ପୁରୀ: ଆଡପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଡ଼ପ ମଣ୍ଡପରେ ବିଜେ ଚତୁର୍ଦ୍ଧାମୂର୍ତ୍ତି। ଗତକାଲି ସନ୍ଧ୍ୟା ଧୂପ ସରିବା ପରେ ଶରଧାବାଲିରେ ରଥ ଉପରୁ ତିନି ଠାକୁରଙ୍କ ସହ ସୁଦର୍ଶନଙ୍କୁ ପହଣ୍ଡି କରାଯାଇ ଜନ୍ମବେଦୀକୁ ନିଆଯାଇଥିଲା। ପତି ମହାପାତ୍ର ଓ ମୁଦିରସ୍ତଙ୍କ ଦ୍ୱାରା ବିଧିବିଧାନ ସମ୍ପନ୍ନ ହେବା ପରେ ଠାକୁରମାନଙ୍କୁ ଗୋଟି ପହଣ୍ଡିରେ  ନେଇ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରାଇଥିଲେ ସେବାୟତ। ଏହି ସମୟରେ ବିଳମ୍ୱିତ ରାତି ସତ୍ତ୍ୱେ ଶରଧାବାଲିରେ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା। ତେବେ ପହଣ୍ଡି ନୀତିରେ କିଛିଟା ବିଳମ୍ଭ ଘଟିଥିଲା।  ରାତି […]

puri

Rakesh Mallick
  • Published: Tuesday, 21 July 2015
  • , Updated: 21 July 2015, 04:00 AM IST

ପୁରୀ: ଆଡ଼ପ ମଣ୍ଡପରେ ବିଜେ ଚତୁର୍ଦ୍ଧାମୂର୍ତ୍ତି। ଗତକାଲି ସନ୍ଧ୍ୟା ଧୂପ ସରିବା ପରେ ଶରଧାବାଲିରେ ରଥ ଉପରୁ ତିନି ଠାକୁରଙ୍କ ସହ ସୁଦର୍ଶନଙ୍କୁ ପହଣ୍ଡି କରାଯାଇ ଜନ୍ମବେଦୀକୁ ନିଆଯାଇଥିଲା। ପତି ମହାପାତ୍ର ଓ ମୁଦିରସ୍ତଙ୍କ ଦ୍ୱାରା ବିଧିବିଧାନ ସମ୍ପନ୍ନ ହେବା ପରେ ଠାକୁରମାନଙ୍କୁ ଗୋଟି ପହଣ୍ଡିରେ  ନେଇ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରାଇଥିଲେ ସେବାୟତ। ଏହି ସମୟରେ ବିଳମ୍ୱିତ ରାତି ସତ୍ତ୍ୱେ ଶରଧାବାଲିରେ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା। ତେବେ ପହଣ୍ଡି ନୀତିରେ କିଛିଟା ବିଳମ୍ଭ ଘଟିଥିଲା।  ରାତି ୧୧ଟା ୧୫ ମିନିଟ୍ରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ।

ଆଜି ଦତ୍ତମହାପାତ୍ର ସେବକ ଗୁଣ୍ଡିଚା ମନ୍ଦିରର ଯଜ୍ଞମଣ୍ଡପରେ ଅଧିଷ୍ଠିତ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗ।ର କରିବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ପରେ ହେରାପଂଚମୀ ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ସେପଟେ ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା। ଏହି ଅବଢ଼ା ପାଇବା ପାଇଁ ଭକ୍ତମାନେ ଅପେକ୍ଷା କରି ରହିଛିନ୍ତି। ଜନ୍ମ ବେଦିରେ ନୂଆ ବିଗ୍ରହଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିବ। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି।

Related story