Advertisment

Rajya Sabha Elections: ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ

ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ। ଏ ନେଇ ପ୍ରେସ୍‌ନୋଟ୍‌ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ୧୦ଟି ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ତା’ ମଧ୍ୟରେ ଓଡ଼ିଶାର ୪ଟି ଆସନ ରହିଛି।

Parliament
Advertisment

ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ। ଏ ନେଇ ପ୍ରେସ୍‌ନୋଟ୍‌ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ତା’ ମଧ୍ୟରେ ଓଡ଼ିଶାର ୪ଟି ଆସନ ରହିଛି। 

Advertisment

ରାଜ୍ୟସଭା ନିର୍ବାଚନ ନେଇ ଫେବ୍ରୁଆରୀ ୨୬ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି। ମାର୍ଚ୍ଚ ୫ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ। ୬ରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ମାର୍ଚ୍ଚ ୯ ହେଉଛି ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ। 

ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏ ଭୋଟ୍‌ ଗ୍ରହଣ କରାଯିବ।  ଅପରାହ୍ଣ ୫ଟାରେ ହେବ ଭୋଟ୍‌ ଗଣତି।

Advertisment

ଓଡ଼ିଶାର ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଶେଷ ହେଉଛି। ଏହି ସାଂସଦମାନେ ହେଉଛନ୍ତି- ମମତା ମହାନ୍ତ, ମୁନା ଖାନ୍‌, ସୁଜିତ୍‌ କୁମାର ଓ ନିରଞ୍ଜନ ବିଶି।

ବିଜେପି ଓ ବିଜେଡି କାହାକୁ ରାଜ୍ୟସଭା ପଠାଇବାକୁ ସ୍ଥିର କରିଛନ୍ତି, ତାହା ଏଯାବତ ଜଣାପଡ଼ିନି। ତେବେ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡିକୁ ଗୋଟିଏ ଓ ବିଜେପିକୁ ୩ଟି ମିଳିବାର ସମ୍ଭାବନା ରହିଛି।

ଏପ୍ରିଲ ୨ ତାରିଖରେ ମହାରାଷ୍ଟ୍ରର ୭ଟି ରାଜ୍ୟସଭା ଆସନ ଖାଲି ହେଉଥିବା ବେଳେ ତାମିଲନାଡୁର ୬ ଓ ପଶ୍ଚିମବଙ୍ଗର ୫ଟି ଆସନ ଖାଲି ହେବ। ସେହିପରି ଏପ୍ରିଲ ୯ ତାରିଖରେ ଆସାମର ୩ଟି ରାଜ୍ୟସଭା ଆସନ ଖାଲି ହେବାକୁ ଥିବା ବେଳେ ବିହାରର ୫ଟି, ଛତିଶଗଡ଼ର ୨, ହରିୟାଣାର ୨, ହିମାଚଳ ପ୍ରଦେଶର ଗୋଟିଏ ଓ ତେଲେଙ୍ଗାନାର ୨ଟି ଆସନ ଖାଲି ହେବାକୁ ଯାଉଛି। ଏହି ସବୁ ରାଜ୍ୟରେ ଏହି ଆସନଗୁଡ଼ିକ ପାଇଁ ମାର୍ଚ୍ଚ ୧୬ରେ ନିର୍ବାଚନ ଅନୁଷ୍ଠିତ ହେବ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe