Advertisment

Rape Case: ଭୁବନେଶ୍ୱରରେ ଆଇଆରଏସ୍ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱରରେ ଆୟକର ଭବନରେ ଜିଏସ୍‌ଟିର ଯୁଗ୍ମ କମିଶନର ଭାବେ କାର୍ଯ୍ୟରତ ଜଣେ ଭାରତୀୟ ରାଜସ୍ୱ ସେବା (IRS) ଅଫିସରଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ। ସତସଙ୍ଗ ବିହାରରେ ଥିବା ସରକାରୀ କ୍ୱାର୍ଟର୍ସରେ ଏହି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

Rape
Advertisment

ଭୁବନେଶ୍ୱରରେ ଆୟକର ଭବନରେ ଜିଏସ୍‌ଟିର ଯୁଗ୍ମ କମିଶନର ଭାବେ କାର୍ଯ୍ୟରତ ଜଣେ ଭାରତୀୟ ରାଜସ୍ୱ ସେବା (IRS) ଅଫିସରଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ। ସତସଙ୍ଗ ବିହାରରେ ଥିବା ସରକାରୀ କ୍ୱାର୍ଟର୍ସରେ ଏହି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗତ ୧୫ ତାରିଖରେ ଏ ନେଇ ଭୁବନେଶ୍ୱରର ସହିଦ ନଗର ଥାନାରେ ଅଭିଯୋଗ ହୋଇଛି।

Advertisment

ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ଯୁବତୀଙ୍କ ଡାକ୍ତରୀମାଇନା କରାଯିବା ସହିତ ତାଙ୍କର ବୟାନ ରେକର୍ଡ କରାଯାଇଛି।

ଅଭିଯୋଗ ଅନୁସାରେ, ଆଇଆରଏସ୍ ଅଫିସର ଜଣଙ୍କ ଯୁବତୀଙ୍କୁ ସରକାରୀ ବାସଭବନରେ ଦୁଷ୍କର୍ମ କରିବା ସହିତ ଏହାକୁ ମୋବାଇଲ ଫୋନ୍‌ରେ ରେକର୍ଡ କରି ଭାଇରାଲ କରିଦେବାକୁ ଧମକ ଦେଇଛନ୍ତି।

Advertisment

ପୁଲିସ୍ ଏହି ଆଇଆରଏସ୍ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି। କିନ୍ତୁ ଏଯାଏ ତାଙ୍କ ସହିତ ଯୋଗାଯୋଗ କରିପାରିନି ପୁଲିସ। ସେ ଧରାଛୁଆଁ ଦେଉନାହାନ୍ତି। ମାମଲା ରୁଜୁ ହେବା ଦିନଠାରୁ ଏହି ଅଫିସର ଜଣଙ୍କ ଅଫିସ ଆସୁ ନାହାନ୍ତି। ତେବେ ପୁଲିସ ତାଙ୍କୁ ଏପର୍ଯ୍ୟନ୍ତ ଫେରାର ବୋଲି ଘୋଷଣା କରିନି।

ଏହି ଘଟଣାର ତଦନ୍ତ ପାଇଁ କମିଶନରେଟ ପୁଲିସ ପକ୍ଷରୁ ଜଣେ ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ପୁଲିସ୍ ଏବେ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି। ପ୍ରମାଣ ମିଳିବା ପରେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ରହିଛି। 

ଅନ୍ୟପକ୍ଷରେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରେ ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଜଣେ ୭ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗରେ ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଛାତ୍ରୀଙ୍କ ମା’ଙ୍କ ଏତଲା ଆଧାରରେ ରାଜକନିକା ଥାନା ପୁଲିସ POCSO Actରେ ଥିବା ବିଭିନ୍ନ ଦଫା ଲଗାଇ ସେମାନଙ୍କୁ ଗିରଫ କରିବା ସହିତ ଆଜି କୋର୍ଟ ଚାଲାଣ କରିଛି। 

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ଶିକ୍ଷକ ଚନ୍ଦନ କୁମାର ପୁଷ୍ଟି (୩୭), ବିଶ୍ଵରଂଜନ ସାହୁ (୩୧), ରଶ୍ମିକାନ୍ତ ବିଶ୍ୱାଳ (୪୭), ଶିକ୍ଷୟିତ୍ରୀ ମିନତି ବାଇ (୩୪) ଓ ପିଅନ ରଶ୍ମି ରଂଜନ ରଣା (୩୨)। ଗିରଫ ତିନି ଶିକ୍ଷକ ଓ ପିଅନ ଝିଅଟିକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଶିକ୍ଷୟିତ୍ରୀ ମିନତି ବାଇ ସେମାନଙ୍କୁ ଏଥିରେ ସହଯୋଗ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe