ପୁରୀ: ଡେଲାଙ୍ଗ ଫେଡକୋ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ପୁରୀ: ଡେଲାଙ୍ଗରେ ଫେଡକୋ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ଜଣକ ହେଉଛନ୍ତି କଣାସସ୍ଥିତ ପାଣ୍ଡିଆକେରା ଗାଁର ସୁମନ୍ତ ପ୍ରଧାନ। ଗାଁର ଜଣଙ୍କ ଘରେ ମିଟର କନେକ୍ସନ କରୁଥିବାବେଳେ ବିଦ୍ୟୁତ୍ ଆଘାତରେ ତାଙ୍କର ମୃତ୍ୟୁ ଘଟିଥିଲା । ଗତକାଲି ସୁମନ୍ତଙ୍କ ପରିବାର ଓ ଅଫିସ କର୍ମଚାରୀମାନେ ତାଙ୍କ ମୃତଦେହକୁ ଡେଲାଙ୍ଗ ରାସ୍ତା ଉପରେ ରଖି କ୍ଷତିପୂରଣ ଦାବି କରିଥିଲେ। ଫଳରେ ଡେଲାଙ୍ଗ ଖୋର୍ଦ୍ଧା ମୁଖ୍ୟ ରାସ୍ତାରେ ଯାତାୟତ ବାଧପ୍ରାପ୍ତ ହୋଇଥିଲା। ପୁରୀରୁ ଫେଡେକୋ କର୍ତ୍ତୃପକ୍ଷ […]

puri

Rakesh Mallick
  • Published: Friday, 16 October 2015
  • , Updated: 16 October 2015, 03:58 AM IST

ପୁରୀ: ଡେଲାଙ୍ଗରେ ଫେଡକୋ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ଜଣକ ହେଉଛନ୍ତି କଣାସସ୍ଥିତ ପାଣ୍ଡିଆକେରା ଗାଁର ସୁମନ୍ତ ପ୍ରଧାନ। ଗାଁର ଜଣଙ୍କ ଘରେ ମିଟର କନେକ୍ସନ କରୁଥିବାବେଳେ ବିଦ୍ୟୁତ୍ ଆଘାତରେ ତାଙ୍କର ମୃତ୍ୟୁ ଘଟିଥିଲା । ଗତକାଲି ସୁମନ୍ତଙ୍କ ପରିବାର ଓ ଅଫିସ କର୍ମଚାରୀମାନେ ତାଙ୍କ ମୃତଦେହକୁ ଡେଲାଙ୍ଗ ରାସ୍ତା ଉପରେ ରଖି କ୍ଷତିପୂରଣ ଦାବି କରିଥିଲେ। ଫଳରେ ଡେଲାଙ୍ଗ ଖୋର୍ଦ୍ଧା ମୁଖ୍ୟ ରାସ୍ତାରେ ଯାତାୟତ ବାଧପ୍ରାପ୍ତ ହୋଇଥିଲା। ପୁରୀରୁ ଫେଡେକୋ କର୍ତ୍ତୃପକ୍ଷ ଆସି କ୍ଷତିପୂରଣ ପ୍ରଦାନ ଲାଗି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

Related story