ରାଜ୍ୟସଭା ନିର୍ବାଚନ: ପ୍ରତାପ ଦେବଙ୍କ ପ୍ରାର୍ଥିପତ୍ର କାଏମ

ଭୁବନେଶ୍ୱର: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ପ୍ରତାପ ଦେବଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଅମିୟ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। ଆସନ୍ତା ୧୮ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ସେଦିନ ଯଦି ପ୍ରାର୍ଥିପତ୍ର ପ୍ରତ୍ୟାହାର ନହୁଏ ତାହାଲେ ପ୍ରତାପ ଦେବଙ୍କୁ ରାଜ୍ୟସଭା ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଗତକାଲି ବିଜେଡି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ ପ୍ରତାପ ଦେବ।  ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ମୁଖପାତ୍ର ଥିବା ପ୍ରତାପ […]

pratap

Rakesh Mallick
  • Published: Tuesday, 16 May 2017
  • , Updated: 16 May 2017, 10:20 PM IST

ଭୁବନେଶ୍ୱର: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ପ୍ରତାପ ଦେବଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଅମିୟ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। ଆସନ୍ତା ୧୮ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ସେଦିନ ଯଦି ପ୍ରାର୍ଥିପତ୍ର ପ୍ରତ୍ୟାହାର ନହୁଏ ତାହାଲେ ପ୍ରତାପ ଦେବଙ୍କୁ ରାଜ୍ୟସଭା ସାର୍ଟିଫିକେଟ୍ ପ୍ରଦାନ କରାଯିବ।

ଗତକାଲି ବିଜେଡି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ ପ୍ରତାପ ଦେବ।  ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ମୁଖପାତ୍ର ଥିବା ପ୍ରତାପ ଦେବ ନିଜ ପ୍ରସ୍ତାବକ ଓ ସମର୍ଥକଙ୍କ ସହ ବିଧାନସଭା ସଚିବଙ୍କ ନିକଟରେ ୩ ସେଟ୍ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ପ୍ରଥମ ସେଟ୍ ପ୍ରାର୍ଥିପତ୍ରରେ ପ୍ରତାପଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ୯ ଜଣ ପ୍ରସ୍ଥାବକ ରହିଥିଲେ।

ସେହିଭଳି ଦ୍ୱିତୀୟ ସେଟ୍ ପ୍ରାର୍ଥିପତ୍ରରେ ମନ୍ତ୍ରୀ ଦାମ ରାଉତଙ୍କ ସହ ୯ ବିଧାୟକ ଏବଂ ତୃତୀୟ ସେଟ୍‌ ପ୍ରାର୍ଥିପତ୍ରରେ ଦେବାଶିଷ ସାମନ୍ତରାୟଙ୍କ ସହ ୯ ଜଣ ବିଧାୟକ ପ୍ରସ୍ଥାବକ ରହିଥିଲେ।

Related story