ପୁରୀ ଅଘଟଣ: ଏସସିବିରେ ଚିକିତ୍ସିତ ୬ ଜଣଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି

କଟକ: ରଥଯାତ୍ରା ସମୟରେ ପୁରୀରେ ଠେଲାପେଲା ହୋଇ ଆହତ ଅବସ୍ଥାରେ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ୬ ଜଣଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି। ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଏହି ସୂଚନା ଦେଇଛନ୍ତି ।  ୬ ଜଣଙ୍କ ମଧ୍ୟରୁ  ୪ ଜଣଙ୍କୁ ଆଇସିୟୁରେ ରଖାଯାଇଥିବା ବେଳେ ପୂର୍ବରୁ ସଙ୍କଟାପୂର୍ଣ୍ଣ ଅବସ୍ଥାରେ ଥିବା ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଘଟିଛି। ଅନ୍ୟପକ୍ଷରେ କଟକ ନଗର କଂଗ୍ରେସର ସଭାପତି ମହମ୍ମଦ ମୋକିମ୍ ଓ ବରିଷ୍ଠ କଂଗ୍ରେସ […]

cuttack

Rakesh Mallick
  • Published: Tuesday, 21 July 2015
  • , Updated: 21 July 2015, 05:22 AM IST

କଟକ: ରଥଯାତ୍ରା ସମୟରେ ପୁରୀରେ ଠେଲାପେଲା ହୋଇ ଆହତ ଅବସ୍ଥାରେ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ୬ ଜଣଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି। ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଏହି ସୂଚନା ଦେଇଛନ୍ତି ।  ୬ ଜଣଙ୍କ ମଧ୍ୟରୁ  ୪ ଜଣଙ୍କୁ ଆଇସିୟୁରେ ରଖାଯାଇଥିବା ବେଳେ ପୂର୍ବରୁ ସଙ୍କଟାପୂର୍ଣ୍ଣ ଅବସ୍ଥାରେ ଥିବା ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଘଟିଛି।

ଅନ୍ୟପକ୍ଷରେ କଟକ ନଗର କଂଗ୍ରେସର ସଭାପତି ମହମ୍ମଦ ମୋକିମ୍ ଓ ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧ ଦଳ  ଆହତ ମାନଙ୍କୁ ଭେଟିଛନ୍ତି। ତେବେ ସରକାରଙ୍କ ଅପାରଗତା କାରଣରୁ ଏହି ଦୁର୍ଘଟଣା ଘଟିଥିବା କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି।

Related story