ଫୁଲରେ ସଜେଇ ହୋଇଛି ନୀଳକନ୍ଦର

ପୁରୀ (ଓଡ଼ିଶା ରିପୋର୍ଟର): ନବବଧୂ ଭଳି ସଜେଇ ହୋଇଛି ନୀଳକନ୍ଦର। ରଙ୍ଗବେରଙ୍ଗ ଫୁଲରେ ଝଟକୁଛି ନୀଳାଚଳ ଧାମ। ମହମହ ବାସ୍ନାରେ ମହକୁଛି ଚତୁର୍ଦ୍ଦିଗ। ପୂର୍ବରୁ ପଥର ଦେହରେ ସୂକ୍ଷ୍ଣ କାରୁକାର୍ଯ୍ୟ ଦେଖି ମନ୍ତ୍ରମୁଗ୍ଧ ହେଉଥିବା ଭକ୍ତ ଏବେ ବିମୋହିତ ହେଉଛି ଶ୍ରୀମନ୍ଦିରର ଏଭଳି ପୁଷ୍ପ ଶୃଙ୍ଗାର ଦେଖି। ଆଖି ଲାଖିଯାଉଛି ସୁସଜ୍ଜିତ ସିଂହଦ୍ୱାରଠାରେ, ଯେଉଁଠି ଫୁଲ ବି କହୁଛି ‘ଜୟ ଜଗନ୍ନାଥ।’ କେବଳ ସିଂହଦ୍ୱାର ନୁହେଁ, ଚାରି ଦ୍ୱାର ଠୁ ଆରମ୍ଭ କରି ମେଘନାଦ ପାଚେରୀ, ବାଇଶି […]

puri

Manoranjan Sial
  • Published: Friday, 05 July 2019
  • , Updated: 05 July 2019, 08:56 PM IST

ପୁରୀ (ଓଡ଼ିଶା ରିପୋର୍ଟର): ନବବଧୂ ଭଳି ସଜେଇ ହୋଇଛି ନୀଳକନ୍ଦର। ରଙ୍ଗବେରଙ୍ଗ ଫୁଲରେ ଝଟକୁଛି ନୀଳାଚଳ ଧାମ। ମହମହ ବାସ୍ନାରେ ମହକୁଛି ଚତୁର୍ଦ୍ଦିଗ। ପୂର୍ବରୁ ପଥର ଦେହରେ ସୂକ୍ଷ୍ଣ କାରୁକାର୍ଯ୍ୟ ଦେଖି ମନ୍ତ୍ରମୁଗ୍ଧ ହେଉଥିବା ଭକ୍ତ ଏବେ ବିମୋହିତ ହେଉଛି ଶ୍ରୀମନ୍ଦିରର ଏଭଳି ପୁଷ୍ପ ଶୃଙ୍ଗାର ଦେଖି। ଆଖି ଲାଖିଯାଉଛି ସୁସଜ୍ଜିତ ସିଂହଦ୍ୱାରଠାରେ, ଯେଉଁଠି ଫୁଲ ବି କହୁଛି 'ଜୟ ଜଗନ୍ନାଥ।'

କେବଳ ସିଂହଦ୍ୱାର ନୁହେଁ, ଚାରି ଦ୍ୱାର ଠୁ ଆରମ୍ଭ କରି ମେଘନାଦ ପାଚେରୀ, ବାଇଶି ପାହାଚ, ସାତପାହାଚ, ଗୁମୁଟ, ଏପରିକି ଭିତର ବେଢ଼ାର ମନ୍ଦିରକୁ ଫୁଲରେ ସଜା ଯାଇଛି। ବିଭିନ୍ନ ରଙ୍ଗର ଗୋଲାପ, ରଙ୍ଗଣୀ, ଗଜରା, ଗେଣ୍ଡୁ ଆଦି ସହସ୍ରାଧିକ ପୁଷ୍ପଗୁଚ୍ଛ ଓ ମାଳା ସହ କଦଳୀ, ସେଓ ଭଳି ଫଳରେ ସଜେଇ ହୋଇଛି ଶ୍ରୀମନ୍ଦିର। ବ୍ରହ୍ମାଣ୍ଡକର୍ତ୍ତାଙ୍କ ସୃଷ୍ଟିକୁ ତାଙ୍କରି ସେବା ପାଇଁ ଅତି ଯତ୍ନର ସହ ସଜାଇଛନ୍ତି ଅଢ଼େଇ ଶହ କାରିଗର। ଏଥିରେ ପ୍ରାୟ ୨୦ ଟ୍ରକ୍ ଫୁଲ କେ.କେ. ଶର୍ମା ନାମକ ଦିଲ୍ଲୀର ଜଣେ ଭକ୍ତ ମହାବାହୁଙ୍କ ସେବା ଉଦ୍ଦେଶ୍ୟରେ ପଠାଇଛନ୍ତି।

ତେବେ ଫୁଲ ସଜାଇବା ପାଇଁ ପଥରରେ କଣ୍ଟା ମରାଯିବାକୁ ନେଇ ଆପତ୍ତି ଉଠାଇଛି ଏଏସ୍‌ଆଇ। ଶ୍ରୀମନ୍ଦିର ହେଉଛି ଏକ କେନ୍ଦ୍ରୀୟ ସଂରକ୍ଷିତ ଐତିହ୍ୟ ତଥା ଲିଭିଂ ମନ୍ୟୁମେଣ୍ଟ। ଏହା ସତ୍ତ୍ୱେ ଏହାକୁ ଫୁଲରେ ସଜାଇବାକୁ କଣ୍ଟା ମାରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କୌଣସି ଲିଖିତ ଅନୁମତି ନେଇନଥିବା ସୁପରିଣ୍ଟେଣ୍ଡେଣ୍ଟ୍ ଆର୍କିଓଲଜିଷ୍ଟ ଅରୁଣ ମଲ୍ଲିକ କହିଛନ୍ତି। ଏସମ୍ପର୍କରେ ଏଏସ୍‌ଆଇ ଡିଜିଙ୍କୁ ରିପୋର୍ଟ ଦିଆଯାଇଛି ଏବଂ ତାଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

Related story