Advertisment

ଆଜିଠୁ ୫ ଦିନିଆ ରିମାଣ୍ଡରେ ରସିକିଆ ରମେଶ, ଘାଣ୍ଟିବ ପୁଲିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ସ୍ତ୍ରୀ ତାଲିକା ଲମ୍ବି ଚାଲିଥିବା ବେଳେ ଠକେଇର ଶିକାର ଲୋକେ ବି ଫିଟାଉଛନ୍ତି ପାଟି। ତେବେ ପତ୍ନୀ ତାଲିକାକୁ ଆହୁରି ଲମ୍ବାଇବା ପାଇଁ ଜାଲ ବିଛାଇଥିବା ରମେଶ ଆଉ କାହାକୁ କାହାକୁ କରିଥିଲେ ଟାର୍ଗେଟ, ତାହାର ଖୋଳତାଡ଼ କରୁଛି ପୁଲିସ୍‌।  ଏହି ସମସ୍ତ ଗୁମର ଖୋଲିବାକୁ ରମେଶଙ୍କୁ ଆଜିଠୁ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ କମିଶନରେଟ୍ ପୁଲିସ୍‌। ଏପରିକି ଅଭିଯୁକ୍ତର ୩୦ ବର୍ଷର ଫାଇଲ […]

author-image
Niharika Rout
ଅଦ୍ୟତନ ହୋଇଛି
ଆଜିଠୁ ୫ ଦିନିଆ ରିମାଣ୍ଡରେ ରସିକିଆ ରମେଶ, ଘାଣ୍ଟିବ ପୁଲିସ୍‌

Fake-docter

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ସ୍ତ୍ରୀ ତାଲିକା ଲମ୍ବି ଚାଲିଥିବା ବେଳେ ଠକେଇର ଶିକାର ଲୋକେ ବି ଫିଟାଉଛନ୍ତି ପାଟି। ତେବେ ପତ୍ନୀ ତାଲିକାକୁ ଆହୁରି ଲମ୍ବାଇବା ପାଇଁ ଜାଲ ବିଛାଇଥିବା ରମେଶ ଆଉ କାହାକୁ କାହାକୁ କରିଥିଲେ ଟାର୍ଗେଟ, ତାହାର ଖୋଳତାଡ଼ କରୁଛି ପୁଲିସ୍‌।  ଏହି ସମସ୍ତ ଗୁମର ଖୋଲିବାକୁ ରମେଶଙ୍କୁ ଆଜିଠୁ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ କମିଶନରେଟ୍ ପୁଲିସ୍‌। ଏପରିକି ଅଭିଯୁକ୍ତର ୩୦ ବର୍ଷର ଫାଇଲ କାଢିବାକୁ ପୁଲିସ୍‌ ଯୋଜନା ରଖିଥିବା ସୂଚନା ମିଳିଛି  ।

Advertisment

ବିବାହ ନାଁରେ ମହିଳାଙ୍କୁ ଠକେଇ, ଚାକିରି କରାଇ ଦେବା ନାଁରେ ଠକେଇ ଭଳି ସଙ୍ଗୀନ ଅପରାଧ ମାମଲା ତାଙ୍କ ନାଁରେ ରହିଛି । ସମସ୍ତ ଅପରାଧର ତଦନ୍ତ ପାଇଁ ସାଇବର ଅଧିକାରୀ, ଆଣ୍ଟି ଫ୍ରଡ୍ ସେଲକୁ ନେଇ ଗୋଟିଏ ଟିମ୍ ଗଠନ ହୋଇଛି ।

ଏତେବର୍ଷ ଧରି ରମେଶ କେଉଁଠି ଆଉ କେମିତି ରହି ଆସୁଥିଲା?  କାହା  କାହାସହ ଲିଙ୍କରେ ଆସିଛି ? କେତେ ଜଣଙ୍କୁ ସେ ନିଜ ଅପରାଧ ଜାଲରେ ଶିକାର କରିଥିଲା ?  ଏସବୁର ଖିଅ ଖୋଜିବାକୁ ପୁଲିସ୍‌ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିଥିବା ବେଳେ ଏସ୍‌ଡିଜେଏମ୍‌ କୋର୍ଟ ୫  ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି।

Advertisment

ରସିକିଆ ରମେଶ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ପତ୍ନୀ ତାଲିକା ଲମ୍ବାଇ ଚାଲିଥିବା ବେଳେ ଏହା ଦିନକୁ ଦିନ ଆହୁରି ବଢ଼ି ଚାଲିଛି। ଆହୁରି ୧୦ରୁ  ଅଧିକ ମହିଳା ବିବାହ ପାଇଁ ଲାଇନ୍‌ରେ ଥିବା ପୁଲିସ୍‌ ରମେଶଙ୍କ ମୋବାଇଲ ଫୋନ ଚାଟିଂ ଓ କଲ ଡିଟେଲ୍ସରୁ ଜାଣିବାକୁ ପାଇଛି। ଦେଶର ବିଭିନ୍ନ ସ୍ଥାନରେ ଥିବା ସମ୍ପୃକ୍ତ ମହିଳାଙ୍କ ସହ ପୁଲିସ୍‌ ଯୋଗାଯୋଗ କରିବାକୁ ଚେଷ୍ଟା ଚଳାଇଛି।

Fake Doctor