ରସଗୋଲା ଉତ୍ପତ୍ତିସ୍ଥଳ ପ୍ରସଙ୍ଗ: ୯ ତାରିଖରେ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବ କମିଟି

ଭୁବନେଶ୍ୱର: ରସଗୋଲା ବିବାଦ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ୩ଜଣିଆ କମିଟି ଆସନ୍ତାକାଲି ଏକ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବେ। ରସଗୋଲାର ପ୍ରଥମ ଉତ୍ପତ୍ତିସ୍ଥଳ କେଉଁଠି, ଓଡିଶାରୁ ନା ପଶ୍ଚିମବଙ୍ଗରୁ ତାହାକୁ ନେଇ ବିବାଦ ଦେଖା ଦେଇଛି। ପଶ୍ଚିମବଙ୍ଗରୁ ରସଗୋଲର ଉତ୍ପତ୍ତି ବୋଲି ସେଠିକାର ସରକାର ଦାବି କରୁଛନ୍ତି। ଅନ୍ୟପକ୍ଷେ ରସଗୋଲାର ଜନ୍ମ କ୍ଷେତ୍ର ଓଡିଶା ବୋଲି ଦାବି ହେଉଛି। ଏପରି ସ୍ଥିତିରେ କମିଟି ତଦନ୍ତ ରିପୋର୍ଟ ଦେବା ପରେ ଯାହା କିଛି ପଦକ୍ଷେପ ନିଆଯିବ […]

rasagola

Rakesh Mallick
  • Published: Thursday, 08 October 2015
  • , Updated: 08 October 2015, 08:46 AM IST

ଭୁବନେଶ୍ୱର: ରସଗୋଲା ବିବାଦ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ୩ଜଣିଆ କମିଟି ଆସନ୍ତାକାଲି ଏକ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବେ। ରସଗୋଲାର ପ୍ରଥମ ଉତ୍ପତ୍ତିସ୍ଥଳ କେଉଁଠି, ଓଡିଶାରୁ ନା ପଶ୍ଚିମବଙ୍ଗରୁ ତାହାକୁ ନେଇ ବିବାଦ ଦେଖା ଦେଇଛି। ପଶ୍ଚିମବଙ୍ଗରୁ ରସଗୋଲର ଉତ୍ପତ୍ତି ବୋଲି ସେଠିକାର ସରକାର ଦାବି କରୁଛନ୍ତି। ଅନ୍ୟପକ୍ଷେ ରସଗୋଲାର ଜନ୍ମ କ୍ଷେତ୍ର ଓଡିଶା ବୋଲି ଦାବି ହେଉଛି। ଏପରି ସ୍ଥିତିରେ କମିଟି ତଦନ୍ତ ରିପୋର୍ଟ ଦେବା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି।

Related story