ଗୁମର ଖୋଲିଲେ ଗଜପତି: କହିଲେ, ଦୁଇମାସ ତଳୁ ଭକ୍ତଶୂନ୍ୟ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ ଚିଠି

ପୁରୀ(ଓଡ଼ିଶା ରିପୋର୍ଟର): ଦୁଇ ମାସ ପୂର୍ବରୁ ମହାପ୍ରଭୁଙ୍କ ରଥଯାତ୍ରା ନେଇ ପ୍ରସ୍ତାବ ଦେଇଥିଲି। କିଭଳି ଭକ୍ତଶୂନ୍ୟ ରଥଯାତ୍ରା ହୋଇପାରିବ ସେନେଇ ଜଣାଇଥିଲି। ଏପ୍ରିଲ ୨୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି। ପରିଚାଳନା କମିଟିର ଭାବନା ଚିଠି ଲେଖି ଜଣାଇଥିଲି। ରଥ ନିର୍ମାଣ ହେଉ ଓ ବିନା ଭକ୍ତରେ ରଥଯାତ୍ରା ପାଇଁ ଜଣାଇଥିଲି ବୋଲି ଗଜପତି ମହାରାଜା ଦିବ୍ୟସିଂହଦେବ କହିଛନ୍ତି। ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଗଜପତି କହିଛନ୍ତି, ଦୁଇମାସ ତଳୁ ସରକାର ସକାରତ୍ମକ ପଦକ୍ଷେପ ନେଇଥିଲେ, ରଥକୁ […]

gajapati maharaj

gajapati maharaj

Manoranjan Sial
  • Published: Friday, 26 June 2020
  • Updated: 26 June 2020, 07:39 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଦୁଇ ମାସ ପୂର୍ବରୁ ମହାପ୍ରଭୁଙ୍କ ରଥଯାତ୍ରା ନେଇ ପ୍ରସ୍ତାବ ଦେଇଥିଲି। କିଭଳି ଭକ୍ତଶୂନ୍ୟ ରଥଯାତ୍ରା ହୋଇପାରିବ ସେନେଇ ଜଣାଇଥିଲି। ଏପ୍ରିଲ ୨୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି। ପରିଚାଳନା କମିଟିର ଭାବନା ଚିଠି ଲେଖି ଜଣାଇଥିଲି। ରଥ ନିର୍ମାଣ ହେଉ ଓ ବିନା ଭକ୍ତରେ ରଥଯାତ୍ରା ପାଇଁ ଜଣାଇଥିଲି ବୋଲି ଗଜପତି ମହାରାଜା ଦିବ୍ୟସିଂହଦେବ କହିଛନ୍ତି।

ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଗଜପତି କହିଛନ୍ତି, ଦୁଇମାସ ତଳୁ ସରକାର ସକାରତ୍ମକ ପଦକ୍ଷେପ ନେଇଥିଲେ, ରଥକୁ ନେଇ କିଛି ଦିନ ତଳେ ସୃଷ୍ଟି ହୋଇଥିବା ଅନିଶ୍ଚିତତା ଦେଖାଦେଇ ନଥାନ୍ତା। ତେବେ ରଥଯାତ୍ରା ନେଇ ହାଇକୋର୍ଟଙ୍କ ଜୁନ ୯ ତାରିଖରେ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ। ସେତେବେଳେ ରଥଯାତ୍ରାକୁ ମାତ୍ର ୧୨ ଦିନ ବାକି ଥିବା ବେଳେ ସେ ସମୟରେ ହିଁ ସରକାର ନିଷ୍ପତ୍ତି ନେଇଯିବାର ଥିଲା।  ତେବେ ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଓକିଲ ହରିଶ ସାଲ୍‌ଭେ ରଥଯାତ୍ରାରେ ୧୦-୧୨ ଲକ୍ଷ ଜନସମାଗମ ହେବା ନେଇ ପିଟିସନରଙ୍କ ତଥ୍ୟକୁ ସମର୍ଥନ କରି ସବୁ ବିଗାଡ଼ି ଦେଲେ। ଜୁନ୍ ୧୮ ତାରିଖରେ ସୁପ୍ରିମକୋର୍ଟଙ୍କ ରଥ ବନ୍ଦ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ସୁପ୍ରିମକୋର୍ଟଙ୍କ ଅବକାଶ ଆରମ୍ଭ ହୋଇଯାଇଥିବାରୁ ମୁଁ ମଧ୍ୟ ଉପାୟଶୂନ୍ୟ ହୋଇ ଯାଇଥିଲି। ତେବେ ଯେଉଁଭଳି ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟ ପୂରା ଓଲଟିଗଲା ଏହାକୁ ମୁଁ ମହାପ୍ରଭୁଙ୍କ ପରୀକ୍ଷା ବୋଲି ଭାବୁଛି।”

ଅତ୍ୟନ୍ତ ତରବରିଆ ଭାବେ ସବୁ କାମ ହେଲା କହିଲେ ଗଜପତି। ପରିଚାଳନା କମିଟି ନିଷ୍ପତ୍ତି ମାନିଥିଲେ ଯଥେଷ୍ଟ ସମୟ ମିଳିଥାନ୍ତା। ସରକାର କୋଭିଡ୍‌ ଗାଇଡ୍‌ଲାଇନକୁ ଭଲରେ କରିପାରିଥାନ୍ତେ। ଶେଷ ମୁହୂର୍ତ୍ତରେ ଅତ୍ୟନ୍ତ ତରବରିଆ ଭାବେ ସବୁ କାମ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story