ଷ୍ଟେସନରେ ଅଟକିଲାନି ଟ୍ରେନ୍‌, ଷ୍ଟେସନ ମାଷ୍ଟର ନିଲମ୍ବିତ

ରାଉରକେଲା/ରାଜଗାଙ୍ଗପୁର(ଓଡ଼ିଶା ରିପୋର୍ଟର): ରାଜଗାଙ୍ଗପୁର ଷ୍ଟେସନରେ ସୁପରଫାଷ୍ଟ ଟ୍ରେନ୍ ନ ଅଟକିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ରାଜଗାଙ୍ଗପୁର ଷ୍ଟେସନ ମାଷ୍ଟର ନିଲମ୍ବିତ ହୋଇଛନ୍ତି। ଚକ୍ରଧରପୁର DRM ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବିତ କରିଛନ୍ତି। ପାଟନା-ବିଳାସପୁର ସାପ୍ତାହିକ ସୁପରଫାଷ୍ଟ ଟ୍ରେନ୍ ଗତକାଲି ରାଜଗାଙ୍ଗପୁର ଷ୍ଟେସନରେ ଅଟକି ନଥିଲା। ଅପରାହ୍ନ ୨ଟା ୨୫ ମିନିଟ୍‌ରେ ଦ୍ରୁତ ଗତିରେ ଷ୍ଟେସନ୍ ଅତିକ୍ରମ କରି ପଳାଇଥିଲା ଟ୍ରେନ୍। ଉକ୍ତ ସମୟରେ ଶହେରୁ ଊର୍ଦ୍ଧ୍ୱ ଲୋକ ଟ୍ରେନ୍ ପାଇଁ ଅପେକ୍ଷା କରି ନିରାଶ […]

train-1-1

Niharika Rout
  • Published: Monday, 09 March 2020
  • , Updated: 09 March 2020, 01:18 PM IST

ରାଉରକେଲା/ରାଜଗାଙ୍ଗପୁର(ଓଡ଼ିଶା ରିପୋର୍ଟର): ରାଜଗାଙ୍ଗପୁର ଷ୍ଟେସନରେ ସୁପରଫାଷ୍ଟ ଟ୍ରେନ୍ ନ ଅଟକିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ରାଜଗାଙ୍ଗପୁର ଷ୍ଟେସନ ମାଷ୍ଟର ନିଲମ୍ବିତ ହୋଇଛନ୍ତି। ଚକ୍ରଧରପୁର DRM ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବିତ କରିଛନ୍ତି।

ପାଟନା-ବିଳାସପୁର ସାପ୍ତାହିକ ସୁପରଫାଷ୍ଟ ଟ୍ରେନ୍ ଗତକାଲି ରାଜଗାଙ୍ଗପୁର ଷ୍ଟେସନରେ ଅଟକି ନଥିଲା। ଅପରାହ୍ନ ୨ଟା ୨୫ ମିନିଟ୍‌ରେ ଦ୍ରୁତ ଗତିରେ ଷ୍ଟେସନ୍ ଅତିକ୍ରମ କରି ପଳାଇଥିଲା ଟ୍ରେନ୍। ଉକ୍ତ ସମୟରେ ଶହେରୁ ଊର୍ଦ୍ଧ୍ୱ ଲୋକ ଟ୍ରେନ୍ ପାଇଁ ଅପେକ୍ଷା କରି ନିରାଶ ହୋଇଥିଲେ।  ରାଜଗାଙ୍ଗପୁର ଷ୍ଟେସନରେ ଟ୍ରେନ୍‌ ନ ଅଟକି କିପରି ପଳାଇଥିଲା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଷ୍ଟେସନ୍ ମାଷ୍ଟର କାର୍ଯ୍ୟରେ ଅବହେଳା କରିବା ଯୋଗୁ ଏପରି ହଇରାଣ ହେବାକୁ ପଡ଼ିଲା ବୋଲି ଶତାଧିକ ଯାତ୍ରୀ ରେଳ ବିଭାଗର ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାର ତଦନ୍ତ ହେବା ପରେ ରାଜଗାଙ୍ଗପୁର ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବନ କରାଯାଇଛି।

Related story