ସେମାନେ ବି କିଛି କମ୍ ନୁହଁନ୍ତି

କଟକ(ଓଡ଼ିଶା ରିପୋର୍ଟର): କଟକ ଐତିହାସିକ ବାଲିଯାତ୍ରା ଆଜି ଦ୍ୱିତୀୟ ଦିନ। ବାଲିଯାତ୍ରାର ମଜା ଉଠାଇବାକୁ ଛୁଟୁଛି ଦର୍ଶକଙ୍କ ସୁଅ। ଏମିତି ତ ବାଲିଯାତ୍ରାରେ ବହୁ ଦୋକାନ ବଜାର ଓ ଷ୍ଟଲ୍ ପଡ଼ିଛି। ହେଲେ ଭିନ୍ନକ୍ଷମ ଓ କିନ୍ନର ଷ୍ଟଲ କିନ୍ତୁ ଭିନ୍ନ ଏକ ବାର୍ତ୍ତା ଦେଉଛି। ଏହି ଷ୍ଟଲ ଭିତରେ ମାଧୁରୀ ନାୟକଙ୍କ ଗୋଟିଏ ଷ୍ଟଲ। ତାଙ୍କ ଘର କଟକ ଜିଲ୍ଲାରେ। ଦୃଷ୍ଟି ବାଧିତ ମାଧୁରୀ ବାଲିଯାତ୍ରାକୁ ଆସିଛନ୍ତି ବ୍ୟବସାୟ କରିବା ପାଇଁ। ଆଉ ଦର୍ଶକଙ୍କ ପାଇଁ […]

phi

phi

Niranjan Mishra
  • Published: Wednesday, 09 November 2022
  • Updated: 09 November 2022, 08:52 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକ ଐତିହାସିକ ବାଲିଯାତ୍ରା ଆଜି ଦ୍ୱିତୀୟ ଦିନ। ବାଲିଯାତ୍ରାର ମଜା ଉଠାଇବାକୁ ଛୁଟୁଛି ଦର୍ଶକଙ୍କ ସୁଅ। ଏମିତି ତ ବାଲିଯାତ୍ରାରେ ବହୁ ଦୋକାନ ବଜାର ଓ ଷ୍ଟଲ୍ ପଡ଼ିଛି। ହେଲେ ଭିନ୍ନକ୍ଷମ ଓ କିନ୍ନର ଷ୍ଟଲ କିନ୍ତୁ ଭିନ୍ନ ଏକ ବାର୍ତ୍ତା ଦେଉଛି। ଏହି ଷ୍ଟଲ ଭିତରେ ମାଧୁରୀ ନାୟକଙ୍କ ଗୋଟିଏ ଷ୍ଟଲ। ତାଙ୍କ ଘର କଟକ ଜିଲ୍ଲାରେ। ଦୃଷ୍ଟି ବାଧିତ ମାଧୁରୀ ବାଲିଯାତ୍ରାକୁ ଆସିଛନ୍ତି ବ୍ୟବସାୟ କରିବା ପାଇଁ। ଆଉ ଦର୍ଶକଙ୍କ ପାଇଁ ତାଙ୍କ ଷ୍ଟଲରେ ଅନେକ ଜିନିଷ ବିକ୍ରି ନିମନ୍ତେ ରହିଛି। ବାଲିଯାତ୍ରାକୁ ବୁଲିବାକୁ ଆସୁଥିବା ଲୋକଙ୍କ ପାଇଁ ତାଙ୍କ ଷ୍ଟଲରେ ସେ ନିଜ ହାତ ତିଆରି ଫିନାଇଲ ଓ ସ୍ପେଶାଲ ବ୍ରହ୍ମପୁର ରସୁଣ ଦିଆ ଛଣା ସେଉ ବିକ୍ରି କରୁଛନ୍ତି।

ତାଙ୍କ କହିବା କଥା, ଏହି ଜିନିଷ ସବୁ ବିକ୍ରି କରି ସେ ସ୍ୱାବଲମ୍ବି ହୋଇ ପାରିଛନ୍ତି। ଦୃଷ୍ଟି ବାଧିତ ହୋଇଥିଲେ ମଧ୍ୟ ତାଙ୍କୁ ସାମଗ୍ରି ବିକ୍ରି କରିବାରେ କୌଣସି ଅସୁବିଧା ହେଉନାହିଁ। ବାଲିଯାତ୍ରା ତାଙ୍କୁ ନିଜର ଷ୍ଟଲ ଖୋଲିବାକୁ ସୁଯୋଗ ଦେଇଛି।

ତେବେ କେବଳ ମାଧୁରୀ ନୁହଁନ୍ତି, ତାଙ୍କ ପରି ଆହୁରି ଅନେକ ଦିବ୍ୟାଙ୍ଗ ବିଭିନ୍ନ ଷ୍ଟଲ ଖୋଲିଛନ୍ତି।

ସେପଟେ କେବଳ ଦିବ୍ୟାଙ୍ଗମାନେ ଷ୍ଟଲ ଖୋଲିନାହାନ୍ତି, ଅନେକ କିନ୍ନର ମଧ୍ୟ ଚଳିତ ଥରର ବାଲିଯାତ୍ରାରେ ସେମାନଙ୍କ ପସରା ମେଲାଇଛନ୍ତି। କିଏ ପିତ୍ତଳ ସାମଗ୍ରୀ ବିକ୍ରି କରୁଛି ତ ଆଉ କିଏ ଅତର ଷ୍ଟଲ ଖୋଲିଛନ୍ତି। ଦିବ୍ୟାଙ୍ଗମାନଙ୍କ ଲାଗି ମୋଟ ୪୪ ଟି ଷ୍ଟଲ୍ ପଡ଼ିଛି। ଆଠ ବର୍ଷ ହେଲା କଟକ ଜିଲ୍ଲା ସାମାଜିକ ସୁରକ୍ଷା ଓ ବିଭାଗ ଏହି ସୁଯୋଗ ସୃଷ୍ଟି କରିଛି। ଏହି ଷ୍ଟଲଗୁଡିକୁରୁ ଆବଶ୍ୟକ ଜିନିଷ କିଣି ନେଇ ଗ୍ରାହକମାନେ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି।

କିନ୍ନର କାଜଲ କହିଛନ୍ତି, ୨୦୧୪ରୁ ସେମାନେ ଅନୁଷ୍ଠାନ ଗଢ଼ି ବିଭିନ୍ନ ଜିନିଷ ବିକ୍ରି ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିରେ ପ୍ରଶାସନ ସହଯୋଗ କରିବା ଯୋଗୁ ବାଲିଯାତ୍ରାରେ ଷ୍ଟଲ ପକାଇବାର ସୁଯୋଗ ମିଳିଛି। ଟେରାକୋଟା ଜିନିଷ ଓ ମାଟି ତିଆରି ଜିନିଷ ବିକ୍ରି କରିବାକୁ ତାଙ୍କ ଅନୁଷ୍ଠାନ ଏଥିରେ ଭାଗ ନେଇଛି। କିନ୍ନରଙ୍କୁ ମୋଟ ୧୦ଟି ଷ୍ଟଲ ଦିଆଯାଇଛି। ବ୍ୟବସାୟ ମଧ୍ୟ ଭଲ ହେଉଛି।

[caption id="attachment_780241" align="aligncenter" width="650"] ଦିବ୍ୟାଙ୍ଗ ଓ କିନ୍ନରମାନେ କରିଥିବା ସ୍ୱତନ୍ତ୍ର ଷ୍ଟଲ।[/caption]

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ରଥ କହିଛନ୍ତି, ୨୦୧୬ରୁ ଏଭଳି ଉଦ୍ୟମ ଆରମ୍ଭ ହୋଇଛି। ଦିବ୍ୟାଙ୍ଗ ଓ କିନ୍ନରଙ୍କ ନିମନ୍ତେ ସ୍ୱତନ୍ତ୍ର ଷ୍ଟଲ ବ୍ୟବସ୍ଥା କରାଯାଉଛି। ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ଏଭଳି ଉଦ୍ୟମ ହୋଇଛି। ସେମାନେ ବି କିଛି କମ୍ ନୁହଁନ୍ତି, ଏହା ଏଠାରେ ପ୍ରତିପାଦିତ ହୋଇପାରିଛି। ସେମାନେ ବିଭିନ୍ନ ପ୍ରକାର ଜିନିଷ ପ୍ରସ୍ତୁତ କରି ବିକ୍ରି କରିବାକୁ ଆସୁଛନ୍ତି। ଏହା ସେମାନଙ୍କୁ ଜେତେକି ପ୍ରୋତ୍ସାହିତ କରୁଛି, ଅନ୍ୟମାନଙ୍କୁ ସେତିକି ପ୍ରେରଣା ଦେଉଛି।

ସେପଟେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବାଲିଯାତ୍ରାରେ ଆହୁରି ଅଧିକ ସଂଖ୍ୟକ ଲୋକଙ୍କ ସମାଗମ ହେବା ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos