ବିଜେପି ଛାଡ଼ିଲେ ରାଜକିଶୋର

ବାରିପଦା (ମାଣିକ ଲାଲ୍ ପାଣି): ବିଜେପିରୁ ଇସ୍ତଫା ଦେଲେ ରାଜକିଶୋର ଦାସ। ସେ ଦଳର ରାଜ୍ୟ ଉପ-ସଭାପତି ପଦ ସହିତ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇ ଦେଇଛନ୍ତି। ରାଜକିଶୋର ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ନିର୍ବାଚନ ମଣ୍ଡଳୀରୁ ଟିକେଟ୍ ଆଶାୟୀ ଥିଲେ। ତେବେ ଜିଲ୍ଲାର ଅନ୍ୟାନ୍ୟ ନିର୍ବାଚନ ମଣ୍ଡଳୀର ଟିକେଟ୍ ଘୋଷଣା ହୋଇଥିବା ବେଳେ ମୋରଡ଼ା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇ ନଥିବାରୁ ସେ […]

RajkishoreDas

Jitendra Garnayak
  • Published: Sunday, 24 March 2019
  • , Updated: 24 March 2019, 10:14 AM IST

ବାରିପଦା (ମାଣିକ ଲାଲ୍ ପାଣି): ବିଜେପିରୁ ଇସ୍ତଫା ଦେଲେ ରାଜକିଶୋର ଦାସ। ସେ ଦଳର ରାଜ୍ୟ ଉପ-ସଭାପତି ପଦ ସହିତ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇ ଦେଇଛନ୍ତି।

ରାଜକିଶୋର ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ନିର୍ବାଚନ ମଣ୍ଡଳୀରୁ ଟିକେଟ୍ ଆଶାୟୀ ଥିଲେ। ତେବେ ଜିଲ୍ଲାର ଅନ୍ୟାନ୍ୟ ନିର୍ବାଚନ ମଣ୍ଡଳୀର ଟିକେଟ୍ ଘୋଷଣା ହୋଇଥିବା ବେଳେ ମୋରଡ଼ା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇ ନଥିବାରୁ ସେ ଅସନ୍ତୁଷ୍ଟ ଥିଲେ।

ସେ ଦୀର୍ଘ ବର୍ଷ ଧରି ମୟୂରଭଞ୍ଜ ଜିଲ୍ଲାରେ ବିଜେପି ପାଇଁ କାମ କରିଥିଲେ। ସେ ମୋରଡ଼ା ବିଧାନସଭା ଆସନରୁ ତିନି ଥର ପ୍ରାର୍ଥୀ ହୋଇ ହାରିଥିଲେ।

ରାଜକିଶୋର ବିଜେଡିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Related story