ଅକ୍ଷୟ ତୃତୀୟାରେ ଚତୁର୍ଦ୍ଧାମୂରତୀଙ୍କର ରଥ ନିର୍ମାଣ ଆରମ୍ଭ

ପୁରୀ: ପବିତ୍ର ଅକ୍ଷୟ ତୃତୀୟାରୁ ଶ୍ରୀଜୀଉଙ୍କ ୨୧ ଦିନିଆ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ମଦନମୋହନ ଓ ରାମକୃଷ୍ଣ ପଞ୍ଚୁପାଣ୍ଡବଙ୍କୁ ସାଙ୍ଗରେ ନେଇ ନରେନ୍ଦ୍ର ପୁଷ୍କରଣୀରେ ଜଳକ୍ରୀଡ଼ା କରିଛନ୍ତି। ଏହାସହ ଶ୍ରୀଜୀଉଙ୍କ ଆଜ୍ଞାମାଳ ପାଇବା ପରେ ବିଶ୍ୱକର୍ମା ମହାରଣାମାନେ ରଥଖଳାରେ ରଥ କାଠ ଅନୁକୁଳ କରିଛନ୍ତି। ଶ୍ରୀମନ୍ଦିର ବାହାରି ମଣି ବିମାନରେ ବିଜେ ହୋଇ ଭୂଦେବୀ,  ଶ୍ରୀଦେବୀଙ୍କ ସହ ମଦନମୋହନ ଆସିଥିଲେ। ପାଲିଙ୍କିରେ ରାମକୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ଆସିଥିଲେ। ଶ୍ରୀନଅର ସମ୍ମୁଖ ରଥଖଳାରେ ପହଞ୍ଚିବା ପରେ ପରମ୍ପରା ଅନୁସାରେ […]

puri

Rakesh Mallick
  • Published: Monday, 09 May 2016
  • , Updated: 09 May 2016, 05:35 PM IST

ପୁରୀ: ପବିତ୍ର ଅକ୍ଷୟ ତୃତୀୟାରୁ ଶ୍ରୀଜୀଉଙ୍କ ୨୧ ଦିନିଆ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ମଦନମୋହନ ଓ ରାମକୃଷ୍ଣ ପଞ୍ଚୁପାଣ୍ଡବଙ୍କୁ ସାଙ୍ଗରେ ନେଇ ନରେନ୍ଦ୍ର ପୁଷ୍କରଣୀରେ ଜଳକ୍ରୀଡ଼ା କରିଛନ୍ତି। ଏହାସହ ଶ୍ରୀଜୀଉଙ୍କ ଆଜ୍ଞାମାଳ ପାଇବା ପରେ ବିଶ୍ୱକର୍ମା ମହାରଣାମାନେ ରଥଖଳାରେ ରଥ କାଠ ଅନୁକୁଳ କରିଛନ୍ତି।

ଶ୍ରୀମନ୍ଦିର ବାହାରି ମଣି ବିମାନରେ ବିଜେ ହୋଇ ଭୂଦେବୀ,  ଶ୍ରୀଦେବୀଙ୍କ ସହ ମଦନମୋହନ ଆସିଥିଲେ। ପାଲିଙ୍କିରେ ରାମକୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ଆସିଥିଲେ। ଶ୍ରୀନଅର ସମ୍ମୁଖ ରଥଖଳାରେ ପହଞ୍ଚିବା ପରେ ପରମ୍ପରା ଅନୁସାରେ ଶ୍ରୀମନ୍ଦିର ପୁରୋହିତ ଏବଂ ସ୍ରୋତ୍ରୀୟ ବ୍ରାହ୍ମଣମାନେ ପୂଜା ବିଧି ସମ୍ପନ୍ନ କରିଥିଲେ। ଶ୍ରୀଜୀଉଙ୍କ ଆଜ୍ଞାମାଳକୁ ୧୨ ଫୁଟିଆ ଧଉରା କାଠ ଉପରେ ରଖାଯିବା ପରେ ରଥ କାଠ ଅନୁକୁଳ ହୋଇଥିଲା। ଶ୍ରୀମନ୍ଦିର ପୁରୋହିତ ପ୍ରଥମେ ସୁନା କୁରାଢୀରେ ରଥ କାଠ ଛେଦନ କରିଥିଲେ। ଏହାପରେ ବିଶ୍ୱକର୍ମା ମହାରଣା ସେବାକମାନଙ୍କୁ ଶାଢୀ ବନ୍ଧାଯିବା ପରେ ଆରମ୍ଭ ହୋଇଥିଲା ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାମ।

Related story