Advertisment

‘ଆଗରୁ ଯେଉଁ ଅବହେଳା ହେଉଥିଲା, ଆଜି ତାହା ନାହିଁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ବଢ଼ିଛି ରେଳ ଅନୁଦାନ। ବଜେଟରେ ଓଡ଼ିଶାକୁ ମିଳିଥିବା ରେଳ ଅନୁଦାନ ନେଇ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ସବୁବେଳେ ଓଡ଼ିଶା ରହିଛି। ଓଡ଼ିଶାର ଭିତ୍ତିଭୂମି ବିକାଶ ଲାଗି ପ୍ରଧାନମନ୍ତ୍ରୀ ମୋଦି ଲଗାତର ଭାବେ ଅଧିକରୁ ଅଧିକ ଅନୁଦାନ ଦେଇ ଆସୁଛନ୍ତି। ରେଲୱେ ସେୟାରରେ ୟୁପିଏ ତୁଳନାରେ ଅଧିକ ଅନୁଦାନ ଆସୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳ ମନ୍ତ୍ରୀ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
‘ଆଗରୁ ଯେଉଁ ଅବହେଳା ହେଉଥିଲା, ଆଜି ତାହା ନାହିଁ’

ashwin-vaishanva

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ବଢ଼ିଛି ରେଳ ଅନୁଦାନ। ବଜେଟରେ ଓଡ଼ିଶାକୁ ମିଳିଥିବା ରେଳ ଅନୁଦାନ ନେଇ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ସବୁବେଳେ ଓଡ଼ିଶା ରହିଛି। ଓଡ଼ିଶାର ଭିତ୍ତିଭୂମି ବିକାଶ ଲାଗି ପ୍ରଧାନମନ୍ତ୍ରୀ ମୋଦି ଲଗାତର ଭାବେ ଅଧିକରୁ ଅଧିକ ଅନୁଦାନ ଦେଇ ଆସୁଛନ୍ତି। ରେଲୱେ ସେୟାରରେ ୟୁପିଏ ତୁଳନାରେ ଅଧିକ ଅନୁଦାନ ଆସୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Advertisment

ରେଳ ମନ୍ତ୍ରୀ କହିଛନ୍ତି, ଆଗରୁ ଯେଉଁ ଅବହେଳା ହେଉଥିଲା, ତାହା ଆଜି ଆଉ ନାହିଁ। ୟୁପିଏ ତୁଳନାରେ ମୋଦି ସରକାର ଅଧିକ ଅନୁଦାନ ଦେଉଛନ୍ତି। ଉଦାହରଣ ଭାବେ ଓଡ଼ିଶାକୁ ରେଳ ଅନୁଦାନ କଥା ନିଆଯାଉ। UPA ଶାସନରେ ଓଡ଼ିଶାକୁ ପାଖାପାଖି ୮ ଶହ କୋଟି ମିଳୁଥିଲା। ୨୦୧୪ରେ ମୋଦି ଆସିବା ପରେ ଓଡ଼ିଶାକୁ ୪୧୨୬ କୋଟି ମିଳିଲା। ଏହି ଅନୁଦାନ ପ୍ରତି ବର୍ଷ ବଢ଼ୁଛି। ଏଥର ରେକର୍ଡ ୯୭୩୪ କୋଟି ରେଳ ଅନୁଦାନ ଦିଆଯାଇଛି। ତେଣୁ ମିଳିମିଶି ଫଣ୍ଡ୍ସ ୟୁଟିଲାଇଜେସନ କରିବା ଦରକାର ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ରେଳମନ୍ତ୍ରୀ କହିଛନ୍ତି, ‘ଜମି ଅଧିଗ୍ରହଣ ଓ ଫରେଷ୍ଟ କ୍ଲିଅରାନ୍ସ ଉପରେ କାମ ନିର୍ଭର କରୁଛି। ଓଡ଼ିଶାରେ ୧୨ଟି ଷ୍ଟେସନର ଅପଗ୍ରେଡେସନ ହେବ। ଟେଲିଫୋନ ଟାୱାର ପାଇଁ ୩୯୩୩ ସାଇଟ୍ସ ଚିହ୍ନଟ ହୋଇଛି। ଓଡ଼ିଶାରେ ୬ ହଜାର ଗାଁ ଅନକଭର ରହିଛି। ସେଠାରେ ନିଶ୍ଚିତ ଟାୱାର ହେବ। ଆଉ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବଦୋୟ ପରିକଳ୍ପନା।’

Advertisment

ରେଳମନ୍ତ୍ରୀ ଆହୁରି କହିଛନ୍ତି, BSNL/MTNL ରିଭାଇଭାଲ୍ ପାଇଁ ଗତ ବର୍ଷ ୯୦ ହଜାର କୋଟି ମିଳିଛି। ଚଳିତ ବର୍ଷ BSNL/MTNL ପାଇଁ ୪୫ ହଜାର କୋଟି ମିଳିଛି। ଦେଶରେ 4G ଡିଜାଇନ ସରିଛି। 5Gରେ ଡିଜାଇନ୍ ଆଶାଠୁ ଅଧିକ ହୋଇଛି। ଚାଷୀଙ୍କୁ ମିଳୁଥିବା ଅର୍ଥ ବାଟମାରଣା ରୋକିବାକୁ ପଦକ୍ଷେପ ନେଇଛୁ। ଏଣିକି ଚାଷୀଙ୍କ ଖାତାକୁ MSP ଅର୍ଥ ସିଧାସଳଖ ଯିବ ବୋଲି ଅଶ୍ୱିନୀ କହିଛନ୍ତି।

Ashwini Vaishnaw