ନୂଆ ବର୍ଷରେ ମିଳିବନି ପ୍ରଭୁଙ୍କ ଦର୍ଶନ , ଆଜିଠୁ ୩ ଦିନ ପର୍ଯ୍ୟନ୍ତ ଧର୍ମାନୁଷ୍ଠାନ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ନୂଆବର୍ଷ । ବିଭିନ୍ନ ଆଡ଼େ ଜମିଲାଣି ଲୋକଙ୍କ ଗହଳି। ଅପରପକ୍ଷେ, ରାଜ୍ୟରେ ଓମିକ୍ରନ ବି ଏବେ ଧିରେ ଧିରେ ଉପରମୁହାଁ ହେଲାଣି। ତେଣୁ ଭିଡ଼କୁ ଦୃଷ୍ଟିରେ ରଖି ଟୁଇନ୍‌ ସିଟିର ବିଭିନ୍ନ ଧର୍ମାନୁଷ୍ଠାନ ସମେତ ଶ୍ରୀମନ୍ଦିର ଆଜିଠୁ ଆସନ୍ତା ତିନି ଦିନ ଯାଏଁ ଅର୍ଥାତ ୨ ତାରିଖ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ । ଏ ନେଇ ବିଏମ୍‌ସି ଓ  ସିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣ […]

lingaraj-temple

Niharika Rout
  • Published: Friday, 31 December 2021
  • , Updated: 31 December 2021, 01:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ନୂଆବର୍ଷ । ବିଭିନ୍ନ ଆଡ଼େ ଜମିଲାଣି ଲୋକଙ୍କ ଗହଳି। ଅପରପକ୍ଷେ, ରାଜ୍ୟରେ ଓମିକ୍ରନ ବି ଏବେ ଧିରେ ଧିରେ ଉପରମୁହାଁ ହେଲାଣି। ତେଣୁ ଭିଡ଼କୁ ଦୃଷ୍ଟିରେ ରଖି ଟୁଇନ୍‌ ସିଟିର ବିଭିନ୍ନ ଧର୍ମାନୁଷ୍ଠାନ ସମେତ ଶ୍ରୀମନ୍ଦିର ଆଜିଠୁ ଆସନ୍ତା ତିନି ଦିନ ଯାଏଁ ଅର୍ଥାତ ୨ ତାରିଖ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ । ଏ ନେଇ ବିଏମ୍‌ସି ଓ  ସିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି ।

ଏହି ନିୟମ ଅନୁଯାୟୀ, ଭୁବନେଶ୍ୱର, କଟକର ସମସ୍ତ ମନ୍ଦିର ସମେତ ପୁରୀ ଶ୍ରୀମନ୍ଦିର ଓ ଚିଲିକା କାଳିଜାଇ ମନ୍ଦିର  ବନ୍ଦ କରାଯାଇଛି । ଆଜିଠୁ ଆସନ୍ତା ୨ ତାରିଖ ଯାଏଁ ଏହି କଟକଣା ଲାଗୁ କରାଯାଇଛି । ଏଥିଯୋଗୁ ଶ୍ରଦ୍ଧାଳୁମାନେ କିନ୍ତୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପରିବାର ସହ ପ୍ରଭୁଙ୍କ ଦର୍ଶନ କରି ନୂଆ ବର୍ଷ ଆରମ୍ଭ କରିବାକୁ ଶ୍ରଦ୍ଧାଳୁମାନେ ଯୋଜନା କରିଥିବା ବେଳେ ଏହି ଆଶା ମିଳାଇ ଯାଇଛି।

ସୂଚନାଯୋଗ୍ୟ, ସମଗ୍ର ଦେଶରେ ଓମିକ୍ରନ କାୟା ମେଲାଇ ଚାଲିଥିବା ବେଳେ ଓଡ଼ିଶାରେ ବି ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଦେଖି ଏବେଠୁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଚେତାଇ ଦେଲେଣି ରାଜ୍ୟ ସରକାର। ଏଥିସହ ଜାନୁୟାରୀ ପାଇଁ ଲାଗୁ ଗାଇଡଲାଇନ୍‌ରେ ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶକୁ ନା କରିଛନ୍ତି ରାଜ୍ୟ ସରକାର। ଏଥିସହ ପାର୍କ, ବେଳାଭୂମି କିମ୍ବା ଅନ୍ୟାନ୍ୟ ପିକନିକ୍ ସ୍ପଟରେ କେହି ପିକନିକ୍ ମନାଇ ପାରିବେ ନାହିଁ ବୋଲି ମଧ୍ୟ ଲାଗୁ ହୋଇଛି ନିୟମ । ଏହି ସବୁ ନିୟମରେ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

Related story