ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍ଲିଂ କାରଖାନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସସ୍ ହେଉ କି ଘିଅ, ପୂଜା ସାମଗ୍ରୀ ହେଉ କି ଗଙ୍ଗାଜଳ । ଗତ କିଛିଦିନ ହେଲା ଟୁଇନ୍‌ସିଟିରେ କ୍ରମାଗତ ଭାବେ ଏସବୁ ସାମଗ୍ରୀକୁ ନକଲି କରି ବିକ୍ରି କରୁଛନ୍ତି ଅସାଧୁ ବ୍ୟବସାୟୀ । ଏଭଳି ସ୍ଥିତିରେ ଏବେ ରାଜଧାନୀରେ ସାମ୍ନାକୁ ଆସିଛି ନକଲି ୱାଟର ବଟ୍ଲିଂ କାରଖାନା । ଭୁବନେଶ୍ୱର ଚନ୍ଦକା ଅଞ୍ଚଳରୁ ଏହି ନକଲି ୱାଟର ବଟ୍ଲିଂ କାରଖାନାକୁ ଠାବ କରିଛି ପୁଲିସ୍‌ । ଯେଉଁଠି ନାମୀଦାମୀ କଂପାନୀର ବ୍ରାଣ୍ଡ ବ୍ୟବହାର […]

water

water

Niharika Rout
  • Published: Friday, 23 October 2020
  • Updated: 23 October 2020, 01:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସସ୍ ହେଉ କି ଘିଅ, ପୂଜା ସାମଗ୍ରୀ ହେଉ କି ଗଙ୍ଗାଜଳ । ଗତ କିଛିଦିନ ହେଲା ଟୁଇନ୍‌ସିଟିରେ କ୍ରମାଗତ ଭାବେ ଏସବୁ ସାମଗ୍ରୀକୁ ନକଲି କରି ବିକ୍ରି କରୁଛନ୍ତି ଅସାଧୁ ବ୍ୟବସାୟୀ । ଏଭଳି ସ୍ଥିତିରେ ଏବେ ରାଜଧାନୀରେ ସାମ୍ନାକୁ ଆସିଛି ନକଲି ୱାଟର ବଟ୍ଲିଂ କାରଖାନା ।

ଭୁବନେଶ୍ୱର ଚନ୍ଦକା ଅଞ୍ଚଳରୁ ଏହି ନକଲି ୱାଟର ବଟ୍ଲିଂ କାରଖାନାକୁ ଠାବ କରିଛି ପୁଲିସ୍‌ । ଯେଉଁଠି ନାମୀଦାମୀ କଂପାନୀର ବ୍ରାଣ୍ଡ ବ୍ୟବହାର କରି ବିକ୍ରିବଟା ଚାଲୁଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ ପୁଲିସ୍‌ ଏହି କାରଖାନା ଉପରେ ଚଢ଼ାଉ କରିଛି । ଆଉ ଚଢ଼ାଉ ପରେ ଜବତ ହୋଇଛି ପାଣି ବୋତଲ ସହ ବିଭିନ୍ନ ବ୍ରାଣ୍ଡ୍ର ଷ୍ଟିକର୍ । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos