତାଙ୍କ ସମ୍ପର୍କକୁ ଅସ୍ୱୀକାର କରିଛନ୍ତି। ହେଲେ ବାରମ୍ବାର ରାଜନେତା ଓ ଅପରାଧୀଙ୍କ ଫଟୋ ପଦାକୁ ଆସିବା ଓଡ଼ିଶା ରାଜନୀତିର ଦିଗ ଓ ଆଦର୍ଶକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ବିଧାୟକ ଜୀବନ ପ୍ରଦୀପ ଦାସ କହିଛନ୍ତି, “ଏକ କାର୍ଯ୍ୟକ୍ରମରେ ସେ ମୋତେ ଫୁଲତୋଡ଼ା ଦେଇଥିଲା। ସେ ଫୁଲ ତୋଳା ଦେବା ବେଳେ ମୁଁ ତାକୁ ଦେଖିଥିଲି। ହେଲେ କାର୍ଯ୍ୟକ୍ରମ ଅବସରରେ ସେ ମୋତେ ଫୁଲତୋଡ଼ା ଦେଇଥିବାରୁ ନେବାକୁ ବାଧ୍ୟ ହୋଇଥିଲି। ସେହି ସମୟରେ କିଏ ପଟୋ ଉଠାଇ ଦେଇଥିବ। ତା’ ସହ ମୋର କୌଣସି ସମ୍ପର୍କ ନାହିଁ। ଏହି ଘଟଣା ପରଠାରୁ ତା’ ସହ ମୋର କେବେ ଭେଟ ହୋଇନାହିଁ କି କିଛି ଆଲୋଚନା ହୋଇନାହିଁ।”

ଗୋବିନ୍ଦ ଦାସ କହିଛନ୍ତି, “ମୋର ତା’ ସହ କିଛି ସମ୍ପର୍କ ନାହିଁ। ତା’ ନାଁ ଖାସୁଆ ବୋଲି ମୁଁ ଜାଣିଛି। କୌଣସି ଏକ କାର୍ଯ୍ୟକ୍ରମରେ ପରିଚୟ ହୋଇଥିଲା। ସେବେଠାରୁ ଯେବେ ଦେଖାହୁଏ ନମସ୍କାର କରିଥାଏ। ଏହା ବ୍ୟତୀତ ତା’ ସହ ଆଉ କିଛି ସମ୍ପର୍କ ନାହିଁ।”

ତେବେ ନିଜ ଦଳର ବିଧାୟକଙ୍କ ପାଇଁ ଛିଡା ହୋଇଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା। ସେ କହିଛନ୍ତି, “ବିଜେପି ଲୋକଙ୍କ ପ୍ରତିନିଧିତ୍ୱ କରୁଥିବା ଦଳ। ଯିଏ ଆସିବ ତା’ ସହ ଫଟୋ ଉଠାଇବାରେ କିଛି ଅସୁବିଧା ନାହିଁ। ବିଜେପିର କୌଣସି ବିଧାୟକ ଅପରାଧିକ ଘଟଣାରେ ଜଡ଼ିତ ନାହାନ୍ତି।”

Related story