ଯଦି ଭୁଲ କରିଛୁ ଆମକୁ ଶାସ୍ତି ଦିଅ, ରାଜବୀରକୁ ନୁହେଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଏ ଏମିତି ଜଣେ ମାଆ, ଯାହାଙ୍କ ଆଖିରୁ ଶୁଖୁନି ଲୁହ। ରୋଗୀଣା ପୁଅକୁ ଧରି ସଞ୍ଜିବନୀ ଖୋଜୁଛି। କାନି ପତାଇ ପୁଅର ଜୀବନ ଭିକ୍ଷା କରୁଛନ୍ତି। ଆଉ ଗୁହାରୀ ହୋଇ କହୁଛନ୍ତି, ଭୁଲ୍‌ ଯଦି କରିଛୁ ଆମକୁ ଶାସ୍ତି ଦିଅ। ରାଜବୀରକୁ ନୁହେଁ। ରାଜବୀର ହେଉଛନ୍ତି ତମଲିକା ଦାସ ପୁଅ। ସେ ବିରଳ SMA(Spinal muscular atrophy) ରୋଗରେ ପୀଡ଼ିତ ଅଛନ୍ତି। ତମଲିକା କହିଛନ୍ତି, ଭୁଲ ଯଦି ଆମର, ତାହାହେଲେ ଆମକୁ ଶାସ୍ତି […]

Rajbir

Manoranjan Sial
  • Published: Saturday, 26 February 2022
  • , Updated: 27 February 2022, 08:10 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଏ ଏମିତି ଜଣେ ମାଆ, ଯାହାଙ୍କ ଆଖିରୁ ଶୁଖୁନି ଲୁହ। ରୋଗୀଣା ପୁଅକୁ ଧରି ସଞ୍ଜିବନୀ ଖୋଜୁଛି। କାନି ପତାଇ ପୁଅର ଜୀବନ ଭିକ୍ଷା କରୁଛନ୍ତି। ଆଉ ଗୁହାରୀ ହୋଇ କହୁଛନ୍ତି, ଭୁଲ୍‌ ଯଦି କରିଛୁ ଆମକୁ ଶାସ୍ତି ଦିଅ। ରାଜବୀରକୁ ନୁହେଁ। ରାଜବୀର ହେଉଛନ୍ତି ତମଲିକା ଦାସ ପୁଅ। ସେ ବିରଳ SMA(Spinal muscular atrophy) ରୋଗରେ ପୀଡ଼ିତ ଅଛନ୍ତି।

ତମଲିକା କହିଛନ୍ତି, ଭୁଲ ଯଦି ଆମର, ତାହାହେଲେ ଆମକୁ ଶାସ୍ତି ଦିଅନ୍ତୁ। କିନ୍ତୁ ରାଜବୀରଙ୍କୁ ନୁହେଁ। ସେ ଓଡ଼ିଶାବାସୀଙ୍କ ସାହାଯ୍ୟକୁ ଅନାଇ ବସିଛି। ସେ ବଞ୍ଚିବାକୁ ଚାହୁଁଛି। ମୁଁ ତାକୁ ବଞ୍ଚାଇବାକୁ ଚାହୁଁଛି। ମୋର ଏଥିରେ କିଛି ସ୍ୱାର୍ଥ ନାହିଁ। ମୋ ପୁଅକୁ ମୁଁ ବହୁତ ଭଲ ପାଉଛି। କିନ୍ତୁ କିଛି ଲୋକ ମୋତେ ଡ୍ରାମା କରୁଛି ବୋଲି କହୁଛନ୍ତି। ହଁ ମୁଁ ଡ୍ରାମା କରୁଛି। ମୁଁ ଯାହା ବି କରୁଛି, ମୋ ପୁଅକୁ ବଞ୍ଚାଇବା ପାଇଁ କରୁଛି ବୋଲି ତମଲିକା କହିଛନ୍ତି।

ସେ ଆହୁରି କହିଛନ୍ତି, ରାଜବୀର ପାଇଁ ଆଦାୟ ହୋଇଥିବା ଟଙ୍କାର ସବୁ ହିସାବ ମୋ’ ପାଖରେ ଅଛି। ଯଦି କେହି ଚାହିଁବେ ଦେଖିବା ପାଇଁ ମୁଁ ତାଙ୍କୁ କାଗଜପତ୍ର ଯୋଗାଇଦେବି। ମୁଁ ପୂରା ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ଦେବାକୁ ପ୍ରସ୍ତୁତ ଅଛି। ମୁଁ ମଧ୍ୟ ଚାହୁଁଛି ସାରା ଓଡ଼ିଶା ବାସୀ ମୋତେ ହିସାବ ମାଗନ୍ତୁ। ଗୋଟିଏ ଟଙ୍କାର ଖରାପ ବ୍ୟବହାର ହୋଇନାହିଁ। ସବୁ ଟଙ୍କା ରାଜବୀର ପାଇଁ ଖର୍ଚ୍ଚ କରିଛି ବୋଲି ତମଲିକା କାନ୍ଦି କାନ୍ଦି କହିଛନ୍ତି।

ତମଲିକା ଆହୁରି କହିଛନ୍ତି, ମୋ ସ୍ୱାମୀ ବହୁଦିନ ହେଲା ଚାକିରି ହରାଇଛନ୍ତି। ମୋ ପୁଅକୁ ଖାଇବା ଦେବା ପାଇଁ ତାଙ୍କ ପାଖରେ ଶକ୍ତି ନାହିଁ। ଯେଉଁ ଭିଡିଓ ଦେଖିଛନ୍ତି, ତାକୁ ଏଡାଇ ଦେଇ ମୋ ପୁଅ ପାଇଁ ପ୍ରାର୍ଥୀନା ଓ ସାହାଯ୍ୟ କରନ୍ତୁ। କିଛି କିଛି ଲୋକ ମୋତେ ଗାଳି ଦେଉଛନ୍ତି। ଖରାପ କମେଣ୍ଟ ଦେଉଛନ୍ତି। ମୋ ମୋବାଇଲକୁ ଖରାପ ଫଟୋ ପଠାଉଛନ୍ତି। ଏପରି ଅପମାନ ମୋତେ ଭଲ ଲାଗୁ ନାହିଁ। ବେଳେ ବେଳେ ଲାଗୁଛି ବିଷ ଖାଇ ମରିଯିବି କି? ଦୟାକରି ରାଜବୀର ପାଇଁ ସହାଯ୍ୟ କରନ୍ତୁ। ଯଦି କିଛି ସାହାଯ୍ୟ ଦେବେନି, ତାହାହେଲେ ଖରାପ କମେଣ୍ଟ ଦିଅନ୍ତୁ ନାହିଁ ବୋଲି ତମଲିକା କହିଛନ୍ତି।

କନ୍ଧମାଳ ଜିଲ୍ଲା ଆମ୍ବପଡ଼ା ଗାଁର କୁଳମଣି ରଣା ଓ ତମଲିକା ଦାସଙ୍କ ପୁଅ ହେଉଛନ୍ତି ରାଜବୀର। ସେ ବିରଳ SMA(Spinal muscular atrophy) ରୋଗରେ ପୀଡ଼ିତ ଅଛନ୍ତି। ତାଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଦରକାର। ହେଲେ କୁଳମଣି ଓ ତମଲିକାଙ୍କ ପାଖରେ ଏତେ ଅର୍ଥ ନଥିଲା। ସେମାନେ ପୁଅର ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କୁ ଅନରୋଧ କରିଥିଲେ। ମାତ୍ର ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏହା ପରେ ରାଜ୍ୟବାସୀଙ୍କୁ ଅନରୋଧ କରିଥିଲେ। ଆଉ ତମଲିକାଙ୍କ ଅନୁରୋଧକୁ ରକ୍ଷା କରି ବହୁ ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢ଼ାଇଥିଲେ।

ତେବେ ହଠାତ୍‌ କୁଳମଣିଙ୍କର କିଛି ଅଡିଓ ଓ ଭିଡିଓ ଭାଇରାଲ୍‌ ହୋଇଥିଲା। ଯାହାକୁ ନେଇ କେତେକ ବ୍ୟକ୍ତି ନକାରାତ୍ମ କମେଣ୍ଟ ଦେଇଥିଲେ।

https://youtu.be/4kv1dV01KFI

Related story