ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ପୁଣି ଥରେ ଚମ୍ପଟ ମାରିଛି। ତାକୁ ଆଜି କୋର୍ଟରେ ହାଜର ପାଇଁ ନିଆଯାଉଥିବା ବେଳେ ଭ୍ୟାନ୍ରୁ ଡେଇଁ ପଳାଇ ଯାଇଛି। ଆଜି ଏପରି ଘଟଣା ନୟାଗଡ଼ ଜିଲ୍ଲାରେ ଘଟିଛି। ସମ୍ପୃକ୍ତ ଅଭିଯୁକ୍ତ ଏହା ପୂର୍ବରୁ ଦୁଇଥର ଚମ୍ପଟ ମାରି ଧରିପଡ଼ିଥିବା ଜଣାପଡ଼ିଛି।
ପୂରା ଘଟଣା ଏମିତି। ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇ ତପନ ରାଉତ ଖଣ୍ଡପଡ଼ା ଜେଲ୍ରେ ଥିଲା। ଆଜି ତାକୁ ଭାପୁର ଜେଏମ୍ଏଫ୍ସି କୋର୍ଟରେ ହାଜର କରିବା ପାଇଁ ଭ୍ୟାନ୍ରେ ନିଆଯାଉଥିଲା। ହାତରେ ହ୍ୟାଣ୍ଡକଫ ମଧ୍ୟ ପଡ଼ିଥିଲା। ଏହା ସତ୍ତ୍ୱେ ଅଭିଯୁକ୍ତ ଆଜି କୋର୍ଟ ଭ୍ୟାନରୁ ଡେଇଁ ଚମ୍ପଟ ମାରିଛି। ପୁଲିସ ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ତପନ ଏହା ପୂର୍ବରୁ ୨ଥର ଖଣ୍ଡପଡ଼ା ଜେଲ୍ରୁ ଖସି ଯାଇଥିଲା। ଯେଉଁଥିପାଇଁ ୨ ଜଣ ୱାର୍ଡର ମଧ୍ୟ ନିଲମ୍ବିତ ହୋଇଥିଲେ।