ଏନଏମଏ ସୁପାରିସକୁ ବିରୋଧ, ଶ୍ରୀମନ୍ଦିର ପ୍ରଶାସନିକ କୋଠାର ଉଚ୍ଚତାକୁ ନେଇ ଉଠିଲା ପ୍ରଶ୍ନ

ପୁରୀ(ଓଡ଼ିଶା ରିପୋର୍ଟର): ଏନଏମଏ ନିଷ୍ପତ୍ତିକୁ ମାନିବା ମୁଡରେ ନାହିଁ ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସଂକ୍ରାନ୍ତରେ ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଲେଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣକୁ ନେଇ ପ୍ରାୟ ୮ ବର୍ଷ ତଳେ ଦେଇଥିବା ନିଜ ନିଷ୍ପତ୍ତିକୁ ବଦଳାଇଛି ଏନଏମଏ। ସେତେବେଳେ ୧୨.୧୯ ମିଟର କୋଠା ପାଇଁ ଅନୁମତି ମିଳିଥିବା ବେଳେ ଏବେ ତାହାକୁ ୭.୫୦ ମିଟର କରିବା ପାଇଁ କୁହାଯାଇଛି। ହେଲେ ଏହାକୁ ମାନିବା ମୁଡରେ ନାହିଁ ଶ୍ରୀମନ୍ଦିର ପ୍ରଶାସନ। […]

pui

  • Published: Thursday, 22 September 2022
  • , Updated: 22 September 2022, 12:36 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଏନଏମଏ ନିଷ୍ପତ୍ତିକୁ ମାନିବା ମୁଡରେ ନାହିଁ ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସଂକ୍ରାନ୍ତରେ ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଲେଖାଯାଇଛି।

ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣକୁ ନେଇ ପ୍ରାୟ ୮ ବର୍ଷ ତଳେ ଦେଇଥିବା ନିଜ ନିଷ୍ପତ୍ତିକୁ ବଦଳାଇଛି ଏନଏମଏ। ସେତେବେଳେ ୧୨.୧୯ ମିଟର କୋଠା ପାଇଁ ଅନୁମତି ମିଳିଥିବା ବେଳେ ଏବେ ତାହାକୁ ୭.୫୦ ମିଟର କରିବା ପାଇଁ କୁହାଯାଇଛି। ହେଲେ ଏହାକୁ ମାନିବା ମୁଡରେ ନାହିଁ ଶ୍ରୀମନ୍ଦିର ପ୍ରଶାସନ। ଏନଏମଏର ସୁପାରିସକୁ ତୀବ୍ର ବିରୋଧ କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସଂକ୍ରାନ୍ତରେ ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଲେଖାଯାଇଛି। ପୂର୍ବ ନିଷ୍ପତ୍ତି ଅନୁସାରେ ପ୍ରଶାସନିକ କୋଠାର ଉଚ୍ଚତା ୧୨.୧୯ ମିଟର ରଖିବା ସପକ୍ଷରେ ଅଡ଼ି ବସିଛି ପ୍ରଶାସନ।

ଗତ ୯ ତାରିଖରେ ଅନୁଷ୍ଠିତ ବୈଠକରେ ଏନଏମଏ ଶ୍ରୀମନ୍ଦିର ପ୍ରକଳ୍ପ ଉପରେ ଅନେକ ସୁପାରିସ କରିଥିଲା। ଏଥିରେ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟକୁ ନିଷିଦ୍ଧାଞ୍ଚଳ ବଦଳରେ ନିୟନ୍ତ୍ରିତ ଅଞ୍ଚଳକୁ ସ୍ଥାନାନ୍ତର କରାଯିବାକୁ କୁହାଯାଇଥିଲା। ଏଥିସହ ଉଚ୍ଚତା ୭ ମିଟର ୫୦ ସେମି ରଖିବାକୁ କୁହାଯାଇଥିଲା।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବା ବେଳେ ନବକଳେବର ସମୟରେ ନୂତନ କୋଠା ନିର୍ମିତ ହୋଇଥିଲା। ୨୦୧୪ ମସିହାରେ ଏନଏମ୍‌ଏ ପକ୍ଷରୁ ଉକ୍ତ କୋଠା ନିମନ୍ତେ ୧୨.୧୯ ମିଟର ପାଇଁ ଅନୁମତି ମିଳିଥିଲା। ହେଲେ ଏବେ ଏହାକୁ ବଦଳାଯାଇ ଏହି ଅନୁମତିକୁ ୭.୫୦ ମିଟର ପାଇଁ କୁହାଯାଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି କରାଯାଇଥିବା ବେଳେ ତାହା ଏଏନଏମକୁ ପଠାଯାଇ ରିଭାଇଜ ଡିପିଆର ପାଇଁ ଅନୁମତି ମଗାଯିବ ବୋଲି ଜଣାଯାଇଛି। ହେଲେ ନିଷ୍ପତ୍ତି କ’ଣ ଆସୁଛି ତାହା ଉପରେ ସମସ୍ତଙ୍କ ଆଖି।

Related story