ରାଜ୍ୟ ସରକାରଙ୍କୁ ତେର୍ଛା ବାଣ ମାରିଲେ ଶଙ୍କରାଚାର୍ଯ୍ୟ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ଆଳତି ସ୍ଥଳର ଉନ୍ନତୀକରଣ ହେଉ ନଥିବାରୁ ପୌଷ ପୂର୍ଣ୍ଣମୀ ଅବସରରେ କ୍ଷୋଭ ପ୍ରକାଶ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ଆଉ ରାଜ୍ୟ ସରକାରଙ୍କୁ ମାରିଲେ ତେର୍ଛା ବାଣ। କହିଲେ, କ୍ରୀଡାର ବିକାଶ ନେଇ ରାଜ୍ୟ ସରକାର ବହୁତ ଉତ୍ସାହିତ ରହୁଛନ୍ତି। ଦେଢ ବର୍ଷରେ ହକି ଷ୍ଟାଡିୟମ ନିର୍ମାଣ କରିଦେଉଛନ୍ତି। ହେଲେ ଆଳତି ସ୍ଥଳ ହୋଇପାରୁନି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ଶଙ୍କରାଚାର୍ଯ୍ୟ ଆହୁରି କହିଛନ୍ତି, ଷ୍ଟାଡିୟମ ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରପ୍ରସାର ହେବ। […]

Shankaracharya

  • Published: Friday, 06 January 2023
  • , Updated: 06 January 2023, 10:37 PM IST

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ଆଳତି ସ୍ଥଳର ଉନ୍ନତୀକରଣ ହେଉ ନଥିବାରୁ ପୌଷ ପୂର୍ଣ୍ଣମୀ ଅବସରରେ କ୍ଷୋଭ ପ୍ରକାଶ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ଆଉ ରାଜ୍ୟ ସରକାରଙ୍କୁ ମାରିଲେ ତେର୍ଛା ବାଣ। କହିଲେ, କ୍ରୀଡାର ବିକାଶ ନେଇ ରାଜ୍ୟ ସରକାର ବହୁତ ଉତ୍ସାହିତ ରହୁଛନ୍ତି। ଦେଢ ବର୍ଷରେ ହକି ଷ୍ଟାଡିୟମ ନିର୍ମାଣ କରିଦେଉଛନ୍ତି। ହେଲେ ଆଳତି ସ୍ଥଳ ହୋଇପାରୁନି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

ଶଙ୍କରାଚାର୍ଯ୍ୟ ଆହୁରି କହିଛନ୍ତି, ଷ୍ଟାଡିୟମ ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରପ୍ରସାର ହେବ। ଆଳତି ସ୍ଥଳ ହେଲେ ସନାତନ ଧର୍ମ ଓ ଶଙ୍କରାଚାର୍ଯ୍ୟଙ୍କ ପ୍ରଚାର ହେବ। ସେଥିପାଇଁ ସରକାର ଧ୍ୟାନ ଦେଉନାହାନ୍ତି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

https://twitter.com/GovernorOdisha/status/1611401012631449600?s=20&t=uxQe_xjGq2B7-uNHL7woyA

ଆଜି ତୀର୍ଥରାଜ ମହୋଦଧିଙ୍କ ନିତ୍ୟ ସନ୍ଧ୍ୟା ଆରତୀର ବାର୍ଷିକୋତ୍ସବ ପୁରୀ ସ୍ୱର୍ଗଦ୍ୱାର ବେଳାଭୂମିରେ ଆଧ୍ୟାତ୍ମିକ ପରିବେଶରେ ହୋଇଯାଇଛି। ଏଥିରେ ପୂଜ୍ୟପାଦ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଜୀ ମହାରାଜ, ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ବହୁ ସାଧୁ ସନ୍ଥ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ବିଭିନ୍ନ ଦେଶରୁ ଆସିଥିବା ଜଗନ୍ନାଥ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସହ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଭକ୍ତ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Related story